ଭୁସୁଡୁଛି ଲାଲ ଦୁର୍ଗ : ମାଲକାନାଗିରିରେ ୨୭ ମାଓବାଦୀ ମୃତ

1

ଖସିଗଲେ ବାପା ରାମକ୍ରିଷ୍ଣା, ପୁଅ ମୁନା ମୃତ

ଗ୍ରେହାଉଣ୍ଡକୁ ବଡ଼ ସଫଳତା

ବିଶାଖା ପାଟଣା : ଓଡିଶା ଏବଂ ଆନ୍ଧ୍ର ପୋଲିସର ବଡ଼ ସଫଳତା । ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରରେ ପୋଲିସର ଅତର୍କିତ ଆକ୍ରମଣରେ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । କୁଡୁମୁଲୁଗୁମ୍ମା ବ୍ଲକର ପଣସପୁଟ ପଞ୍ଚାୟତ ଯନ୍ତ୍ରୀ ଠାରେ ମାଓବାଦୀ ଶିବିରରେ ଚଢ଼ଉ କରିଥିଲା । ଗତକାଲି ୨୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୩ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ରାହୁଲ ଦେବ ଶର୍ମା କହିଛନ୍ତି।

ଗତକାଲି ନିହତ ହୋଇଥିବା ୨୪ଜଣ  ମାଓବାଦୀଙ୍କ ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଓ ୧୧ଜଣ ମହିଳା ମାଓବାଦୀ ଅଛନ୍ତି। ପ୍ରାଣ ହରାଇଥିବା  ମାଓବାଦୀଙ୍କ  ମଧ୍ୟରେ ଅଛନ୍ତି ଅରୁଣା ଚେଲାପତି (ଚିତ୍ତୁର, ଆନ୍ଧ୍ର), ଦୟା (ନାଲ୍ଗୋଣ୍ଡା, ଆନ୍ଧ୍ର), ଭେଙ୍କଟରାମଣା, ବାଙ୍ଗାଲା ସୁରେଶ, ମାଓବାଦୀ ନେତା ରାମକୃଷ୍ଣଙ୍କ ପୁତ୍ର ମୁନା ଓ ମାଓବାଦୀ କେନ୍ଦ୍ରୀୟ କମିଟିର ସମ୍ପାଦକ ରମେଶ, ଚିତାଲା ଗୌଡା । ଏମାନେ ସମସ୍ତେ ଆନ୍ଧ୍ର ଓଡ଼ଶା ସ୍ବତନ୍ତ୍ର ଜୋନାଲ କମିଟିର ଆଗ ଧାଡିର ନେତା ଥିଲେ ।  ସେହିପରି ଘଟଣାସ୍ଥଳରୁ ପୋଲିସ ୪ଟି ଏକେ୪ ୭ ରାଇଫଲ, ୩ଟି ଏସ୍ଏଲ୍ଆର ବନ୍ଧୁକ, ୨ଟି ମେଗାଜିନ ସହ ୧୦ଟି ୩୦୩ ବନ୍ଧୁକ, ବିପୁଳ ପରିମାଣରେ ବିସ୍ଫୋରକ, କିଟ ବ୍ୟାଗ୍, ଲାପଟପ୍ ଏବଂ ୨ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ମିଳିଥତ୍ବା ବିଶାଖାପାଟଣା ସମ୍ବାଦଦାତାଙ୍କ ଠାରୁ ସୂଚନା ମିଳିଛି ।

ମାଓବାଦୀ ଦମନରେ ଦେଶର ସବୁଠୁ ଦକ୍ଷ ଫୋର୍ସ ଆନ୍ଧ୍ରର  ଗ୍ରେହାଉଣ୍ଡ ବାହିନୀର ସବୁଠୁ ବଡ଼ ସଫଳତା । ଅନ୍ୟପକ୍ଷରେ ମାଓବାଦୀଙ୍କ ଗୁଳିରେ ଜଣେ ଗ୍ରେ-ହାଉଣ୍ଡ ଯବାନ ସହିଦ ହୋଇଛନ୍ତି ଓ ଜଣେ ଆହତ ହୋଇ ବିଶାଖାପାଟଣାଠାରେ ଚିକିତ୍ସିତ ହେଉଛନ୍ତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୃତଦେହ ଗୁଡିକୁ ମାଲକାନଗିରି ଜିଲା ଅଣାଯାଇଥିଲା । ସେହିପରି ଧରା ପଡ଼ିଥିବା ମାଓବାଦୀଙ୍କୁ ପୋଲିସ ଜେରା କରୁଛି । ଆନ୍ଧ୍ରପ୍ରଦେଶ ପୋଲିସ୍‌ ଡିଜି ସମ୍ବାଶିବ ରାଓ ଆଜି ଘଟଣାସ୍ଥଳକୁ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ମାଓବାଦୀଙ୍କ ଅଭୟାରଣ୍ୟ ମାଲକାନାଗିରିରେ ୨୭ ଜଣ ମାଓବାଦୀ ନିହତ ହେବା ପରେ, ଅନୁମାନ କରାଯାଉଛି ଓଡିଶାରେ ଲାଲ ବାହିନୀ ଓଡ଼ିଶାରେ ଦୁର୍ବଳ ହେବ ।

ଆନ୍ଧ୍ର ହାଇକୋର୍ଟରେ ମାମଲା

ମାଓବାଦୀ ସମର୍ଥକ ଭାବେ ଜଣାଶୁଣା ବରବରା ରାଓ ଆନ୍ଧ୍ର ହାଇକୋର୍ଟରେ ପୋଲିସ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । । ବରବରା ରାଓ ଦାବି କରିଛନ୍ତି ଯେ ମୃତ ମାଓବାଦୀଙ୍କ ସମ୍ପର୍କୀୟମାନେ ନ ପହଞ୍ଚିବା ଯାଏଁ ଶବ ବ୍ୟବଚ୍ଛେଦ କରା ନଯାଉ ଏବଂ ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ବରବରା ରାଓଙ୍କର ଯୁକ୍ତି ଯେ ମାଓବାଦୀମାନେ ଏକ ସଭାରେ ବସିଥିବାବଳେ ପୋଲିସ ସେମାନଙ୍କ ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲା । ଫଳରେ କାହାରି କ୍ଷତି କରୁନଥିବା ନିରୀହ ମାଓବାଦୀଙ୍କ ମୃତ୍ୟୁ ଘଟିଛି । କିନ୍ଥୁ ପୋଲିସ ଏହି ହତ୍ୟାକାଣ୍ଡକୁ କମ୍ବିଂ ଅପରେସନ ଆଖ୍ୟା ଦେଉଛି । ଯଦି ପୋଲିସ ନିକଟରେ ପୂର୍ବରୁ ସୂଚନା ଥିଲା ଯେ ଏଠାରେ ମାଓବାଦୀ ଏକତ୍ର ହେଉଛନ୍ତି, ତେବେ ପୋଲିସ କାହିଁକି ଏତେଦିନ ହେଲା ପଦକ୍ଷେପ ନେଇ ନଥିଲା ।

LEAVE A REPLY

Please enter your comment!
Please enter your name here