୧୨ ଜିଲ୍ଲାରେ ହେବ କାଳବୈଶାଖୀ, ସର୍ତକ କଲା ଭୁବନେଶ୍ୱର ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାର ଦେଖିବାକୁ ମିଳୁଛି । ତେବେ ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ 7ଟାରୁ ଆରମ୍ଭ ହୋଇଯାଉଛି ଖରାର ପ୍ରକୋପ । ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାରେ ହିଟ୍ ୱେଭ୍ କଣ୍ଡିସନ୍‌ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି । ଏହି ସବୁ ଜିଲ୍ଲାରେ ସାଧାରଣ ତାପମାତ୍ରା ଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିବାର ସମ୍ଭାମନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଚରଣ ବେହେରା କହିଛନ୍ତି । ଏହା ସହିତ ଆଜି ୧୨ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ଥିବା ମଧ୍ୟ ସେ କହିଛନ୍ତି | ସମ୍ପୃକ୍ତ ଜିଲ୍ଲା ଗୁଡିକ ହେଲା କୋରାପୁଟ, ଗଜପତି, ଗଞ୍ଜାମ, ଫୁଲବାଣୀ, ନୟାଗଡ଼, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି |

ଗୁଜରାଟ ଉପକୂଳ ଅଭିମୁଖେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’