ଦୁଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୮ ଆହତ

ବ୍ରହ୍ମପୁର: ରାଜ୍ୟରେ ଗଲା କିଛି ଦିନ ହେବ ଅପରାଧ ଓ ହିଂସା ଜୋରସୋରରେ ଦେଖିବାକୁ ମିଳୁଛି । ଏହି ପରିପେକ୍ଷରେ ଆଜି ପୁଣି ଏକ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ବ୍ରହ୍ମପୁରର ଦିଗପହଣ୍ଡି ଅନ୍ତର୍ଗତ ତଣ୍ଡିପୁର ପଞ୍ଚାୟତର ଖଇରି ଗ୍ରାମରେ ଘଟିଥିବାର ସୂଚନା ମିଳିଛି ।
ସୂଚନାନୁସାରେ, ଯାତ୍ରା ଦେଖିବା ବେଳେ କୌଣସି କାରଣରୁ ଦୁଇ ଗୋଷ୍ଠା ମଧ୍ୟେରେ ବଚସା ହୋଇଥିଲା । ପରେ ଏହି ବଚସା ଭୟଙ୍କର ରୂପ ନେଇ ହଣାକଟା ପର୍ଯ୍ୟନ୍ତ ପଳାଇଥିଲା । ଏହି ମାରପିଟିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ଘଟିବା ପରେ ଜରଡା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାକୁ ଆୟତ୍ତ କରିଥିଲା ।

ପଥର ମାଫିଆଙ୍କ ଆକ୍ରମଣ: ପୋଲିସ ଏଏସ୍‌ଆଇ ଗୁରୁତର ଆହତ