କୋଟିପତି ବଲିଉଡ ହିରୋଇନ, ଗୋଟିଏ ଫିଲ୍ମ ଲାଗି ନିଅନ୍ତି ଏତିକି କୋଟି….

ଭୁବନେଶ୍ୱର: ସାଧାରଣତଃ ଫିଲ୍ମମାନଙ୍କରେ ଅଭିନେତ୍ରୀମାନଙ୍କ ଠାରୁ ଅଭିନେତାଙ୍କୁ ଅଧିକ ଅର୍ଥ ପ୍ରଦାନ କରାଯାଇଥାଏ । କାରଣ ଫିଲ୍ମରେ ଅଭିନେତ୍ରୀଙ୍କ ତୁଳନାରେ ଅଭିନେତାଙ୍କର ଅଧିକ ଯୋଗଦାନ ଥାଏ ଏବଂ ଅଧିକ ପରିଶ୍ରମ ମଧ୍ୟ କରିଥାନ୍ତି । କିନ୍ତୁ ବଲିଉଡ ଏକ ଏପରି ସ୍ଥାନ ଯେଉଁଠି ବେଳେବେଳେ ଅଭିନେତାଙ୍କ ଠାରୁ ଅଭିନେତ୍ରୀମାନଙ୍କୁ ଅଧିକ ଅର୍ଥ ଦିଆଯାଇଥାଏ । କାରଣ ସମ୍ପୃକ୍ତ ଅଭିନେତ୍ରୀମାନେ ନିଜ ନିଜ ସ୍ଥାନର ଉପଯୁକ୍ତ ଫାଇଦା ଉଠାଇବାରେ ଏକ ନମ୍ବର ହୋଇଥାନ୍ତି । ଏହି ପରିପେକ୍ଷରେ ଆମେ ଆପଣଙ୍କୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯାହାଙ୍କ ଅର୍ଥ ରାଶି ଶୁଣିଲେ ଆପଣ ନିଶ୍ଚିିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କ୍ରମରେ ପ୍ରଥମେ ଅଛନ୍ତି…
୧. କଙ୍ଗନା ରାଣାଓ୍ବତ: ବଲିଉଡର ଆଗ ଧାଡି ଅଭିନେତ୍ରୀଙ୍କ ମଧ୍ୟରେ ଏକ ନମ୍ବର କୁଇନ କଙ୍ଗନା ରାଣାଓ୍ବତ ପୂରାପୂରି ଅନ୍ୟତମ । ତିନିଥର ଆର୍ନ୍ତଜାତୀୟ ବିଜେତା ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ୨୦୧୮ରେ ଏହି ଉପାଧି ଜିତିଥଲେ । ସେ ନ୍ୟାଶନାଲ ଆଓ୍ବାର୍ଡ ଜିତିବା ପରେ ତାଙ୍କ ପ୍ରାପ୍ୟ ବୃଦ୍ଧି ପାଇ ୧୫ କୋଟିରେ ପହଁଞ୍ଚିଛି । ବର୍ତ୍ତମାନ ସେ ଗୋଟିଏ ଫିଲ୍ମକୁ ପାଖାପଖି ୧୫ କୋଟିରୁ ଉଦ୍ଧ୍ୱର୍ ନେଉଥିବାର ଜଣାପଡିଛି । ବର୍ତ୍ତମାନ ସେ ଏକ ହାଇବଜେଟ ଫିଲ୍ମକୁ ନିର୍ଦ୍ଦେଶନା ଦେବା ସହ ଅଭିନେତ୍ରୀ ସାଜି ଅନେକ ପ୍ରଶଂସା ସାଉଣ୍ଟି ନେଇଛନ୍ତି ।


୨. ଦୀପିକା ପାଦୁକୋନ ସିଂ: ବଲିଉଡରେ ଆଉ ଏକ ନାମୀଦାମୀ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ୍ । ବଲିଉଡରେ ତାଙ୍କର ନାମ ଖୁବ ଆଗରେ । ସେ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ସେତିକି ନିଜ ୟୁନିକ ଷ୍ଟାଇଲ ପାଇଁ ମଧ୍ୟ ଫେମସ । ସେ କଙ୍ଗନାଙ୍କ ପରେ ଦ୍ୱୀତିୟ ହାଇ ବଡେଟ ହିରୋଇନ । ସେ ଗୋଟିଏ ଫିଲ୍ମ ଲାଗି ୧୩ କୋଟି ଟଙ୍କା ନିଅନ୍ତି । ପଦ୍ମାବତ ପାଇଁ ଦିପୀକା ୧୪ କୋଟି ଟଙ୍କା ନେଇଥିବାର ସୂଚନା ମିଳିଛି ।

୩. ପ୍ରିୟଙ୍କା ଚୋପ୍ରା : ବଲିଉଡ ଓ ହଲିଉଡରେ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ କିଛି କମ ନୁହଁନ୍ତି । ପ୍ରିୟଙ୍କା କିଛି ସମୟ ପାଇଁ ବଲିଉଡରେ ବିରତି ନେଇ ହଲିଉଡର ନିଜ ଆଡି ବିସ୍ତାର କରୁଥିବା ବେଳେ ବର୍ତ୍ତମାନ ସେ ବଲିଉଡକୁ ଫେରିବେ ବୋଲି ସୂଚନା ମିଳିଛି । ପ୍ରିୟଙ୍କା ହଲିଉଡରେ ପାଦ ଥାପିବା ପରେ ବର୍ତ୍ତମାନ ବଲିଉଡରେ ଟିକେ ତାଙ୍କ ସ୍ଥାନ ଘୂଞ୍ଚି ଯାଇଥିବାର ଦେକିବାକୁ ମିଳୁଛି । ତେବେ ସେ ମଧ୍ୟ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି । ସେ ଗୋଟିଏ ଫିଲ୍ମ ଲାଗି ବର୍ତ୍ତମାନ ପାଖାପାଖି ୧୩ କୋଟି ଟଙ୍କା ନେଉଥିବାର ଦେଖିବାକୁ ମିଳୁଛନ୍ତି ।

୪. କରୀନା କପୁର ଖାନ: ବଲିଉଡର ଆଉ ଏକ ବିଦାନ୍ସ ଗାର୍ଲ ମାନେ ସଭିଙ୍କ ମନରେ ରାଜ କରୁଥିବା କରୀନା କପୁର ଖାନ ମଧ୍ୟ କୌଣସି ଗୁଣରେ କମ ନୁହଁନ୍ତି । ତାଙ୍କର ମଧ୍ୟ ବଲିଉଡରେ ଖୁବ ଦବଦବାବୀ ଥିବାର ଦେଖିବାକୁ ମିଳେ । ସେ ମଧ୍ୟ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ କରିସାରିଛନ୍ତି । ସେ ଗୋଟିଏ ପିଲ୍ମ ଲାଗି ସାଢେ୧୧ କୋଟି ଟଙ୍କା ନିଅନ୍ତି ।

୫. କ୍ୟାଟ୍ରିନା କୈଫ: ସମସ୍ତଙ୍କ ମନରେ ରାଜ କରୁଥିବା ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ସୁନ୍ଦରତା ପାଇଁ ମଧ୍ୟ ଅନେକ ଫିଦା ଥିବା ଦେଖିବାକୁ ମିଳେ । ସେ ଗୋଟେ ଫିଲ୍ମ ଲାଗି ପାଖାପାଖି ୧୧ କୋଟି ଟଙ୍କା ନେଇଥାନ୍ତି ।

୫. ସୋନମ କପୁର: ବଲିଉଡ ଆଉ ଏକ ଅଭିନେତ୍ରୀ ହେଉଛନ୍ତି ସୋନମ କପୁର । ସୋନମ ଯେତିକି ଅଭିନୟ ପାଇଁ ପ୍ରଶଂସା ସାୁଣ୍ଟିଛନ୍ତି ସେତିକି ନିଜ ଷ୍ଟାଇଲ ପାଇଁ ମଧ୍ୟ ଆଗରେ ରହିଛନ୍ତି । ତାଙ୍କ ପାନ୍ଧିବା ଷ୍ଟାଇଲ ସମସ୍ତଙ୍କୁ ଦିବାନା କରିଥାଏ । ସେ ଗୋଟେ ଫିଲ୍ମ ଲାଗି ପାଖାପାଖି ସାଢେ ୧୦ କୋଟି ଟଙ୍କା ନେଇଥାନ୍ତି ।

୬. ବିଦ୍ୟା ବଲାନ: ବଲିଉଡର ସବୁଠାରୁ ଅଲଗା ଅଭିନେତ୍ରୀ ବିଦ୍ୟାବଲାନ ମଧ୍ୟ ନିଜ ଅଭିନୟ ଜାଦୁରେ ସମସ୍ତଙ୍କୁ ମତୁଆଲା କରୁଥିବାର ଦେଖିବାକୁ ମିଳିଛନ୍ତି । ସେ ମଧ୍ୟ ଗୋଟେ ଫିଲ୍ମ ଲାଗି ସାଢେ ୯ କୋଟି ନିଅନ୍ତି ।

୭. ଶ୍ରଦ୍ଧା କପୁର: ଆଶିକି ୨ର ହିରୋଇନ ଶ୍ରଦ୍ଧା କପୁର ମଧ୍ୟ କିଛି କମ ନୁହଁନ୍ତି । ରାତିରାତି ଦର୍ଶକଙ୍କ ଙ୍କୁ ଛୁଇଁଥିବା ଏହି ଅଭିନେତ୍ରୀ ମଧ୍ୟ ଆଗ ଧାଡି ହିରୋଇନମାନଙ୍କ ମଧ୍ୟରେ ଗଣା ହୁଅନ୍ତି । ଶ୍ରଦ୍ଧାଙ୍କ ଦମଦାର ଆକ୍ଟି ସମସ୍ତ ଦର୍ଶକଙ୍କୁ ପସନ୍ଦ ଆସିଥାଏ । ଏହି ଅଭିନେତ୍ରୀ ଗୋଟେ ଫ୍ିଲ୍ମ ଲାଗି ପାଖାପାଖି ୯ କୋଟି ଟଙ୍କା ନିଅନ୍ତି ।

୮. ଅନୁଷ୍କା ଶର୍ମା: ଅନୁଷ୍କା ଶର୍ମାଙ୍କ ଆକ୍ଟି ସମସ୍ତ ଅଭିନେତ୍ରୀଙ୍କ ଠାରୁ ସମ୍ପୂଣ୍ଣ ଭାବରେ ଅଲଗା । ସେ ତାଙ୍କ ଆକ୍ଟି ଜରିଆରେ ଅନେକ ସମୟରେ କଳାକାରଙ୍କୁ କନ୍ଦାଇ ଦେଇଥାନ୍ତି । ତେବେ ସେ ଗୋଟିଏ ଫିଲ୍ମ ଲାଗି ୮ କୋଟି ଟଙ୍କା ନିଅନ୍ତି ।

୯. ଆଲିଆ ଭଟ୍ଟ: ଆଲିଆ ଭଟ୍ଟ ନାମ ହିଁ ଯଥେଷ୍ଟ ତାଙ୍କୁ ଜାଣିବା ଲାଗି । ସେ ବଲିଉଡରେ ଖୁବ ବୟସରେ ଏକ ସ୍ୱତନ୍ତ୍ର ସ୍ଥାନ କରିପାରିଛନ୍ତି । ସେ ତାଙ୍କ ଅଭିନୟରେ କେବଳ ଦର୍ଶକଙ୍କ ମନ ଜିତି ନାହାନ୍ତି ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନଙ୍କର ମଧ୍ୟ ପ୍ରଥମ ପସନ୍ଦ । ସେ ଗୋଟେ ଫିଲ୍ମ ଲାଗି ପାଖାପାଖି ସାଢେ ୭ କୋଟି ନେଇଥାନ୍ତି ।

୧୦. ପରିଣତି ଚୋପ୍ରା ଓ ସୋନାକ୍ଷୀ ସିହ୍ନା : ବଲିଉଡର ଆଉ ଦୁଇ ଫେମସ ହିରୋଇନ ହେଉଛନ୍ତି ପରିଣତି ଚୋପ୍ରା ଓ ସୋନାକ୍ଷୀ ସିହ୍ନା । ଏହି ଦୁଇ ହିରୋଇନ ମଧ୍ୟ କୌଣସି କମ ନୁହଁନ୍ତି । ଏମାନଙ୍କ ଆକ୍ଟିର ପାଗଳ ମଧ୍ୟ ଅନେକ ରହିଛନ୍ତି । ତେବେ ଏହି ଦୁଇ ହିରୋଇନ ବଲିଉଡରେ ରାଜ କରୁଥିଲେ ମଧ୍ୟ ସେତେ ପ୍ରଶଂସା ସାଉଣ୍ଟୁଥିବାର ଦେଖିବାକୁ ମିଳୁନାହାନ୍ତି । ତେବେ ସୋନାକ୍ଷୀ ଗୋଟିଏ ଫିଲ୍ମ ଲାଗି ୫ କୋଟି ନେଉଥିବା ବେଳେ ପରିଣତୀ ଗୋଟିଏ ଫିଲ୍ମ ଲାଗି ୫ କୋଟି ଟଙ୍କା ନେଇଥାନ୍ତି ।