ପ୍ରେମରେ ବିଫଳ ହେବାରୁ ଅତ୍ମହତ୍ୟା କଲେ ଆଇନ ଛାତ୍ର

କଟକ: ପ୍ରେମରେ ବିଫଳ ହେବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅବିଯୋଗ ହୋଇଛି | ଏପରି ନିନ୍ଦନୀୟ ଘଟଣା କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଘଟିଥିବାର ସୂଚନା ମିଳିଛି | କଲେଜର ଛାତ୍ରାବାସରୁ ଛାତ୍ରଟିର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣଙ୍କ ହେଲା କିଶୋର ନଗର ଅଂଚଳର ୨ୟ ବର୍ଷର ଛାତ୍ର ଅଜିତ କୁମାର ସେଠୀ । ସୂଚନାନୁଯାୟୀ, କଲେଜ ଛାତ୍ରାବାସରେ ଅଜିତ ରହୁଥିଲେ । ଦୀର୍ଘ ସମୟ ଧରି ସେ କବାଟ ନ ଖୋଲିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ କବାଟ ଭାଙ୍ଗିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପ୍ରେମରେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ, ବୃଦ୍ଧ ମୃତ