ପୁଣି ନୟାଗଡରେ କଙ୍ଗାରୁକୋର୍ଟ, ଚୋରି ସନ୍ଦେହରେ ଗୋଟିଏ ପରିବାରକୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

ନୟାଗଡ଼: ବିଜ୍ଞାନ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ କିନ୍ତୁ ଲୋକଙ୍କ ଚିନ୍ତା ଧାରାରେ କୌଣସି ପରିବର୍ତ୍ତନ ହେଉ ଥିବାର ଦେଖିବାକୁ ମିଳୁନାହିଁ | ଆଜି ବି ଲୋକେ ଅନ୍ଧବିଶ୍ୱାସର କଳା ଆବଦ୍ଧ ବଞ୍ଚୁଥିବାର ଦେଖିବାକୁ ମିଳୁଛି | ଆଜି ମଧ୍ୟ ସେହିପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଅମୁମାନ କରିହେବ ଲୋକେ କେତେ ଅମାନୁଷିକ ହୋଇପାରିବେ | ଚୋରି ସନ୍ଦେହରେ ଗୋଟିଏ ପରିବାରକୁ ମରଣାତ୍ମକ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି | ଏପରି ଅମାନୁଷିକ ଘଟଣା ନୟାଗଡ଼ ଜିଲ୍ଲାରେ ରଣପୁର ଥାନା କୋଟଗଡ଼ ଗାଁରେ |
ସୂଚନାନୁସାରେ,ପୁଲିସ ଚୋର ଧରିନ ପାରିବାରୁ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ଗ୍ରାମସଭା ନିଷ୍ପତିକ୍ରମେ ଚୋର ଧରିବାକୁ ଗାଁରେ ଖଟ ବୁଲା ଯାଇଥିଲା । ପରେ ଚୋରି ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ କରି ନିସ୍ତୁକ ମାଡ଼ ହୋଇଛି । ଏହି ଆକ୍ରମଣରେ ପରିବାରର ଦୁଇଜଣ ଆହତ ହୋଇପଡ଼ିଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରାସୁନାଖଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ପରିବାର ଲୋକେ ଗାଁ ଲୋକଙ୍କ ମାଡ଼ ଭୟରେ ଗାଁକୁ ଆସିପାରୁନାହାଁନ୍ତି । ରାଜସୁନାଖଳା ଫାଣ୍ଡିରେ ପୀଡ଼ିତ ପରିବାର ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ନଯାୟଗଡ ଏପରି ଏକ ଜିଲ୍ଲା ଯେଉଁଠି ବାରମ୍ବାର କଙ୍ଗାରୁ କୋର୍ଟ ବସି ଅନେକ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ବେଳେ କିନ୍ତୁ ପ୍ରଶାନ ଏଠାରେ କାହିଁକି ନୀରବ ରହୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି |

ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଥାନାରେ ଆତ୍ମସର୍ମପଣ କଲା ସ୍ୱାମୀ