ଆଜି ମନ୍ତ୍ରିପରିଷଦର ପ୍ରଥମ ବୈଠକ

ନୂଆଦିଲ୍ଲୀ, କେନ୍ଦ୍ରରେ ମନ୍ତ୍ରୀମାନଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ ଆଜି ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସରକାରଙ୍କ ଲଘୁ ଏବଂ ଦୀର୍ଘକାଳୀନ ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ବୈଠକ ପରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ସୂତ୍ର ଅନୁସାରେ ବୈଠକରେ ଆଗାମୀ ଜୁଲାଇ୫ରେ ସଂସଦରେ ଅବଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ପ୍ରସ୍ତୁତି ଉପରେ ସମ୍ଭାବିତ ଆଲୋଚନା ହୋଇପାରେ । ଏହା ବ୍ୟତୀତ ବୈଠକରେ କ୍ୟାବିନେଟ କିଛି ବିଧେୟକକୁ ମଂଜୁରୀ ଦେଇପାରେ, ଯାହାକି ଗତ ସରକାରର କାର୍ଯ୍ୟକାଳରେ ପାସ ହୋଇପାରି ନଥିଲା ।
୧୬ତମ ଲୋକସଭାର କାର୍ଯ୍ୟକାଳରେ ତିନ ତଲାକ ବିଧେୟକ ଲୋକସଭାରେ ମଂଜୁରୀ ହୋଇଥିଲା କିନ୍ତୁ ରାଜ୍ୟସଭାରେ ସଂଖ୍ୟାବଳ କମ ହେବା କାରଣରୁ ଅଟକି ଯାଇଥିଲା । କୁହାଯାଉଛି ଯେ, ସରକାର ଏହି ବିଲକୁ ଗମ୍ଭୀରତାର ସହିତ ଦ୍ୱିତୀୟ ଥର ପାଇଁ ପାସ କରିବାକୁ ଉଦ୍ୟମ କରିବେ ।
କେନ୍ଦ୍ରୀୟ ବଜେଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନୂତନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରର ପ୍ରଥମ ବୟାନ ହେବ । ଏଥିରେ ସରକାର ଆଗାମୀ ୫ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବେ । ସଚିବଙ୍କ ସହିତ ହୋଇଥିବା ବୈଠକରେ ମୋଦୀ କହିଥିଲେ, ଯୋଜନା ଓ ରୋଡମ୍ୟାପ ପ୍ରସ୍ତୁତ ଏବଂ ଭାରତର ମଜବୁତ ଅର୍ଥବ୍ୟବସ୍ଥାରେ ପହଂଚାଇବାର ଆବଶ୍ୟକତା ରହିଛି ।
ଏହି ବୈଠକରେ ମୋଦୀଙ୍କ ନୂତନ ମନ୍ତ୍ରିପରିଷଦର ସମସ୍ତ ମନ୍ତ୍ରୀ ସାମିଲ ହେବେ ବୋଲି ଜଣାପଡିଛି |