୨୦୩୨ରେ ଭୁବନେଶ୍ୱର ହୋଇପାରେ ଅଲମ୍ପିକ୍ସ

ନୂଆଦିଲ୍ଲୀ : ୨୦୩୨ରେ ଭୁବନେଶ୍ୱରରେ ହୋଇପାରେ ଅଲମ୍ପିକ୍ସ । ଇଣ୍ଡିଆ ଅଲିମ୍ପିକ୍ସ ଆସୋସିଏଶନର ସଭାପତି ନରୀନ୍ଦ୍ର ବାତ୍ରାଙ୍କ ବୟାନ ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି । ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏଶନ ବା ଆଇଓଏ ଏଥିପାଇଁ ସହଯୋଗ କରିବ ବୋଲି ସେ କହିଛନ୍ତି । ଗତବର୍ଷ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ଓଡ଼ିଶା ଏବେ ଚର୍ଚ୍ଚାରେ ଅଛି । ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ସଫଳତାର ସହ ହକି ମହାକୁମ୍ଭ ଆୟୋଜନ ହୋଇଥିଲା ଭୁବନେଶ୍ୱର କଳିଙ୍ଗଷ୍ଟାଡିୟମରେ । ଏଥିରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଓ ୨୦୨୪, ୨୦୨୮ ଅଲିମ୍ପିକ୍ସ ଗୁରୁତ୍ୱ ରଖୁଛି ବୋଲି ବାତ୍ରା କହିଛନ୍ତି।

ତୀର୍ଥଯାତ୍ରା ହେଲା କାଳ, ନେପାଳରେ ଦୁଇ ଓଡିଆ ମୃତ, ତିନି ଗୁରୁତର