ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର : ଏ ବର୍ଷ ଆଉ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର : ବିଦ୍ୟୁତ୍ ଗ୍ରାହକଙ୍କୁ ଆସ୍ୱସ୍ତି | ଏ ବର୍ଷ ବଢ଼ବନି ବିଦ୍ୟୁତ୍ ଦର । ଏ ନେଇ ଆଜି ଓଇଆରସି ପକ୍ଷରୁ ପ୍ରକାଶ କରାଯାଇଛି |୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ଓଇଆରସି ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । ପୂର୍ବ ନିର୍ଦ୍ଧାରିତ ଦର ଅନୁସାରେ ଗ୍ରାହକମାନେ ଦେୟ ଦେବେ | ଜୁନ୍ ପହିଲାରୁ ନୂତନ ନିୟମ ଲାଗୁ ହେବ ବୋଲି ଓଇଆରସି ପକ୍ଷରୁ ଉଲ୍ଲେଖ କରାଯାଇଛି । ସବୁବେଳେ ମାର୍ଚ୍ଚ ମାଶ ଶେଷରେ ଏହା ଘୋଷଣା କରାଯାଇଥାଏ ଓ ଏପ୍ରିଲ ପହିଲାରୁ ଲାଗୁ କରାଯାଇଥାଏ | କିନ୍ତୁ ଏଥର ସାଧାରଣ ନର୍ବାଚନ ଘୋଷଣା ହୋଇ ଯିବାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା | ଫଳରେ ପୂର୍ବରୁ ଶୁଣାଣି ହୋଇସାରିଥିଲେ ମଧ୍ୟ ଏହାକୁ ପ୍ରକାଶ କରାଯାଇପରିନଥିଲା ।

ଏହାଛଡା କ୍ଷୁଦ୍ର ଉପଭୋକ୍ତାଙ୍କ ପାଇଁ ରିହାତି ବ୍ୟବସ୍ଥା ଆଣିଛନ୍ତି ଓଇଆରସି । ଡ଼ିଜିଟାଲ ବିଲ୍ ପେମେଣ୍ଟ କଲେ ପୂର୍ବରୁ ୧ ପ୍ରତିଶତ ରିହାତି ମିଳୁଥିବାବେଳେ ଏହାକୁ ଏବେ ୨ ପ୍ରତିଶତକୁ ବଢାଯାଇଛି । ସେହିଭଳି ବର୍ଷସାରା ନିୟମିତ ବିଲ୍ ପୈଠ କରୁଥିବା ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି | ଏ ଶ୍ରେଣୀର ଉପଭୋକ୍ତାଙ୍କୁ ମାର୍ଚ୍ଚ ମାସ ରିହାତିର ଦୁଇଗୁଣା ରିହାତି ମିଳିବ ବୋଲି ସୂଚନା ଦିଆଯାଇଛି ।