ଭୁଲ ଇଂଜେକ୍ସନର ନେଲା ଯୁବତୀଙ୍କ ଜୀବନ…

ସୋର: ଡାକ୍ତରଙ୍କ ଅବହେଳା ଓ ଇଂଜେକ୍ସନର ପ୍ରତିକ୍ରିୟା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାର ସୋର ଅଂଚଳର ଅଡଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନକରେ ରେ ଘଟିଥିବାର ସୂଚନା ମିଳିଛି | ମୃତ ଯୁବତୀ ଜଣଙ୍କ ହେଉଛନ୍ତି ବାଗୁଡି ଗାଆଁର ଗୌରାଙ୍ଗ ଦାସଙ୍କ ଝିଅ ସସ୍ମିତା ଦାସ । ଅଭିଯୋଗ ଅନୁଯାୟୀ ମୃତ ଯୁବତୀଜଣକ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି ଉକ୍ତ କ୍ଲିନିକକୁ ଆସିଥିଲେ । ଡାକ୍ତର ଶଶାଙ୍କ ଆଚାର୍ଯ୍ୟ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷାପରେ ଏକ ଇଂଜେକ୍ସନ ଆଣିବାକୁ ଲେଖିଥିଲେ ।
ସେ ଲେଖିଥିବା ଇଂଜେକ୍ସନକୁ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣିଥିଲେ । ସେହି ଇଂଜେକ୍ସନ ଯୁବତୀଙ୍କୁ ଦିଆଯିବାପରେ ତାଙ୍କର ପ୍ରାଣହାନି ଘଟିଥିଲା । ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ପରେ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରିଥିଲେ । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଭୁଲ ଇଂଜେକ୍ସନ ପାଇଁ ତାଙ୍କ ଝିଅ ସସ୍ମିତାଙ୍କର ଜୀବନ ଗଲା । ଏବେ ମୃତ ଯୁବତୀ ସସ୍ମିତାଙ୍କର ଶବ ସୋର ଡାକ୍ତରଖାନାରେ ରହିଛି । ସେଠାରେ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି ।

ସୋର ଥାନା ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର