ଓଏନ୍ଏ ଖବରର ନୂଆ ୟୁଟ୍ୟୁବ ଚ୍ୟାନେଲ ସୋଆ ମୁଖ୍ୟ ମନୋଜ ନାୟକଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଓଏବ ନ୍ୟୁଜ ପୋର୍ଟାଲ୍ ଓଏନଏଖବର ପକ୍ଷରୁ ନୂଆ ୟୁଟ୍ୟୁବ ଚାନେଲ ଆରମ୍ଭ ହୋଇଛି । ଏହି ଚାନେଲକୁ ସୋଅ।। ବିଶ୍ୱ ବିଦ୍ୟାଳୟ ଓ ସୋମା ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ଅଧ୍ୟକ୍ଷ ମନୋଜ ନାୟକ ଉଦଘାଟନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ ସାଧାରଣ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବାରୁ ଓଏନଏଖବର ମଧ୍ୟ ରାଜ୍ୟବାସୀଙ୍କ ପାଖରେ ଆଦୃତ ହେବ ବୋଲି ଶ୍ରୀ ନାୟକ ଏହି ଅବସରରେ ପ୍ରକାଶ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ଅନ୍ୟତମ ଅତିଥିଭାବେ ଏସସିବି ମେଡିକାଲ କଲେଜର ମୂତ୍ରରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଯୋଗ ଦେଇ ଓଏନଏର ଶୁଭ କାମନା କରିଥିଲେ ।
ଓଏନଏ ଖବର ୟୁଟ୍ୟୁବ ଚାନେଲ ସାଧାରଣ ଲୋକଙ୍କ ସମସ୍ୟା, ରାଜ୍ୟ ଓ ଦେଶ ରାଜନୀତି, ସ୍ୱତନ୍ତ୍ର ସାକ୍ଷାତକାର ନ୍ୟୁଜ୍ମେକର, ସ୍ୱାସ୍ଥ୍ୟ ଓ ଧର୍ମ ସମ୍ପର୍କୀୟ ତଥ୍ୟ ପ୍ରଦାନ କରାଯିବ । ଏହାସହ ପ୍ରତି ସପ୍ତାହରେ ରାଜର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ପ୍ରସାରଣ ହେବ ବୋଲି ସୌଜନ୍ୟ ସମ୍ପାଦକ ବିପିନ ସିଂହ ସୂଚନା ଦେଇଛନ୍ତି ।