ଚରମ ଶୋଷଣର ଶିକାର ଦେବଗଡର ଫଳଚାଷୀ,ପ୍ରସ୍ତାବିତ ଫୁଡପାର୍କ,ବଜାର ବ୍ୟବସ୍ଥା ସାତ ସପନ

ସମ୍ବଲପୁର(ପ୍ରଫୁଲ୍ଲ ଦାଶ): ରାଜ୍ୟରେ ଧାନଚାଷୀ କିଛି ପରିମାଣରେ ସହାୟତା ପାଇଁ ଢୋକେ ପିଇ ଦଣ୍ଡେ ଚାହିଁ ଥିବା ବେଳେ ଫଳମୂଳ ଚାଷୀ ଉଚିତ ବଜାର ବ୍ୟବସ୍ଥା ବା ମୂଲ୍ୟ ପାଇ ପାରୁ ନାହାନ୍ତି ।ଫଳମୂଳ ଚାଷୀ ସରକାରଙ୍କ ସହଯୋଗ ଅଭାବରୁ ଶୋଷିତ ହେଉଛନ୍ତି ।ସେମାନଙ୍କ ଉତ୍ପାଦିତ ଫଳମୂଳ ଏକ ପ୍ରକାର ଶାଗମାଛ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ।ନିୟନ୍ତ୍ରିତ ବଜାର ସମିତି ଏମାନଙ୍କ ପାଇଁ ସାତ ସପନ ।ଏଭଳଇ ଶୋଷଣର ଉଦାହରଣ ହେଉଛନ୍ତି ଦେବଗଡ ଜିଲ୍ଲ ଲିଚୁ,ଆମ୍ବ ଓ କମଳା ଚାଷୀ ।ବର୍ଷଯାକର ଖଟଣୀ ପରେ ମଧ୍ୟ ଏମାନେ ଆଶାନୁରୂପ ରୋଜଗାର କରିପାରୁନାହାଁନ୍ତି ।ବରଂ ମଣ୍ଡି ବ୍ୟବସ୍ଥା ଅଭାବରୁ ଚାଷୀ ତାର ଉତ୍ପାଦିତ ଫଳ ନେଇ ପୁମି ବଜାର ଖୋଜିବାକୁ ଯାଉଥିବା ଗୁରୁତର ଅଭିଯୋଗ ହୋଇଛି ।
ଦେବଗଡ ଜିଲ୍ଲାକୁ ପୂର୍ବରୁ ଅଖୋଜ ବାମଣ୍ଡା କୁହାଯାଉଥିଲା ।ପରବର୍ତୀ କାଳରେ ସମ୍ବଲପୁର ଜିଲ୍ଲା ଅଧିନରେ ରହିଥିଲା ।ବିଜୁ ପଟ୍ଟନାୟକ ଶାସନ ଅମଳରେ ଅନ୍ୟ ଜିଲ୍ଲାଗୁଡିକ ସହ କନିଷ୍ଠ ଜିଲ୍ଲା ଗଠିତ ହୋଇଥିଲା ।ଏଠାରେ କୌଣସି ଶିଳ୍ପ କାରଖାନା ନାହିଁ ।ଜିଲ୍ଲାର ଅର୍ଥନିତୀ କୃଷି ଓ ବନଜାତ ଦ୍ରବ୍ୟ କେନ୍ଦ୍ରୀୟ ଅଟେ ।ଅନୂକୂଳ ପାଣିପାଗ ଯୋଗୁ ଏହି ଜିଲ୍ଲାରେ ରାଜା ଅମଳରୁ ପ୍ରଚୁର ପରିମାଣରେ ଫଳଚାଷ ହୋଇଥାଏ ।ଛୋଟ ଗ୍ରାମର ଚାଷୀ ମଧ୍ୟ ୧୫ା୨୦ ଟି ଲିଚୁ ଗଛ,ଆମ୍ବଗଛ,କମଳାଗଛ ରଖି ବର୍ଷ ସାରା ସେଥରେ ଧ୍ୟାନ ଦେଇଥାଏ ।ବର୍ତମାନ ଜ୍ୟେଷ୍ଠ ମାସରେ ପ୍ରଚୁର ପରିମାଣରେ ଲିଚୁ,ଆମ୍ବ ଓ ପଣସ ଉତ୍ପାଦନ ହେଉଛି ।ମାତ୍ର ଦେବଗଡରେ ଆବଶ୍ୟକ ବଜାର ବ୍ୟବସ୍ଥା ନାହିଁ ,ଯେଉଁଠି ଚାଷୀ ତାର ଫଳମୂଳ ବେପାର କରିପାରିବ ।ଏଠାରେ ଲିଚୁ ସିନ୍ଦୁରୀ କିସମ କୁହାଯାଏ ।ମଣ୍ଡି ଅଭାବରୁ ଚାଶୀ ପ୍ରତିଦିନ ୨ା୩ ହଜାର ଲିଚୁ ନେଇ ଦେବଗଡ ବଜାରକୁ ଆଣି ବିକ୍ରି କରୁଛି ।ମାତ୍ର ସାରା ଜିଲ୍ଲାର ଚାଷୀଙ୍କ ପାଇଁ ଏଠାରେ ବଜାର ମଧ୍ୟ ନିଅନ୍ଟ ।ତେଣୁ ନିଜସ୍ୱ ଚେଷ୍ଟାରେ ରାଉରକେଲା,ସମ୍ବଲପୁର,ଅନୁଗୁଳକୁ ଲିଚୁ ଓ ଆମ୍ବ ପଠାଉଛନ୍ତି ବୋଲି ତୁଷଳାର ଲିଚୁ ଚାଷୀ ଶୁକ୍ରୁ ନାଏକ ଓଡିଶା ଟାଇମସ୍ ଡଟ୍କମ୍ କୁ କହିଛନ୍ତି ।ଏବେ ଏମାନେ କମ ସିନ୍ଦୁରୀ କିସମର ଲିଚୁକୁ ୪୦ରୁ୫୦ ଟଙ୍କାରେ ଓ ପୂର୍ଣ ସିନ୍ଦୁରୀକୁ ୭୦ ଟଙ୍କାରେ ବିକ୍ରୀ କରୁଛନ୍ତି ।ପୁଣି ବେପାରୀ ଗ୍ରାମକୁ ପହଂଚିଲେ ଦର ଆହୁରି କମ ହେଇଯାଇଥିବା ଶୁକ୍ରୁ କହିଛନ୍ତି ।ଦେବଗଡରେ ବଜାର ବ୍ୟବସ୍ଥା ଓ ଫୁଡ ପ୍ରୋସେସିଙ୍ଗ ପ୍ଲାନ୍ଟ ପ୍ରତିଷ୍ଠା ହେଲେ ଚାଷୀ ବେଶ ଉପକୃତ ହୋଇପାରନ୍ତେ ବୋଲି ଅନେକ ଚାଷୀ ମତ ଦେଇଥିଲେ ।