ତାତିରୁ ମିଳିବ ତ୍ରାହି, ଆସନ୍ତା ୧୬ ସୁଦ୍ଧା ଓଡିଶାକୁ ପ୍ରବେଶ କରିବ ମୌସୁମୀ

ଭୁବନେଶ୍ୱର: ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିଥିବାର ଦେଖିବାକୁ ମିଳୁଛି | ତେବେ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଜୁନ୍‌ ୧୬ ସୁଦ୍ଧା ମୌସୁମୀ ଓଡିଶାକୁ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି |
ସୂଚନାନୁଯାୟୀ, ସାରା ରାଜ୍ୟରେ ତାତି ଜୋରରେ ଥିବା ବେଳେ କିନ୍ତୁ ପଶ୍ଚିମ ଓ ଉତ୍ତର ଓଡିଶାରେ ଅସହ୍ୟ ଗୁଳୁଗୁଳି ହେଉଥିବାର ଦେଖିବାର ଦେଖିବାକୁ ମିଳୁଛି | ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଜଣାପଡିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଅନୁଭୂତ ହେବ । କିନ୍ତୁ ଜୁନ୍‌ ୧୬ରୁ ପାଗ ବଦଳିବ । ଜୁନ୍‌ ୧୬ ତାରିଖରେ ହିଁ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ। ସେହିପରି ସମଗ୍ର ରାଜ୍ୟରେ ଜୁନ୍ ୧୪ରୁ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ୧୯ରୁ ୨୦ ତାରିଖ ମଧ୍ୟରେ ମୌସୁମୀ ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିବ |

୨୪ ଘଣ୍ଟାରେ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ‘ବାୟୁ’