ପୂର୍ବାନୁମାନ ରିପୋର୍ଟ ସହ ସହମତ ନୁହଁନ୍ତି ନେତା

ଭୁବନେଶ୍ୱର: ନିର୍ବାଚନର ଚୂଡାନ୍ତ ଫଳାଫଳ ଆସିବା ପୂର୍ବରୁ ପୂର୍ବାନୁମାନ ରିପୋର୍ଟକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ବିଜେଡିର ସଂଖ୍ୟା ଗତଥର ଠାରୁ ହ୍ରାସ ପାଉଥିଲେ ମଧ୍ୟ ପୁଣି କ୍ଷମତାକୁ ଫେରିବାକୁ ନେଇ ପୂର୍ବାନୁମାନ କରାଯାଇଛି । ହେଲେ ବିଜେପି ନେତାମାନେ ଏହି ରିପୋର୍ଟକୁ ମାନିବାକୁ ନାରାଜ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସିଧା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି । ସେ ଦାବୀ କରିଛନ୍ତି ବିଜେପି କ୍ଷମତାକୁ ଆସିବ । ୭୦ରୁ ଅଧିକ ଆସନ ପାଇବ । ହେଲେ ତାଙ୍କ ଦଳର ବରିଷ୍ଠ ନେତା ଡା. ଦାମୋଦର ରାଉତ କିନ୍ତୁ ଏକଜିଟ ପୋଲ ସହ ସହମତ ହୋଇ ନାହାନ୍ତି । ତାଙ୍କ ମତରେ ବିଜେପି-ବିଜେଡି କେହି ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ପାଇବେ ନାହିଁ, ଝୁଲା ବିଧାନସଭା ରହିବ । ହେଲେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଏହି ହାରଜିତ ବିବାଦ ଭିତରକୁ ନ ପଶିି ଏଥର ବିଜେପି ଭଲ ପର୍ଦଶନ କରିବ ବୋଲି କହିଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କ ମତ ବିଜେଡି ସରକାର ଗଢିବା ନିଶ୍ଚିତ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବାନୁମାନ ରିପୋର୍ଟ ସହ ସହମତ ହୋଇନାହାନ୍ତି । ସେ ପ୍ରତିନ୍ଦ୍ୱନ୍ଦିତା କରୁଥିବା ଦୁଇଟି ଯାକ ଆସନରୁ ହାରୁଥିବା ନେଇ ଆସୁଥିବା ରିପୋର୍ଟକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ।
ଏହି ପରିପେକ୍ଷରେ ଏକଜିଟ ପୋଲର ଆକଳନକୁ ନେଇ ପ୍ରଫୁଲ୍ଲ ଘଡେଇଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଦେଶରେ ମୋଦି, ରାଜ୍ୟରେ ନବୀନଙ୍କ ସପକ୍ଷରେ ଜନାଦେଶ ରହିବ । ବିଜେଡିର ଲୋକସଭା ସଂଖ୍ୟା କିଛି ହ୍ରାସ ହେବ, କିନ୍ତୁ ଆଗରେ ରହିବ । ନିର୍ଦ୍ଦିଷ୍ଟ ସଂଖ୍ୟା କହି ହେବନି, ବିଜେଡି ତଳକୁ ବିଜେପି ରହିବ । ବିଧାନସଭାରେ ବିଜେଡି ଗତଥର ଭଳି ସ୍ଥିତି ବଜାୟ ରଖିବ । ଓଡିଶାବାସୀ ନବୀନଙ୍କ ସପକ୍ଷରେ ଅଛନ୍ତି, ଭୋଟ ଦେଇଛନ୍ତି । ସ୍କିପ ଅଫ ଭୋଟ ଗ୍ରାମାଞ୍ଚଳରେ ସମ୍ଭବ ନୁହେଁ, ସହରାଞ୍ଚଳରେ ହୋଇ ଥାଇପାରେ ।
ସହିପରି ଏକଜିଟ ପୋଲର ଗଣନାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲରାମଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଧାନସଭା ସମ୍ପର୍କରେ ଏକଜିଟ ପୋଲର ଗଣନା ଭୁଲ ହୋଇପାରେ । ଆମର ଲକ୍ଷ୍ୟ ୧୨୦ ଥିଲା, କିନ୍ତୁ ୭୦ରୁ ଅଧିକ ଆସନ ମିଳିବ । ୭୦ରୁ ଅଧିକ ଆସନ ପାଇଁ ଓଡିଶାରେ ସରକାର କରିବ ବିଜେପି । ଜାତୀୟସ୍ତରୀୟ ଏକଜିଟ ପୋଲ ହିସାବରେ ଓଡିଶାରେ ୧୮ ସାଂସଦ ଜିତିବେ । ସାରା ଦେଶରେ ୩୦୦ରୁ ଉଦ୍ଧ୍ୱର୍ ଆସନରେ ଜିତି ବିଜେପି ସରକାର ଗଢିବ ।
ସହିପରି ଏକଜିଟ ପୋଲର ଆକଳନକୁ ନେଇ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଏକଜିଟ ପୋଲର ଆକଳନ ସବୁବେଳେ ଭୁଲ ହୋଇ ନଥାଏ । ଓଡିଶାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି । ବିଧାନସଭା ଓ ଲୋକସଭା ଉଭୟରେ ବିଜେପି ବହୁତ ବଢିଛି । ଅନ୍ୟା ଦଳ ଗୁଡିକ କମୁଛି, ଏକଜିଟ ପୋଲର ଏହି ଆକଳନରେ ମୁଁ ଏକମତ । ମୁଁ କେନ୍ଦ୍ରାପଡା ପାଇଁ ନୁହେଁ, ମୋର ଲୋକଙ୍କ ଉପରେ ଭରସା ଅଛି । ସେମାନଙ୍କର ବି ମୋ ଉପରେ ଭରସା ରହିଛି, ରେଜଲ୍ଟ ବହୁତ ଭଲ ହେବ ।

ଏକ୍‌ଜିଟ ପୋଲକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହାକୁ ବିଶ୍ୱାସଯୋଗ୍ୟ କହିହେବନାହିଁ । ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । କଂଗ୍ରେସ ଛିଡିବା ପାଇଁ ଆମେ ନିଜେ ହିଁ ଦାୟୀ କିନ୍ତୁ ବିଜେପି ରାଜ୍ୟରେ ସରକାର କରିପାରିବନି । ଘଷିପୁରାରୁ ନଜିତିଲେ ବି ଭଣ୍ଡାରୀପୋଖରୀରୁ ଜିତିବୁ ବୋଲି ଦୃଢୋକ୍ତି ପ୍ରକାଶ କଲେ ନିରଞ୍ଜନ ପଟ୍ଟନାୟକ ।

ଗଣମାଧ୍ୟମ ସର୍ଭେ : କିଏ କେଉଁଠୁ ଜିତିବ