ରୁଟି ଦ୍ୱାରା କଟିପାରେ ଅନେକ ସମସ୍ୟା, ଜାଣନ୍ତୁ କେମିତି କରିବେ ଏହାର ବ୍ୟବହାର…

ଭୁବନେଶ୍ୱର:ଖାଦ୍ୟ,ପୋଷାକ ଓ ରହିବାକୁ ସ୍ଥାନ ପ୍ରତ୍ୟେକ ମନୁଷ୍ୟର ଆବଶ୍ୟକ ପ୍ରଥମ ଦ୍ରବ୍ୟ ଅଟେ ।ଖାଦ୍ୟ ମଧ୍ୟରେ ରୁଟିର କିଛି ଏପରି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଉପାୟ ଦ୍ୱାରା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ରୁଟିର ସେହି ଉପାୟଗୁଡିକ ବିଷୟରେ…
୧. ଘରେ ପ୍ରସ୍ତୁତ କରିବା ପ୍ରଥମ ରୁଟିକୁ ରଖି ଦିଅନ୍ତୁ । ଏହା ଉପରେ ଶୁଦ୍ଧ ଘିଅ ଲଗାଇ ଚାରି ଭାଗ କରି ଦିଅନ୍ତୁ । ଚାରି ଭାଗ ମଧ୍ୟରୁ ଗୋଟିଏ ଭାଗ ଗାଈକୁ,ଆଉ ଗୋଟେ କୁକୁରକୁ,ତୃତୀୟଟି କାଉକୁ, ଚତୁର୍ଥ କୌଣସି ଭିକାରିକୁ ଦାନ କରନ୍ତୁ । ରୁଟିକୁ ଗାଈକୁ ଖୁଆଇବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ । କୁକୁରକୁ ଦେବା ଦ୍ୱାରା ଶତ୍ରୁଙ୍କ ଭୟ ଦୂର ହୋଇଥାଏ । କାଉକୁ ଦେବା ଦ୍ୱାରା ପିତୃଦୋଷ ସହ କାଳସର୍ପ ଦୋଷ ଦୂର ହୋଇଥାଏ ।
ଏହାସହ ଶେଷ ରୁଟିଟି ଭିକାରିକୁ ଦେବା ଦ୍ୱାରା ଆର୍ଥିକ କଷ୍ଟ ଦୂର ହୋଇଥାଏ । ବାରମ୍ବାର ଅସଫଳାତାର ସମ୍ମୁଖିନ ହେଉଥିଲେ ସେଥିରେ ଆପଣଙ୍କୁ ସଫଳତା ମିଳିପାରିବ ।
୨. ଯଦି ଆପଣଙ୍କ ଜୀବନରେ ଶନିଙ୍କ ଦଶା ରହିଛି ତେବେ ରୁଟିର ଏକ ଉପାୟ କରିବା ଦ୍ୱାରା ତାହା ଦୂର ହୋଇଥାଏ ।ରାତିରେ ବଳିଯାଇଥିବା ରୁଟିକୁ ଆଣି ସେଥିରେ କିଛି ସୋରିଷ ତେଲ ମାରି କଳା କୁକୁରକୁ ଖୁଆନ୍ତୁ । ଯଦି କଳା କୁକୁର ନ ମିଳେ ତାହେଲେ କଳା ବିଲେଇକୁ ମଧ୍ୟ ରୁଟି ଦେଇପାରିବେ ।ଏପରି କରିବା ଦ୍ୱାରା ଶନିଙ୍କ କୋପରୁ ନିଜକୁ ରକ୍ଷା କରିପାରିବେ ।
୩. ଆମ ଦେଶରେ ଅତିଥିଙ୍କୁ ଭଗବାନଙ୍କ ରୂପରେ ଦେଖାଯାଏ । ସେ ବ୍ୟକ୍ତି ଜଣଙ୍କ ଧନୀ ହେଉ କିମ୍ବା ଗରିବ ସେଥିରେ କିଛି ଫରକ ପଡିନଥାଏ । ଯଦି କେବେ କୌଣସି ନିଦ୍ଧନ ବ୍ୟକ୍ତି ଆପଣଙ୍କ ଦୂଆରକୁ ଆସିଲେ ତେବେ ତାଙ୍କୁ ଯଥା ସମ୍ଭବ ଭୋଜନ କରାଇବା ସହ ତାଙ୍କୁ ରୁଟି ଖଣ୍ଡେ ନିଶ୍ଚିତ ଭାବେ ଭୋଜନରେ ଦେବା ଉଚିତ ।
୪. ଯଦି ପରିଶ୍ରମ କରିବା ଦ୍ୱାରା କୌଣସି କାର୍ଯ୍ୟରେ ଅପଣଙ୍କୁ ସଫଳତା ମିଳୁନଥିବ ତେବେ ରୁଟିର ଏକ ଉପାୟ କରିବା ଉଚିତ । ରୁଟି ଓ ଚିନିକୁ ମିଶାଇ ଛୋଟ ଛୋଟ ଖଣ୍ଡ କରି ପିମ୍ପୁଡିମାନଙ୍କୁ ଖାଇବାକୁ ଦିଅନ୍ତୁ । ଏପରି ଉପାୟ କରିବା ଦ୍ୱାରା ଆସ୍ତେ ଆସ୍ତେ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ।
୫.ଯଦି ଆପଣଙ୍କ ଘରର ଶାନ୍ତିରେ କାହାରି ନଜର ଲାଗିଥାଏ ଏବଂ ବାରମ୍ବାର କଳହ ହେଉଥାଏ ତେବେ ରୁଟି ସହ ଜଡିତ କିଛି ଉପାୟ କରିବା ଉଚିତ । ଅପରାହ୍ନ ସମୟରେ ଆପଣ ତିଆରି କରୁଥିବା ପ୍ରଥମ ରୁଟିକୁ ଗାଈ ପାଇଁ ଓ ଶେଷ ରୁଟିକୁ କୁକୁର ପାଇଁ ରଖିବା ଉଚିତ । ଏହାକୁ ନିଜେ ଭୋଜନ କରିବା ପୁର୍ବରୁ ଦେବାକୁ ଚେଷ୍ଟା କରନ୍ତୁ ନହେଲେ ପରେ ଦେଲେ ମଧ୍ୟ ଚଳିବ ।
୬. ଚାକିରୀ ପାଇଁ ବାରମ୍ବାର ଚେଷ୍ଟା କରିବା ଦ୍ୱାରା ସେଥିରେ ଅସଫଳତା ହେଉଥିଲେ ରୁଟିକୁ ଉପାୟ କରନ୍ତୁ । ରୁଟି ରଖୁଥିବା ପାତ୍ରରୁ ତୃତୀୟ ରୁଟିକୁ ନିୟନ୍ତୁ । ନିଜର ତର୍ଜନୀ ଆଙ୍ଗୁଠୀ ଓ ତାର ପାଶ୍ୱର୍ ଆଙ୍ଗୁଠିକୁ ତେଲରେ ବୁଡାନ୍ତୁ । ତା ପରେ ରୁଟି ଉପରେ ଦୁଇଟି ଆଙ୍ଗୁଠି ସାହାର୍ଯ୍ୟରେ ଏକାସହ ଗାର ଟାଣନ୍ତୁ । ଏହା ପରେ କିଛି କଥା ନ କହି ରୁଟିକୁ ଦୁଇଟି ରଙ୍ଗଥିବା ଗୋଟିଏ କୁକୁରକୁ ଖୁଆଇ ଦିଅନ୍ତୁ । ଏହି ଉପାୟଟି କେବଳ ଗୁରୁବାର ଏବଂ ରବିବାର କରିବା ଉଚିତ । ଏପରି କରିବା ଦ୍ୱାରା ଚାକିରୀ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ ।