ମୋଦି ସରକାର କମାଲ :୧୨ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂକଳ ଅବସର

ନୂଆଦିଲ୍ଲୀ: ମୋଦି ସରକାର କମାଲ । ଗତକାଲି ୧୨ ଜଣ ଆୟକର ବିଭାଗରର ଦୁର୍ନୀତିଗ୍ରଅସ୍ତ ଅଫିସରଙ୍କୁ କେନ୍ଦ୍ର ସରକାର କାର୍ଯ୍ୟରୁ ବିଦା କରି ଦେଇଥିବା ଜଣାପଡ଼ିଛି । ଏମାନଙ୍କୁ ବାଧ୍ୟତାମୂଳକ ଭାବେ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏକ ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି । ଦୁର୍ନୀତି, ବେଆଇନ ତଥା ଆୟବହିର୍ଭୂତ ସମ୍ପତ୍ତି ଠୁଳ, ପେସାଗତ ଅନିୟମିତତା ଏବଂ ଯୌନ ଉତ୍ପୀଡ଼ନ ଭଳି ମାମଲାରେ ଏମାନେ ସମ୍ପୃକ୍ତି ଥିବାରୁ ସେଥିପାଇଁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୀର୍ଘଦିନ ଧରି ଏମାନେ ସରକାରଙ୍କ ଟାର୍ଗେଟ୍ରେ ରହିଥିଲେ । ଶେଷରେ ନିୟମ ୫୬କୁ ବ୍ୟବହାର କରି ସରକାର ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏମାନେ ବାଧ୍ୟତାମୂଳକ ଭାବେ ଇସ୍ତଫା ଦେବାକୁ କୁହାଯାଇଛି ।
ସରକାରଙ୍କ ଏହି ବିରଳ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଆୟକର ବିଭାଗ ଯୁଗ୍ମ କମିଶନର ଅଶୋକ ଅଗ୍ରୱାଲ, କମିଶନର ଏସ୍ କେ ଶ୍ରୀବାସ୍ତବ , ହୋମି ରାଜବଂଶ, ବି ରାଜେନ୍ଦ୍ର ପ୍ରସାଦ, ଅଜୟ ପୁମାର ସିଂହ, ଆଲୋକ କୁମାର ମିତ୍ର, ଚନ୍ଦ୍ରନ ସାଇନି ଭାରତୀ, ଅନ୍ଦାସୁ ରବିନ୍ଦର, ବିବେକ ବାତ୍ରା, ସ୍ୱତଭ ସୁମନ ଏବଂ ରାମ କୁମାର ଭାର୍ଗବ ପ୍ରମୁଖ ଅଛନ୍ତି ।
ମିଳିଥିବା ସୂଚନା ମୁତାବକ, ଆୟକର ଯୁଗ୍ମ କମିଶନର ଅଶୋକ ଅଗ୍ରୱାଲଙ୍କ ବିରୋଧରେ ସାଂଘାତିକ ଦୁର୍ନୀତି ଅଭିଯୋଗ ରହିଥିଲା । ବ୍ୟବସାୟୀମାନଙ୍କ ଠାରୁ ଜୋର ଜବରଦସ୍ତ ଅର୍ଥ ହରିଲୁଟ୍ ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ତାଙ୍କ ବିରୋ%ରେ ଥିଲା । ସେହିଭଳି ଆୟକର କମିଶନର (ନୋଏଡ଼ା) ଏସ୍ କେ ଶ୍ରୀବାସ୍ତବଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ଥିଲା । ସେ କମିଶନର ର‌୍ୟାଙ୍କ୍ର ଦୁଇଜଣ ମହିଳା ଆଇଏରଏସ୍ ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ।
ସେହିପରି ଅନ୍ୟ ବହିଷ୍କୃତ ଆୟକର ଅଧିକାରୀଙ୍କ ବିରୋଧରେ ଲାଞ୍ଚ କାରବାର, ବେଆଇନ ସମ୍ପତ୍ତି ଠୁଳ, ଯୌନ ଉତ୍ପୀଡ଼ନ ଭଳି ମାମଲା ରହିଛି । ଏଭଳି ଅଧିକାରୀଙ୍କୁ ଚିହ୍ନଟ କରି ବାଧ୍ୟତାମୂଳକ ଭାବେ ଅବସର ପ୍ରଦାନ ନିମନ୍ତେ କ୍ୟାବିନେଟ୍ ସେକ୍ରେଟାରିଏଟ୍ ଏବଂ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା ।