ବାହାଘରର ୫ ଦିନରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଫେରାର ହେଲେ ଦୃର୍ବୁତ୍ତ

ଭଞ୍ଜନଗର: ରାଜ୍ୟରେ ଦିନକୁ ଦିନ ଅପରାଧର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମି‌ିଳୁଛି | ଏହି ପରିପେକ୍ଷରେ ଆଜି ପୁଣି ଏକ ଅତି ଲଜ୍ଜ୍ୟଜନକ କାଣ୍ଡ ଘଟିଥିବାର ଜଣାପଡିଛି | ବାହାଘରର ମାତ୍ର ୫ ଦିନରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ସୂଚନା ମିଳିଛି | ଘଟଣାଟି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗାଁରେ ଘଟିଥିବାର ସୂଚନା ମିଳିଛି | ମୃତକ ଜଣଙ୍କ ହେଲା ଦୀନବନ୍ଧୁ ସ୍ୱାଇଁ । ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାରେ ଯୁବକ ଜଣଙ୍କ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ତିନି ମୁଖା ପିନ୍ଧା ବ୍ୟକ୍ତି ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ଏହାପରେ ଆଉ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ । ଦୀନବନ୍ଧୁଙ୍କ ଦାଦା ପୁଅ ଭାଇମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ସେମାନଙ୍କ ମଧ୍ୟରେ ଜମିଜମା ବିବାଦ ନେଇ ଶତ୍ରୁତା ରହିଥିଲା । ଜଗନ୍ନାଥପ୍ରସାଦ ପୁଲିସ୍‌ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତମାନେ ଫେରାର୍‌ ଥିବା ଜଣାପଡ଼ିଛି । ତେବେ ସାମାନ୍ୟ କିଛି ଘଟଣାକୁ ନେଇ ଲୋକେ ଏତେ ଅମାନବୀୟ କାଣ୍ଡ କିପରି କରିପାରୁଚନ୍ତି ତାହାକୁ ନେଇ ସାଦାରଣରେ ନିନ୍ଦା କରାଯାଉଛି |

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ, ବୃଦ୍ଧ ମୃତ