ବିଷ ପିଇ ଜୀବନ ହାରିଲେ ୨ ଭଉଣୀ

ଗଞ୍ଜାମ : ଆଜି ପହିଲି ରଜ | ସବୁଆଡେ ଦୋଳି, ପିଠାର ଅସାର | ଆଜି ଏହି ରଜରେ ସାମାନ୍ୟ ବଚସାରୁ କରୁଣ ପରିଣତି । ଜୀବନ ହାରିଲେ ଦୁଇ ଭଉଣୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ କବିସୂର୍ଯ୍ୟନଗର ଅଂଚଳରେ ।
ଆଜି ରଜରେ ସାରା ରାଜ୍ୟ ମସଗୁଲ ରହିଛି । ଯୁବତୀ ଏବଂ ଝିଅମାନେ ବହୁ ଜାକଜମକରେ ଏହି ପର୍ବ ପାଳନ କରୁଛନ୍ତି । କିନ୍ତୁ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ଭଉଣୀ ବିଷପାନ କରି ନିଜ ଜୀବନ ହାରିଛନ୍ତି । ସେମାନେ ହେଲେ ଦୀପା ଭୂୟାଁ ଓ ଜିତା ଭୂୟାଁ । ସାମାନ୍ୟ ବଚସାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ବଚସା କେଉଁ କାରଣରୁ ହୋଇଥିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଦୁଇ ଭଉଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ସ୍ୱାମୀର ବର୍ଷୀୟ ୭୦ ସ୍ତ୍ରୀର ବର୍ଷୀୟ ୩୫, ତାପରେ କଣ ହେଲା ପଢନ୍ତୁ…