ହଜିଲା ମାନବିକତା, ପ୍ରେମୀଯୁଗଳଙ୍କୁ ହତ୍ୟା କରି ଗାଁଦାଣ୍ଡରେ ଝୁଲାଇଲେ ପରିବାର ଲୋକେ

ନୂଆଦିଲ୍ଲୀ: ପ୍ରେମ ଆଗରେ ହାରମାନିଲେ ପ୍ରେମୀଯୁଗଳ | ଝିଅ ପରିବାର ଲୋକେ ନେଇ ଗଲେ ଏହି ଦୁଇ ପ୍ରେମୀ ଯୁଗଳଙ୍କ ଜୀବନ | ଏପରି ନିନ୍ଦନୀୟ ଘଟଣା ଉତ୍ତରପ୍ରଦେଶର ଏଟା ଜିଲ୍ଲାର ନୂଆଗାଁ କ୍ଷେତ୍ରରେ ଘଟିଛି । ହତ୍ୟା କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାନୁସାରେ ,ଆଜି ଉତ୍ତରପ୍ରଦେଶର ତଡ଼କେ ଗ୍ରାମ ଦାଦୁପୁର ବାହାରେ ଥିବା ଗଛ ଡ଼ାଳରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରିଛି । ୧୮ବର୍ଷୀୟ ଯୁବତୀ ଓ ୨୨ବର୍ଷୀୟ ଯୁବକ ପରସ୍ପରକୁ ଭଲ ପାଉଥିଲେ ଏଥିସହ ଉଭୟ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ଝିଅର ପରିବାର ଲୋକ ସହମତି ନ ଦେବାରୁ ଦୁହେଁ ୧୫ଦିନ ପୂର୍ବରୁ ଘର ଛାଡ଼ି ଚାଲିଯାଇଥିଲେ । ପୁଅର ପରିବାର ଅଭିଯୋଗ କରିଛି ଯେ ଝିଅଘର ଲୋକେ ବିବାହ କରିବେ କହି ବାହାନାରେ ପ୍ରେମୀଯୁଗଳଙ୍କୁ ଡ଼ାକିଥିଲେ । ପରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଝୁଲାଇ ଦେଇଛନ୍ତି । ଉଦ୍ଧାର ପରେ ମୃତଦେହକୁ ପୋଲିସ ପୋର୍ଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାର ଛାନଭିନ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଝିଅର ପରିବାର ଲୋକେ ଫେରାର ଥିବାରୁ ସେମାନେ ପ୍ରେମୀଯୁଗଳଙ୍କ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏପିର ଲଜ୍ଜ୍ୟକାଣ୍ଡ କରିଥିବା ପରିବାରକୁ ସମସ୍ତେ ନିନ୍ଦା କରୁଥିବାର ଦେଖିବାକୁ ମିଳୁଛନ୍ତି |

ଏକ ବନ୍ଦ ଘରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର