ପିଆଜ-ରସୁଣ ବୋଝେଇ ଟ୍ରକ ଓଲଟି ଚାଳକ ମୃତ

ଭୁବନେଶ୍ୱର: ପିଆଜ-ରସୁଣ ବୋଝେଇ ଟ୍ରକ ଓଲଟି ଚାଳକଙ୍କ ମୃତ ଘଟିଛି | ଘଟଣା ଘଟିଛି ଯୁଯୁମୁରା ଥାନା ଅନ୍ତର୍ଗତ ଭୀମଖୋଜ ଛକ ନିକଟରେ ବୁଧବାର ଭୋର ସକାଳୁ ଦ୍ରୁତଗାମୀ ଟ୍ରକ ଓଲଟି ପଡ଼ିବାରୁ ଏଥିରେ ଚାଳକଙ୍କର ମୃତ୍ୟୁ ଘଟିଛି । ସମ୍ବଲପୁର-କଟକ ଜାତୀୟ ରାଜପଥରେ ଯାଉଥିବା ଟ୍ରକ (ଏମପି ୧୩ଏଚ ୦୩୭୫)ର ଏକ ଚକା ଅଚାନକ ଫାଟିଯିବାରୁ ଏଥିରେ ଥିବା ଚାଳକ ଟ୍ରକକୁ ନିୟନ୍ତ୍ରଣ କରିପାରି ନଥିଲେ । ମୃତକ ଚାଳକ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲା ଅନ୍ତର୍ଗତ ବିନାନପୁର ଅଂଚଳରେ ଦିନେଶ (୨୭)ବୋଲି ଜଣାପଡ଼ିଛି । ସେ ମଧ୍ୟପ୍ରଦେଶରୁ ପିଆଜ ଓ ରସୁଣ ନେଇ ବାରିପଦା ଯାଉଥିବା ବେଳେ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।
ଦୁର୍ଘଟଣା ଯୋଗୁଁ ଦିନେଟ ଟ୍ରକ କ୍ୟାବିନ ମଧ୍ୟରୁ ବାହାରି ପାରି ନଥିଲେ । ସୂଚନା ମିଳିବା ପରେ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଚାଳକକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ଟ୍ରକ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।