ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ଆସନ୍ତା ୨୫ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଆରମ୍ଭ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭା କିଭଳି ଶୃଙ୍ଖଳିତ ହେବ ଏବଂ କିଭଳି ଗୁଣାତ୍ମକ ଆଲୋଚନା ହୋଇପାରିବ ସେ ନେଇ ସମସ୍ତ ବିଧାୟକ ଦଳ ନେତାଙ୍କ ସହ ଆଲୋଚନା ହେଉଛି । ପ୍ରଥମ ଥର ଲାଗି ଏଭଳି ସର୍ବଦଳୀୟ ବୈଠକ ଡକାଯାଇଛି । ସେପ୍ଟେମ୍ବରରେ ନବ ନିର୍ବାଚିତ ବିଧାକମାନଙ୍କୁ ତାଲିମ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସୁରେଶ ପୂଜାରୀ ହେଲେ ‘ସଦସ୍ୟ ସଂଗ୍ରହ ଅଭିଯାନ’ର ସହ ସଂଯୋଜକ