ଦୁଷ୍କର୍ମ ପରେ ଲୋକ ଲଜ୍ଜା ଭୟରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ଯୁବତୀ

ଭଦ୍ରକ :ଦୁଷ୍କର୍ମ ପରେ ଲୋକ ଲଜ୍ଜା ଭୟରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ଯୁବତୀ | ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଂଚଳରେ | ଓଡ଼ିଶାର ଗଣ ପର୍ବ ରଜରେ ସାରା ରାଜ୍ୟ ଉତ୍ସବ ମୁଖରିତ ହୋଇପଡ଼ିଛି । ସବୁ ଝିଅ ନୂଆ ପୋଷାକ ପିନ୍ଧି, ପିଠା ଖାଇ ଦୋଳିରେ ଝୁଲୁଥିବାବେଳେ ଜଣେ ଯୁବତୀ ଫ୍ୟାନ୍‌ରେ ଝୁଲି ପଡ଼ିଛନ୍ତି । ଦୁଷ୍କର୍ମର ଶୀକାର ହେବା ପରେ ଲୋକଲଜ୍ଜା ଭୟରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି । ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଂଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି । ଲୋକ ଲଜ୍ଜା ଭୟରେ ଯୁବତୀ ଜଣକ ଶେଷରେ ନିଜର ଜୀବନ ହାରି ଦେଇଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ଏକ ଚିଠିକୁ ମଧ୍ୟ ପୋଲିସ ଜବତ କରିଛି । ଦୁଷ୍କର୍ମ ଘଟଣାଟି ଗୁରୁବାର ଦିନ ଘଟିଥିବା ଲେଖାଯାଇଛି । ସେହି ଗାଁର ଜରେ ଯୁବକ ଯୁବତୀଙ୍କୁ ଘରେ କେହି ନ ଥିବାବେଳେ ବଳାତ୍କାର କରିଥିବା ଜଣାପଡ଼ିଛି । ପୋଲିସ ଚିଠିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ବିଷ ପିଇ ଜୀବନ ହାରିଲେ ୨ ଭଉଣୀ