ସ୍କୁଲ ହଷ୍ଟେଲ ଛାଡି ପଳାଇଲେ ୨୫ରୁ ଅଧିକ ଛାତ୍ରୀ

ମୋରଡା : ସ୍କୁଲ ହଷ୍ଟେଲ ଛାଡି ପଳାଇଲେ ୨୫ରୁ ଅଧିକ ଛାତ୍ରୀ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ମାକୁନ୍ଦ ଆବାସିକ ହାଇସ୍କୁଲ ହଷ୍ଟେଲରେ | ହଷ୍ଟେଲରୁ ପ୍ରାୟ ୨୫ ରୁ ଅଧିକ ଆଦିବାସୀ ଛାତ୍ରୀ ସକାଳୁ ପଳାଇଆସିଥିଲେ । ତେବେ ଘଟଣା ସଂପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ ଜାଣିବା ପରେ ସମସ୍ତ ଶିକ୍ଷକ ମାନେ ପିଲାମାନଙ୍କୁ ଖୋଜିବାରେ ଲାଗିପଡିଥିଲେ । ପିଲାମାନେ ଦୀର୍ଘ ୨୦ କିମି ପାଦରେ ଚାଲି ଚାଲି ଅଭିଯୋଗ ଜଣାଇବା ପାଇଁ ଜିଲ୍ଲାପାଳ ନିକଟକୁ ଯାଉଥିଲେ । ତେବେ ହଷ୍ଟେଲରୁ ପିଲା ମାନେ ୨୦ କିମି ରାସ୍ତା ପଳାଇଆସିଥିଲେ ମଧ୍ୟ ସେମାନଙ୍କ ପାଖରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପହଞ୍ଚି ପାରିନଥିଲା । ଅନ୍ୟପଟେ ସ୍ଥାନୀୟ ଗଣମାଧ୍ୟମ ପିଲାମାନଙ୍କ ପାଖରେ ପହଞ୍ଚି ବୁଝିବା ସହିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଖବର ପାଇ ମୋରଡା ଥାନା ପୋଲିସ ଏବଂ ଡବ୍ଲୁଇଓ ପହଞ୍ଚି ବରକନ୍ଦଠାରେ ପିଲାମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ପରେ ଘଟଣା ସ୍ଥଳରେ ଡିଡବ୍ଲୁଇଓ ପହଞ୍ଚିବା ପରେ ପିଲାମାନଙ୍କୁ ଅଟକାଇ ପିଲାମାନଙ୍କ ସମସ୍ୟା ବୁଝି ସମାଧା ର ପ୍ରତିଶ୍ରୁତି ଦେଇଥିଲେ ।

ହୋଲି ପର୍ବର ଧାର୍ମିକ ମହତ୍ତ୍ୱ ଜାଣନ୍ତୁ