ରାସ୍ତାରେ ଠିଆ ହୋଇଥିବା ଯୁବକଙ୍କ ବେକ କାଟିଲା ଦୃର୍ବୁତ୍ତ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଅପରାଧ ଓ ହିଂସା ଜୋରସୋର ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ପୁଣି ଏକ ସେହିପରି ଏକ ଘଟଣା ସାମନାକୁ ଆସିଛି | ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବାର ସୂଚନା ମିଳିଛି | ଏପରି ଘଟଣା ନବରଙ୍ଗପୁର ସହର ରାଜରାସ୍ତାରେ ଘଟିଥିବାର ସୂଚନା ମିଳିଛି | ଆହତ ଯୁବକ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଘଣ୍ଟିଗୁଡ଼ା ନିକଟ ମହିମା ଗାଁର କ୍ଷୀରସିନ୍ଧୁ ଗହୀର । ନବରଙ୍ଗପୁର ପୁଲିସ୍‌ କ୍ଷୀରସିନ୍ଧୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ କ୍ଷୀରସିନ୍ଧୁ ନବରଙ୍ଗପୁର ତହସିଲ୍ ଅଫିସ୍ ନିକଟରେ ଠିଆ ହୋଇଥିଲେ । ଏହି ସମୟରେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ । ପୁଲିସ୍‌ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିିଛି ।

ଏକ ବନ୍ଦ ଘରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର