ପ୍ରେମ ଆଗରେ ହାର ମାନିଛି ବୟସ, ନିଜ ଠାରୁ ଅଧା ବୟସର ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି ଏହି ବଲିଉଡ ଷ୍ଟାର…

ଭୁବନେଶ୍ୱର: ବଲିଉଡ ଏପରି ଏକ ସ୍ଥାନ, ଯେଉଁଠି ଫେମସ ହେବାକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଥାଏ । ଏହି ପରିପେକ୍ଷରେ ମଧ୍ୟ ଅନେକ ଦିଗଜ କଳାକାରମାନେ ଏହାର ଛାଫ ଛାଡିଯାଇଛନ୍ତି । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କେବଳ ନିଜ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚା ଆସି ନାହାନ୍ତି ସେମାନଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଅନେକ ଚର୍ଚ୍ଚାକୁ ଆସିଛନ୍ତି । ଏହି କ୍ରମରେ ଆମେ ଆପଣଙ୍କୁ ଅନେକ ବଲିଉଡ ଯୋଡି ବିଷୟରେ ଜଣାଇବୁ ଯେଉଁମାନେ ନିଜ ବୈବାହିକ ସାଥୀ ଭାବେ ମଧ୍ୟ ବାଛିଥିବା ଅନେକ ବଲିଉଡ ହିରୋଇନ । ତେବେ ଏହି ଯୋଜଙ୍କ ମଧ୍ୟରେ ଆଗରେ ଅଛନ୍ତି….
୧. ଦିଲ୍ଲୀପ କୁମାର ଓ ସାଇରା ବାନୁ: ସତରେ ପ୍ରେମରେ ନା ବୟସ ଥାଏ ନା କୌଣସି ସୀମା । ଏପରି କଥା ପ୍ରମାଣ କରିଛନ୍ତି ବଲିଉଡର ପ୍ରତିଷ୍ଠିତ ଷ୍ଟାର ଦିଲ୍ଲୀପ କୁମାର ଓ ସାଇରା ବାନୁ । ସାଇରା ବାନୁଙ୍କ ଅବିନୟ ସମସ୍ତଙ୍କୁ ପାଗଳ କରୁଥିବା ବେଳେ ଦିଲ୍ଲୀପ କୁମାର ଆକ୍ଟିକୁ ସମସ୍ତେ ପୂଜା କରୁଥିବାର ଦେଖିବାକୁ ମିଳେ । ସାଇରା ବାନୁଙ୍କୁ ୨୨ ବର୍ଷ ହୋଇଥିବା ବେଳେ ହଠାତ ଦିଲ୍ଲୀପ କୁମାର ତାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ । ତେବେ ଏହି ଘଟଣା ଘଟିବା ବେଳେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଥିଲା । କାରଣ ସାଇରାଙ୍କୁ ୨୨ ବର୍ଷ ହୋଇଥିବା ବେଳେ ଦିଲ୍ଲୀପଙ୍କୁ ୪୫ ବର୍ଷ ହୋଇଥିଲା । ମାନେ ନିଜର ଅଧା ବୟସର ଢିଅକୁ ସେ ବିବାହ ପ୍ରସ୍ତାବ ଦେଇ ପ୍ରମାଣ କରିଥିଲେ ଯେ ସେ କେତେ ବଡ ପାଗଳ ପ୍ରେମିକ । ତେବେ ଦିଲ୍ଲୀପଙ୍କ ଏହି ପ୍ରସ୍ତାବକୁ ମଧ୍ୟ ସାଇରା ଗ୍ରୀନ ସିଗନାଲ ଦେଇଥିଲେ ଏବଂ ବିବାହ କରିଥିଲେ । ତେବେ ଏବେ ବି ଉଭୟ ଉଭୟଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରେମ ଜାଲରେ ଛନ୍ଦି ଥିବାର ଦେଖିବାକୁ ମିଳୁଛନ୍ତି ।

୨.  ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ : ବଲିଉଡର ଏହି ଯୋଡିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଦେଖିବାକୁ ମିଳେ । ଉଭୟ ଉଭୟଙ୍କୁ କେତେ ଭଲପାଆନ୍ତି ତାହା ଦେଖିଲେ ମାତ୍ରେ ବୁଝାପଡେ । ତେବେ ଏହି ଯୋଡି ବର୍ତ୍ତମାନ ୪୩ ବର୍ଷ ଅତିକ୍ରମ କରିସାରିଲାଣି । ଉଭୟଙ୍କ ମଧ୍ୟରେ ବିଶ୍ୱାସ ଓ ଭଲପାଇବା ଉଭୟଙ୍କୁ ଯୋଡିବାରେ ସାହାଯ୍ୟ କରେ ବୋଲି ଅମିତାଭ ବଚ୍ଚନ ଅନେକ ସମୟରେ କହିଛନ୍ତି । କହିରଖୁଛି ଯେ, ଅମିତାଭଙ୍କୁ ପ୍ରଥମେ ଜୟା ଭଲପାଉଥିଲେ । ସେ ହିଁ ପ୍ରଥମେ ଅମିତାଭଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ମିଳିବା ପରେ ଅମିତାଭ ମଧ୍ୟ ଜୟାଙ୍କ ଭଲ ପାଇ ବସିଥିଲେ । ପରେ ଉଭୟଙ୍କର ବିବାହ ହୋଇଥିଲା । ଅମିତାଭ କୁହନ୍ତି କି ସେ ବହୁତ ଆର୍ଶୀବାଦୀ ଯେ ତାଙ୍କୁ ଜୟାଙ୍କ ଭଳି ଜଣେ ପତ୍ନୀ ମିଳିଛନ୍ତି । ଜୟା ତାଙ୍କ ସବୁ ସୁବିଧା ଓ ଅସୁବିଧାରେ ସାଥ ଦିଅନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

୩. ଋଷି କପୁର ଓ ନୀତୁ ସିଂ: ବଲିଉଡରେ ଆଉ ଏକ ସୁପରହିଟ ଯୋଡି ହେଉଛି ଋଷି କପୁର ଓ ନୀତୁ ସିଂ । ଏହି ଦୁଇ ଯୋଡିକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଚର୍ଚ୍ଚା ଦେଖିବାକୁ ମିଳୁଛି । ତେବେ ଏମାନଙ୍କ ଭଲପାଇବା ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ଏବେ ଋଷିଙ୍କୁ କ୍ୟାନ୍ସର ହୋଇଥିବା ବେଳେ ନୀତୁ ତାଙ୍କର ପ୍ରତିଟି ମୁହୁତ୍ତ୍ୱରେ ସାଥ ଦେଉଥିବାର ଦେଖିବାକୁ ମିଳୁଛି । ଉଭୟ ଉଭୟଙ୍କୁ କେତେ ଭଲପାଆନ୍ତି ତାହା ମଧ୍ୟ ଦେଖିବାକୁ ମିଳୁଛି ।
କହିରଖୁଛି ଯେ, ଋଷି କପୁରଙ୍କୁ ସେତେବେଳେ ଚକୋଲେଟ ହିରୋ ଭାବେ ବିବେଚନା କରାଯାଏ । ସେ ସେତେବେଳେ ଅନେକ ହିରୋଇନଙ୍କ ସହ ଫ୍ଲଟିଂ କରନ୍ତି । ତେବେ ଏହି କ୍ରମରେ ମଧ୍ୟ ନୀତୁଙ୍କ ସହ ଫ୍ଲଟିଂ କରୁଥିଲେ । ମାତ୍ର ତାଙ୍କ ଫ୍ଲଟିଂଟା କେତେବେଳେ ଯେ ସିରିୟସ ହୋଇଯାଇଥିଲେ ତାଙ୍କୁ ଛାଡି ରହିବା ମୁସ୍କିଲ ପଡିଥିଲା । ଶେଷରେ ସେ ନୀତୁଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । ନୀତୁ ମଧ୍ୟ ଏଥିରେ ରାଜି ହେବା ସହ ଫିଲ୍ମ ଦୁନିଆରୁ ପୂରା ଗାୟବ ହୋଇଯାଇଥିଲେ । ପରେ ସେ ତାଙ୍କ ସ୍ୱାମୀଙ୍କ ସହ ମିଶି ଫିଲ୍ମ ଲଭ ଆଜ କାଲ, ଜବ ତକ ହୈ ଜାନ୍, ବେସରମ କରିଥିବାର ଦେଖିବାକୁ ମିଳିଥିଲେ ।

୪. ଧମେନ୍ଦ୍ର ଓ ହେମାମାଲିନୀ: ବଲିଉଡ ଦିବା ବା ସ୍ୱପ୍ନରାଣୀ ହେମାମାଲିନୀଙ୍କୁ କିଏ ଅବା ବାହା ହେବାକୁ ଚାହିଁବନି । ସେବେ ଠାରୁ ଏବେ ଯାଏଁ ବଲିଉଡରେ ତାଙ୍କ ପରି ଦିବ୍ୟା ସୁନ୍ଦରୀ ଆଉ କେହି ନଥିବାର ଦେଖିବାକୁ ମିଳେ । ତେବେ ସେତେବେଳେ ହେମାଙ୍କୁ ନେଇ କ୍ରେଜ ଥିବା ବେଳେ ତାଙ୍କୁ ଅନେକ ଆଡି ପ୍ରସ୍ତାବ ମଧ୍ୟ ଆସିଛି ମାତ୍ର ସେ ଏସବୁକୁ ସେ ଖାତିର ନ କରି କେବଳ ନିଜ କ୍ୟାରିୟରକୁ କେବଳ ଫୋକସ କରୁଥିଲେ । କିନ୍ତୁ ଫିଲ୍ମ ସୋଲେ ବେଳେ ପଞ୍ଜାବୀ ମୁଣ୍ଡା ଧର୍ମେନ୍ଦ୍ରଙ୍କ ପ୍ରେମରେ ଫସି ଯାଇଥିଲେ । ପରେ ଧର୍ମେନ୍ଦ୍ର ମଧ୍ୟ ତାଙ୍କୁ ବିବାହ କରିଥିଲେ । କିନ୍ତୁ ଧର୍ମେନ୍ଦ୍ର ବିବାହ କରିଥିବାରୁ ତାଙ୍କର ଏହି ସମ୍ପର୍କକୁ କେହି ସହଜରେ ଗ୍ରହଣ କରିପାରୁନଥିଲେ । ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ଶେଷରେ ତାଙ୍କ ବିବାହକୁ ବିଚ୍ଛେଦ କରି ଦେଇଥିଲେ ।