ଘରକୁ ଡାକି ଏୟାର ହୋଷ୍ଟେସଙ୍କ ସହ ଦୁଷ୍କର୍ମ କଲା ଦୃର୍ବୁତ୍ତ

ମୁମ୍ବାଇ: ରାଜ୍ୟ ଓ ରାଜ୍ୟ ବାହାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଲଜ୍ଜ୍ୟଜନକ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ପୁଣି ଏକ ସେହିପରି ଘଟଣା ସାମନାକୁ ଆସିଛି | ଜଣେ ଏୟାର ହଷ୍ଟେଜଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ମୁମ୍ବାଇରେ ହୋଇଥିବାର ସୂଚନା ମିଳିଛି | ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍‌ ଡେଭଲପମେଣ୍ଟ କର୍ପୋରେସନ୍‌ (ଏମ୍‌ଆଇଡିସି) ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନାନୁଯାୟୀ, ଅଭିଯୁକ୍ତ ଜଣକ ପୀଡ଼ିତା ଏୟାର ହୋଷ୍ଟେସଙ୍କୁ ନିଜ ଘରକୁ ଡାକିଥିଲେ । ତା’ପରେ ତାଙ୍କୁ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା । ପୁଲିସର କହିବା ଅନୁଯାୟୀ ପୀଡ଼ିତାଙ୍କୁ ଅଭିଯୁକ୍ତ ମୁମ୍ବାଇର ଅନ୍ଧେରିରେ ଥିବା ନିଜ ଘରକୁ ଡାକି ଦୁଷ୍କର୍ମ କରିଥିଲେ । ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିବା କହି ଏୟାର ହୋଷ୍ଟେସଙ୍କୁ ଅଭିଯୁକ୍ତ ନିମନ୍ତ୍ରଣ କରିଥିଲେ । ସେହି ପାର୍ଟି ଥିବା ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ଓ ପୀଡିତା ଏକା ଏୟାରଲାଇନ୍‌ କଂପାନିରେ କାମ କରନ୍ତି ଓ ଦୁହେଁ ସାଙ୍ଗ ବୋଲି କୁହାଯାଉଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ସ୍ୱପ୍ନିଳ ଅରୁଣ କୁମାର ବଦୋନିୟା ବୋଲି ଜଣାପଡିଛି ।

ଲଜ୍ଜ୍ୟା: ନଅ ମାସର ଶିଶୁକୁ ନାବାଳକ କଲା ଦୁଷ୍କର୍ମ, ଚେଇଁ ଶୋଇଛି ପ୍ରଶାସନ