ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଭବିଷ୍ୟବାଣୀ: ଏ ନିର୍ବାଚନ ହୋଇପାରେ ଦେଶର ଶେଷ ନିର୍ବାଚନ, ପଢ଼ନ୍ତୁ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତାକାର

ବିରାଧୀ ଦଳ ନେତା କେବଳ ରାଜନୀତି କ୍ଷେତ୍ରରେ ନୁହେଁ ଓକିଲାତି କ୍ଷେତ୍ରରେ ତାଙ୍କର ବହୁତ ଅଭିଜ୍ଞତା ଅଛି । ରାଜନୀତିକ ପରିବାରରୁ ତାଙ୍କର ଜନ୍ମ । ପୂର୍ବରୁ ଅନେକ ନିର୍ବାଚନ ଓ ୨୦୧୯ ନିର୍ବାଚନ ଭିତରେ କ’ଣ ପାଇଁ ପ୍ରାର୍ଥୀମାନେ ଟିକଟ ପାଇ ମଧ୍ୟ ଅନ୍ୟ ଦଳକୁ ପଳଉଥିଲେ, ଘରଡ଼ିଆଁ ସବୁ ଦଳରେ ଘଟିଛି । କାହିଁକି ସବୁ ଦଳରେ ଏପରି ଘଟଣା ଘଟିଲା ଏବଂ କ୍ଷମତାରେ ଥାଇ ମଧ୍ୟ ବିଜେଡିରେ ବି ଦଳ ପରିବର୍ତନ ଘଟିଛି । ଏ ବିଷୟରେ ଆସନ୍ତୁ ଆଲୋଚନା କରିବା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ-
ପ୍ରଶ୍ନ: ସାର କ’ଣ ଆପଣଙ୍କ ଏ ବିଷୟରେ ମତାମତ ରହିଛି
ଉତର: ଦେଖନ୍ତୁ ଭାରତ ସ୍ୱାଧୀନ ହେଲା ୧୯୪୭ ମସିହାରୁ ପ୍ରଥମ ନିର୍ବାଚନ ହେଲା ୧୯୫୨, ପ୍ରଥମ ନିର୍ବାଚନ ଠୁ ଆଜି ପର୍ଯ୍ୟନ୍ତ ଆପଣ ଦେଖିବେ ସମୀକ୍ଷା କରିବେ ୨୦୧୯ ନିର୍ବାଚନ ଗୋଟିଏ ଭିନ୍ନ ପରିପ୍ରେକ୍ଷିରେ ହେବାକୁ ଯାଉଛି । ସବୁଠାରୁ ବଡ଼କଥା ହେଲା ଯେଉଁଥିପାଇଁ ଭାରତ ଗର୍ବ କରେ ତାହାର ଜୁଡିସିଆଲି ବା ବିଚାରବିଭାଗ, ଭାରତ ବର୍ଷ ଗର୍ବିତ ତା’ର ନିର୍ବାଚନ ପ୍ରକ୍ରିୟା ତା’ର ନିର୍ବାଚନ କମିଶନକୁ ନେଇ । ଆମେ ଗର୍ବ ଅନୁଭବ କରୁ ଯେ ଭାରତ ବର୍ଷ ନିରପେକ୍ଷ ନିର୍ବାଚନ ହେଉଛି ଓ ନିରିପେକ୍ଷ ଭାବରେ ଭୋଟଦାତା ଭୋଟ ଦେଉଛନ୍ତି । ସରକାରଙ୍କ ଅଧିନରେ କିମ୍ବା ସରକାରଙ୍କ ଦ୍ୱାରା କୌଣସି ସମ୍ବିଧାନ ସଂସ୍ଥା ପରିଚାଳିତ ନୁହେଁ । ଏହିଥର କିନ୍ତୁ ତା’ର ବ୍ୟତିକ୍ରମ ଦେଖାଦେଲା । ଯାହାସବୁ ଖବର, ଖବର କାଗଜ ହେଉ, ଇଲୋକଟ୍ରୋନିକ ମିଡ଼ିଆ ହେଉ ଯାହା ସବୁ ପ୍ରଚାର ହେଲା ତାହା ସତ୍ୟ ହେଉ କି ଅର୍ଦ୍ଧସତ୍ୟ ହେଉ ବା ମିଥ୍ୟା ହେଉ ତାହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି । ଲୋକେ ଧିରେ ଧିରେ ବିଚାର ବିଭଗ ଉପରେ ତାଙ୍କର ଭରସା ତୁଟି ଯାଉଛି । ନିର୍ବାଚନ କମିଶନଙ୍କ ଉପରେ ଲୋକଙ୍କ ଭରସା ତୁଟି ଯାଉଛି । ତାହାଛଡ଼ା ଯଦି ଆମେ ଓଡ଼ିଶା ପରିପେକ୍ଷିରେ ଦେଖିବା ଯେଉଁମାନେ ରାଜନୀତିରେ ଯୋଗ ଦେଉଛନ୍ତି ସେମାନେ କୌଣସି ରାଜନୀତି ମତବାଦ ଉପରେ ବିଶ୍ୱାସ କରୁ ନାହାଁନ୍ତି । ସେମାନେ କୌଣସି ବ୍ୟକ୍ତଙ୍କୁ ଦେଖି ତା’ପ୍ରତି ଆକୃଷ୍ଟ ହୋଇ କିମ୍ବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଆସି ରାଜନୀତି କରୁଛନ୍ତି । କିନ୍ତୁ ଆମେ ଯଦି ବୁଦ୍ଧିଜୀବୀ କଥା କହିବା ଯେଉଁମାନେ ପ୍ରତିଷ୍ଠିତ ବ୍ୟକ୍ତ ସମାଜର ସେମାନେ ରାଜନୀତିରୁ ଦୂରେଇ ଯାଉଛନ୍ତି, ନିର୍ବାଚନ ଲଢ଼ିବା ପାଇଁ ଚାହୁଁ ନାହାଁନ୍ତି । ଏପରିକି ଆପଣ ଯଦି ଭୁବନେଶ୍ୱର କଥା ଆଲୋଚନା କରିବେ ଭୁବନେଶ୍ୱର ହେଉଛି ବୁଦ୍ଧିଜୀବୀ ମାନଙ୍କର ପେଣ୍ଠ ସ୍ଥଳୀ, ଏଠି ବହୁତ ବୁଦ୍ଧିଜୀବୀ ରହନ୍ତି ବହୁ ଶିକ୍ଷିତ ବ୍ୟକ୍ତି ରହିନ୍ତି । କିନ୍ତୁ ବହୁତ ଶିକ୍ଷିତ ଓ ବୁଦ୍ଧିଜୀବୀ ତାଙ୍କର ମତଦାନ ବା ଭୋଟ ଦେବାକୁ ଯାଆନ୍ତି ନାହିଁ । ଯଦିଓ ସମ୍ବିଧାନ ଅନୁସାରେ ଭୋଟ ଦେବା ଆମର ସାମ୍ବିଧାନିକ ଅଧିକାର କିନ୍ତୁ ସମାଜର ଯେଉଁମାନେ ସବୁଠାରୁ ଶିକ୍ଷିତ ଲୋକ ସବୁଠୁ ଗୁଣିବାନ ଲୋକ ସେମାନେ କୌଣସି ଦଳରେ ଯୋଗ ଦେଉ ନାହଁନ୍ତି, ନିର୍ବାଚନ ଲଢ଼ୁନାହଁନ୍ତି ଏପରିକି ଭୋଟ ଦେବା ପାଇଁ ମଧ୍ୟ ଘୃଣା କରୁଛନ୍ତି । ଏହା ଗଣତନ୍ତ୍ର ପାଇଁ ବହୁତ ବିପଜ୍ଜନକ । କିଛି ଲୋକ କହୁଛନ୍ତି ଏହି ନିର୍ବାଚନ ଭାରତ ବର୍ଷର ବୋଧେ ଶେଷ ନିର୍ବାଚନ । ଅନ୍ୟ ପରିପ୍ରେକ୍ଷିରେ ଦେଖିବା ଯେଉଁମାନେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ ଯେଉଁଦିନ ଭାରତ ବର୍ଷ ସ୍ୱାଧୀନ ହେଲା ସେ ତାଙ୍କ ଅଫିସରେ କଳା ପତାକା ଉଡ଼ାଇଥିଲେ ଜାତୀୟ ପତାକା ଉଡ଼ାଇ ନଥିଲେ । ଦୀର୍ଘ ୫୨ବର୍ଷ ଧରି ଯେଉଁ ଅନୁଷ୍ଠାନ ଅଗଷ୍ଟ ୧୫ ଦିନ ଜାତୀୟ ପତାକା ଉଡ଼ାଇବା ପରିବର୍ତେ କଳାପତାକା ଉଡ଼ାଉଥିଲା ସେ ଆଜି ଶାସନ କରୁଛି । ସେମାନେ ଅନ୍ୟକୁ ଦେଶଦ୍ରୋହୀ ବୋଲି କହୁଛନ୍ତି । ଯେଉଁମାନେ ଇଂଗ୍ରେଜ ସରକାରର ଦଲାଲ ଥିଲେ ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ ଏବଂ ବ୍ରିଟିଶ ସରକାର ସାକ୍ଷୀ ହୋଇ ସ୍ୱାଧୀନତା ଆନ୍ଦୋଳନକାରୀମାନଙ୍କୁ ଜେଲ ପଠାଉଥିଲେ ସେମାନେ ଆଜି ନିଜକୁ ଦେଶ ଭକ୍ତ ବୋଲି ପରିଚୟ ଦେଉଛନ୍ତି । ମହାତ୍ମା ଗାନ୍ଧୀ ଯାହାର ନେତୃତ୍ୱରେ ଭାରତ ସ୍ୱାଧୀନ ହୋଇଥିଲା, ଯାହାକୁ ଆମେ ଜାତିର ପିତା ବୋଲି ଗ୍ରହଣ କରିଛୁ ତାଙ୍କରି ଫଟୋକୁ ଆଜି ଗୁଳି ମରାଯାଉଛି । ଖାଲି ସେତିକି ନୁହେଁ ମହାତ୍ମା ଗାନ୍ଧୀଙ୍କୁ ଗୁଳି ମାରିଥିବା ନାଥୁରାମ ଗଡ଼ସେଙ୍କୁ ଭଗବାନ ରୁପେ ପୂଜା କରି ତାଙ୍କ ନାମରେ ଗୋଟେ ମନ୍ଦିର ତୋଲିଛନ୍ତି, ଆଜି ଭାରତ ବର୍ଷରେ ଶାସନ କରୁଥିବା ତାଙ୍କୁ ସମର୍ଥନ କରୁଛନ୍ତି । ତେବେ ଆଜି ଗଣତନ୍ତ୍ର କଉଁଠି ପହଁଞ୍ଚିଛି ନିର୍ବାଚନ ଆଜି ଅର୍ଥହୀନ ହୋଇଯାଇଛି ।

ପ୍ରଶ୍ନ: ସାର ଓଡ଼ିଶାରେ ଯେଉଁଭଳି ରାଜନୀତି ହେଲା ଘରଡ଼ିଆଁ, ଦଳ ଅଦଳବଦଳ ଏହା କ’ଣ ପାଇଁ ହେଲା ସେ ବିଷୟରେ ଆପଣଙ୍କ ମତ କ’ଣ?
ଉତର: ଗୋଟିଏ ଦଳ ଗଠନ କରାଯାଏ କିଛି ନୀତି ଆର୍ଶକୁ ଆଧାର କରି । ବିଭିନ୍ନ ରାଜନୀତିକ ମତବାଦକୁ ଆଧାର କରି ବିଭିନ୍ନ ଦଳ ଗଠନ କରାଯାଇଥାଏ । କିନ୍ତୁ ଆଜି ଯେଉଁଦଳ ମାନ ଅଛି ଭାରତ ବର୍ଷରେ ହେଉ କି ଓଡ଼ିଶାରେ ହେଉ ସେମାନଙ୍କର ନୀତି ଆଦର୍ଶ ବୋଲି କିଛି ନାହିଁ । ସେମାନେ ତାଙ୍କର ଏକମାତ୍ର ଲକ୍ଷ ହେଲା ଶାସନକୁୁ ଆସିବା ନିର୍ବାଚନ ଜିତିବା ଶାସନ କରିବା ଲୋକଙ୍କ ନାରେ ଲୋକଙ୍କୁ ଶୋଷଣ କରିବା ଏବଂ ଗରିବଙ୍କ ନାମରେ ଭୋଟ ଆଣି ଗରିବର କ୍ଷତି କରିବା । ସେଇଥିପାଇଁ ଯିଏ ଏହି ସୁବିଧାରୁ ବଚିଂତ ହେଉଛି ସେ ଦଳ ପରିବର୍ତନ କରୁଛି । ମୁଁ ଜଦି ଆଜି ଗୋଟିଏ ଦଳରେ ନୀତି ଆଦର୍ଶରେ ଗୋଟିଏ ଦଳରେ ଅନୁପ୍ରାଣିତ ହେଉଛି ଦଳ ମୋତେ ଟିକଟ ଦଉକି ନଦଉ ମୋ ଦଳ ମୋ ପ୍ରତି ନ୍ୟାୟ କରୁ କି ଅନ୍ୟାୟ କରୁ କିନ୍ତୁ ମୁଁ ଦଳ ଛାଡ଼ିବି ନାହିଁ । ଏମନୋଭାବ ଆଜି ଦେଖାଯାଉନାହିଁ ଖାସ ଓଡ଼ିଶାରେ । ସେଇଥି ପାଇଁ ଗୋଟିଏ ଦଳର ନେତା ଯଦି ଟିକଟ ପାଇଲା ନାହିଁ ସେ ଆଉ ଗୋଟିଏ ଦଳକୁ ଯାଉଛି ଏବଂ ଦଳ ଟିକଟ ମଧ୍ୟ ଦଉଛି । ଯେଉଁ ରାଜନେତା ଦିନେ କହୁଥିବ ନିଦ୍ଧିଷ୍ଟ ଗୋଟିଏ ଦଳ ଦେଶ ବିରୋଧୀ ସ୍ୱାଧୀନତା ସଂଗ୍ରାମକୁ ବିରୋଧ କରିଥିଲେ ସେ ପୁଣି ପରବର୍ତ୍ତି ମୁହୁର୍ତରେ ସେହିଦଳରେ ଯୋଗଦେବ ଏବଂ ସେହିଦଳ ତାଙ୍କୁ ଗ୍ରହଣ କରିବ ଟିକଟ ଦେବ । ଏଥିରୁ କ’ଣ ଜଣାପଡ଼ୁନାହିଁ ରାଜନୀତିର ଅବକ୍ଷୟ ହେଉଛି ଓଡ଼ିଶାରେ ।
ପ୍ରଶ୍ନ: ୨୦୧୪ ନିର୍ବାଚନରେ କଂଗ୍ରେସରେ ଘରଡ଼ିଆଁ ହୋଇଥିଲା କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡିରୁ ବହୁ ରାଜନେତା ଘରଡ଼ିଆଁ କରିଛନ୍ତି ଏ ବିଷୟରେ ଆପଣଙ୍କ ମତ କ’ଣ ?
ଉତର: ଲୋକ ଅଛନ୍ତି ଗୋଟିଏ ଜାତୀୟ ଦଳରେ ଉଚ୍ଚ ପଦପଦବୀରେ ଥାଇ ଇସ୍ତଫା ଦେଇଛନ୍ତି । କିଛିଦିନ ପରେ ସେହି ଦଳକୁ ଫେରିଯାଇଛନ୍ତି । ଗୋଟିଏ ଦଳରେ ଅଛନ୍ତି ଅନ୍ୟ ଦଳକୁ ସମାଲୋଚନା କରୁଛନ୍ତି । ପରବର୍ତି ସମୟରେ ପୁଣି ଯେଉଁଦଳକୁ ସମାଲୋଚନା କରୁଥିଲେ ସେହିଦଳରେ ଯୋଗ ଦେଇଛନ୍ତି । ଏହାର ଅର୍ଥହେଲା ତାଙ୍କର ବ୍ୟକ୍ତଗତ ସ୍ୱାର୍ଥରେ ବାଧା ପଡ଼ିବାରୁ ସେ ଅନ୍ୟ ଦଳକୁ ଯାଉଛନ୍ତି ନୀତି ଆଦର୍ଶ କଥା ଭୁଲିଯାଇ ଅତିତ କଥା ଭୁଲିଯାଇ । ତାଙ୍କର ଏକମାତ୍ର ଲକ୍ଷ ହେଉଛି ମୁଁ କେମିତି ବିଧାୟକ ହେବି , ସାଂସଦ ହେବି ମୁଁ କେମିତି ରାଜନୀତି କ୍ଷମତା ହାସଲ କରିବି । ସେଥିପାଇଁ ମୁଁ କହୁଛି ଏ ଚିନ୍ତାଧାରା ଗଣତନ୍ତ୍ର ପାଇଁ ବିପଦ । ଏବଂ ସବୁ ଦଳରେ ମଧ୍ୟ ରାଜନୀତିର ଅବକ୍ଷୟ ହୋଇଛି ବୋଲି କହିବି ।

ପ୍ରଶ୍ନ: ରାଜନୀତିରେ ଯେଉଁ ଚିନ୍ତାଧାରା ଥିଲା ବର୍ତମାନ ଆଉ ସେ ରାଜନେତା ପାଖରେ ଦେଖାଯାଉନାହିଁ ସେମାନେ କ୍ଷମତା ରାଜନୀତିରେ ବ୍ୟସ୍ତ ଏହା ଉପରେ ଆପଣଙ୍କ ମତ କ’ଣ ?
ଉତର: ଦେଖନ୍ତୁ ଓଡ଼ିଶାରେ ଯେଉଁଦଳ କ୍ଷମତାରେ ଅଛି ସେହିଦଳ କେଉଁନୀତି ଆଦର୍ଶରେ ଗଠନ କରାଯାଇଥିଲା ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରୁ ନାହିଁ । ବିଜୁବାବୁଙ୍କ ନାମରେ ସେ ଦଳ ଗଠନ କରାଗଲା । ବିଜୁବାବୁ ଯେଉଁ ଦଳକୁ ଘୃଣା କରୁଥିଲେ ଯେଉଁ ନୀତି ଆଦର୍ଶକୁ ଘୃଣା କରୁଥିଲେ ସେହି ନୀତି ଆଦର୍ଶକୁ ଗ୍ରହଣ କରୁଥିବା ଦଳ ସହିତ ହାତ ମିଳାଇ ସରାକର ଗଠନ କଲେ ୯ବର୍ଷ ପାଇଁ । ତାଙ୍କୁ ତ ସାଧାରଣ ଲୋକ ଗ୍ରହଣ କଲେ । ଲୋକେ ଏହା ଚାହୁଁଛନ୍ତି ବୋଲି ଆମେ ବାଧ୍ୟ । ଗୋଟିଏ ଦଳ ଦୀର୍ଘ ୧୯ବର୍ଷ ଧରି ଶାସନ କଲା ସେ ଓଡ଼ିଶାବାସୀଙ୍କୁ ବହୁତ ବଡ଼ବଡ଼ ସ୍ୱପ୍ନ ଦେଖାଇଥିଲା କିନ୍ତୁ ପିଇବା ପାଣି ମଧ୍ୟ ଦେଇପାରିଲା ନାହିଁ । ନିର୍ବାଚନ ମଧ୍ୟ ଜିତିଲା ତାହା ହେଲୋ ଆମେ କ’ଣ ଭାବିବା ଓଡ଼ିଶା ଲୋକେ କ’ଣ ପିଇବା ପାଣି ଚାହୁଁ ନାହାଁନ୍ତି । ଆଜି ବହୁ ସ୍କୁଲ ଓ କଲେଜ, ଶିକ୍ଷକଙ୍କ ଅଭାବ ରହିଛି ଏବଂ ୟୁନିଭରସିଟିରେ ମଧ୍ୟ ଅଧ୍ୟାପକଙ୍କ ଅଭାବ ରହିଛି । ତାହାହେଲେ ଆମେ କ’ଣ ଭାବିବା ଓଡ଼ିଶାବାସୀ ଶିକ୍ଷିତ ହେବା ପାଇଁ ଚାହୁ ନାହଁନ୍ତି । ଶିକ୍ଷକ ଚାହୁଁ ନାହଁନ୍ତି ପାଠ ପଢ଼ିବା ପାଇଁ ଚାହୁଁ ନାହାଁନ୍ତି । ଆଜି ଡାକ୍ତଖାନାରେ ଡାକ୍ତର ନାହାଁନ୍ତି ତଥାପି ଯେଉଁ ସରକାର ୧୯ବର୍ଷ ଧରି ଶାସନ କରି ଡାକ୍ତର ଖାନାରେ ଡାକ୍ତର ଦେଇ ନାହାଁନ୍ତି ଡାକ୍ତର ପୋଷ୍ଟ ଖାଲି ଅଛି ଆମେ କ’ଣ କହିବା ଓଡ଼ିଶା ଲୋକ ଚାହୁଁଛନ୍ତି ତାଙ୍କର ଡାକ୍ତର ଦରକାର ନାହିଁ । ଯିଏ ନିର୍ବାଚନ ଜିତୁଛି ସେଇଟା ପ୍ରକୃତରେ ଲୋକମତ ଏତେ ସହଜରେ ଗ୍ରହଣ କରିହଉ ନାହିଁ । କାହିଁକି ନିର୍ବାଚନ ଜିତିବା ପାଇଁ ଧୀରେ ଧୀରେ ଆମେ ଦେଖୁଛୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ, ଯେଉଁ ଭଗବାନ ମୋତେ ଦୁଇମୁଠା ଖାଇବାକୁ ଦେଇପାରି ନାହିଁ ମୁଁ ସେ ଭଗବାନକୁ ବିଶ୍ୱାସ କରିବି ନାହିଁ । ଆଜି ଓଡ଼ିଶାରେ ବହୁତ ଭୋକିଲା ଅଛନ୍ତି । ସରକାରୀ ହିସାବ ଯାହା କହୁ ଗ୍ରାମାଚଂଳ ବହୁତ ବୁଲିଛି ମୁଁ । ଗ୍ରାମାଚଂଳରେ ଦୁଇଓଳି ପେଟପୁରା ଖାଇବାକୁ ପାଉନାହାଁନ୍ତି । ବିଭିନ୍ନ ମୌଳିକ ଅଧିକାରରୁ ବଚିଂତ ହୋଇଛନ୍ତି । ଯେତେବେଳେ ସେମାନେ ଦୁଇମୁଠା ଖାଇବାକୁ ପାଇଲେ ଅନ୍ୟ ଲୋକ ଦ୍ୱାରା ପ୍ରଭାବିତ ହେଉଛନ୍ତି ଏବଂ ତାଙ୍କର ମତଦାନ କରୁଛନ୍ତି ତାଙ୍କରି ନିର୍ଦ୍ଦେଶରେ । ଏହାର ଅର୍ଥହେଲା ଭୋକିଲା ଲୋକ ଅଭାବି ଲୋକ ଏ ତା’ର ସ୍ୱ ଇଚ୍ଛାରେ କେବେ ଭୋଟ ଦଉନାହିଁ । ଏ ବାଧ୍ୟ ହେଉଛି ତା’ର ଅଭାବ ଅସୁବିଧା ଯେଉଁ ଦଳ ପୁରଣ କରୁଛି ସେ ସେହି ଦଳକୁ ଭୋଟ ଦଉଛି ।

ପ୍ରଶ୍ନ: ଏହା ପାଇଁ କ’ଣ କିଛି ବିକଳ୍ପ କିଛି ନାହିଁ ଆପଣଙ୍କ ମତ କ’ଣ ?
ଉତର: ବିକଳ୍ପ ସେ ସେତେବେଳେ ଖୋଜିବ କେଉଁ ଦଳର ନୀତିଆଦର୍ଶ ଠିକ କେଉଁ ଦଳର ନୀତିଆଦର୍ଶ ଭୁଲ । ସେହି ସମୟରେ ସେ କେଉଁ ଦଳର ବିକଳ୍ପ ହେବ ବର୍ତମାନ ସରକାରୀ ଦଳର ସେ କଥା ସେ ଚିନ୍ତା କରିବ । କିନ୍ତୁ ସେ ଯେତେବେଳେ ଭୋକିଲା ଅଛି ତା’ର ସେ ଚିନ୍ତା କରିବା ପାଇଁ ସମୟ କାହିଁ । ତାକୁ ଯଦି ଅଧରତିରେ ମିଳିଲା ୫୦୦/୧୦୦୦ଟଙ୍କା । ୨/୪ଦିନ ସେ ଖାଇବାକୁ ପାଇବ ସେତେବେଳ ସେ ନୀତିଆଦର୍ଶ କେଉଁ ଦଳର କ’ଣ ତାକୁ ଅନୁଧ୍ୟାନ କରିବ ଏବଂ ବାଛିକି ଭୋଟ ଦେବ ନା ପେଟ ପୁରାଇ ଦିମୁଠେ ଖାଇବା ପାଇଁ ସେ ଭୋଟ ଦେବ । ଏ ହେଉଛି ଆଜି ପ୍ରଶ୍ନବାଚି । ସେଥିପାଇଁ ସମାଜର ଅବକ୍ଷୟ ଘଟିଛି । ଅବକ୍ଷୟ ଏଇଥିପାଇଁ ଘଟୁଛି ଶିକ୍ଷାର ଅଭାବ, ଯଦି ଉଚ୍ଚମାନର ଶିକ୍ଷା ପାଇଥାନ୍ତେ ଏଇ ୭୨ବର୍ଷଭିତରେ ଭାରତ ସ୍ୱାଧୀନ ହେବାର ତାହାହେଲେ ହୁଏତ ଆଜି ଅବସ୍ଥା ଭିନ୍ନ ହୋଇଥାଆନ୍ତା । କିନ୍ତୁ ଶିକ୍ଷାକୁ ଯେତିକି ଗୁରୁତ୍ୱ ଦେବା କଥା ସ୍ୱାଧୀନତା ପରେ ଯେଉଁଦଳମାନେ ମଧ୍ୟ ଶାସନ କରିଛନ୍ତି ସେ ଭାରତ ବର୍ଷରେ ହେଉ କି ଓଡ଼ିଶାରେ ହେଉ ସେମାନେ ଶିକ୍ଷାପ୍ରତି ଚରମ ଅବହେଳା କରିଛନ୍ତି । ଲୋକଙ୍କୁ ଶିକ୍ଷିତ କରାଇ ନାହାଁନ୍ତି । ଏହାର ଏକ ଉଦାହରଣ ମୁଁ ଦେବି କେରଳ କଥା, କେରଳରେ ୧୦୦ରୁ ୧୦୦ ଲୋକ ଶିକ୍ଷିତ । ସେହି ଯାଗାରେ ଦେଖିବେ ପ୍ରତି ୫ବର୍ଷରେ ଥରେ ସରକାର ପରିବର୍ତନ ହେବ । ସେହି ଯାଗାରେ ଲୋକେ ତୁଳନା କରନ୍ତି ଏହି ଦଳ ସରକାରଟି ଠିକ ନା ଅନ୍ୟ କେଉଁ ଦଳ ସରକାର ଠିକ । ସେଇଥିପାଇଁ ଭାରତ ବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ କେରଳ ରାଜ୍ୟ ହେଉଛି ଅନ୍ୟତମ ।

ପ୍ରଶ୍ନ: ଓଡ଼ିଶାରେ କ’ଣ ପାଇଁ କଂଗ୍ରେସ କ୍ଷମତାକୁ ଆସିପାରୁ ନାହିଁ ଆପଣଙ୍କ ମତ କ’ଣ?
ଉତର: ଗୋଟେ ଦଳ କ୍ଷମତାକୁ କେତେବେଳେ ଆସେ ଯେତେବେଳେ ସେ ଲୋକଙ୍କ ରାସ୍ତାଭାଜନ ହୁଏ । ବହୁତ ଲୋକ ମଧ୍ୟ ଜାଣି ନାହାଁନ୍ତି ଯେ ସ୍ୱାଧୀନତା ପରେ କଂଗ୍ରେସର ସ୍ଥିତି କ’ଣ ଥିଲା । ୧୫ଟା ନିର୍ବାଚନ ହୋଇଗଲା ଏ ନିର୍ବାଚନକୁ ମିଶାଇଲେ ୧୬ଟି ନିର୍ବାଚନ । ବିଗତ ୧୫ଟି ନିର୍ବାଚନ ମଧ୍ୟରୁ କଂଗ୍ରେସ ମାତ୍ର ୪ଟି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ଏପରିକି ପ୍ରଥମ ନିର୍ବାଚନ ୧୯୫୨ ମସିହାରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପାଇ ନଥିଲା । ୨ୟ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇ ନଥିଲା । ପରବର୍ତୀ ସମୟରେ ୧୯୬୧ ମସିହାରେ ଯେତେବେଳେ ସାଧାରଣ ନିର୍ବାଚନ ହେଲା ଯେଉଁ ସରକାର ଅସ୍ଥିର ଥିଲା ତାକୁ ଭାଙ୍ଗି ଦିଆଗଲା । ବିଜୁ ପଟ୍ଟନକଙ୍କ ନେତୃତ୍ୱରେ କଂଗ୍ରେସ ପ୍ରଥମ ଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । କିନ୍ତୁ ସେହି ସରକାର ସ୍ଥିର ସରକାର ହୋଇପାରିଲା ନାହିଁ । ସେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଭାଙ୍ଗିଗଲା । ପରବର୍ତି ସମୟରେ ୧୯୮୦/୮୫ ଏବଂ ୧୯୯୫ ମସିହାରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପାଇଲା ଏବଂ ସ୍ଥିର ସରକାର ଦେଇପାରିଲା । ଜାନକୀ ବାବୁଙ୍କୁ ସମସ୍ତେ ଧନ୍ୟବାଦ ଦିଅନ୍ତି କୃତଜ୍ଞତା ଜ୍ଞାପନ କରନ୍ତି ଯେ ସେ ପ୍ରଥମ ଥର ପାଇଁ ସ୍ଥିର ସରକାର ଦେଇ ପାରିଲେ ଓଡ଼ିଶାକୁ ୧୯୮୦ ମସିହାରୁ । ପରବର୍ତି ସମୟରେ ପ୍ରାୟ ଓଡ଼ିଶାରେ ସ୍ଥିର ସରକାର ଦେଖା ଦେଇଛି । ୧୯୮୦ ପୂର୍ବରୁ ଓଡ଼ିଶାରେ ସବୁବେଳେ ଅସ୍ଥିର ସରକାର ଥିଲା । ସରକାର କଉଦିନ ଭାଙ୍ଗିବ କଉଦିନ ନୂଆ ସରକାର ଗଠନ କରାଯିବ ଏନେଇ କେହି ଜାଣିପାରୁ ନଥିଲେ । ୧୯୮୦ ମସିହା ପରେ ଯେତେବେଳେ ସ୍ଥିର ସରକାର ଆସିଲା ଆମେ ଆଶ କରୁଥିଲୁ ଓଡ଼ିଶାର ବିକାଶ ହେବ ଓଡ଼ିଶାର ପ୍ରଗତି ହେବ କିନ୍ତୁ ତାହା ମଧ୍ୟ ହୋଇ ପାରିଲା ନାହିଁ । ୧୯ବର୍ଷ ଧରି ସ୍ଥିର ସରକାର ଓଡ଼ିଶା ପାଇଲେ ମଧ୍ୟ ଓଡ଼ିଶାରେ ଯେଉଭଳି ବିକାଶ ହେବା କଥା ସେଭଳି ବିକାଶ ହୋଇ ନାହିଁ । କ’ଣ କଲେ ନିର୍ବାଚନ ଜିତିବ କେବଳ ତାକୁ ଆଖିରେ ରଖି ଏ ୧୯ବର୍ଷ ଯେଉଁମାନେ ସରକାର ଗଠନ କରିଥିଲେ ସେମାନେ ପଦକ୍ଷେପ ନେଇଛନ୍ତି କାର୍ଯ୍ୟକ୍ଷମ ଗ୍ରହଣ କରୁଛନ୍ତି ।

ପ୍ରଶ୍ନ: ଲୋକମାନେ କ’ଣ ଏହା ବୁଝି ପାରୁ ନାହଁନ୍ତି ଆପଣଙ୍କ ମତ କ’ଣ?
ଉତର: ମୁଁ ରାଜନୀତି ନେତାମାନଙ୍କୁ ଦୋଷ ଦେବି । ନିଜକୁ ନିଜେ ଦୋଷ ଦେବି । ବୋଧ ହୁଏ ଆମେ ଆମର କର୍ତବ୍ୟ ଠିକଭାବେ କରିପାରିନାହୁଁ । ଲୋକମାନେ ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ଏବଂ ଯଉଁମାନେ ଶିକ୍ଷିତ ସମାଜ ସେମାନେ ନିର୍ବାଚନରେ ରୁଚି ରଖୁ ନାହାଁନ୍ତି କି ରାଜନୀତିରେ ରୁଚି ରଖୁ ନାହାଁନ୍ତି । ଯାହା ଫଳରେ କି ଲୋକଙ୍କର ଯଉ ଚିନ୍ତାଧାରା ବିକାଶର ଚିନ୍ତାଧାରା ହେବା କଥା ସେ ଚିନ୍ତାଧାରା ଲୋକଙ୍କ ପାଖରେ ପହଁଞ୍ଚା ଯାଇ ପାରୁନାହିଁ । ଆମେ ବିଫଳ ହେଉଛୁ ଲୋକଙ୍କୁ ସଚେତନ କରାଇବା ପାଇଁ ଲୋକଙ୍କର ଅଧିକାର କ’ଣ ତାଙ୍କୁ ଜଣାଇବା ପାଇଁ । ସମ୍ବିଧାନରେ ଲୋଖାହେଲଶ ମୌଳିକ ଅଧିକାର ଅଛି, ପିଇବା ପାଣି ମୌଳିକ ଅଧିକାର, ମୁକ୍ତ ବାୟୁ ମୌଳିକ ଅଧିକାର, ଶିକ୍ଷା ମୌଳିକ ଅଧିକାର, ସ୍ୱାସ୍ଥ୍ୟସେବା ମୌଳିକ ଅଧିକାର , ବଚିଂ ରହିବାର ମୌଳିକ ଅଧିକାର ଏସବୁ ଅଧିକାର ଦବ କିଏ ଆମକୁ । ସେ ଅଧିକାର ଦବ ସରକାର ଏବଂ ଲୋକମାନେ ଜାଣିବା ଦରକାର ଏସବୁ ହେଉଛି ଆମର ଅଧିକାର । ଲୋକେ ଯେତେବେଳେ ଜାଣିବେ ଏ ହେଉଛି ଆମର ମୌଳିକ ଅଧିକାର ଏବଂ ଏଇ ଦଳ ସରକାର ଗଠନ କଲେ ଆମେ ମୌଳିକ ଅଧିକାରରୁ ବଚିଂତ ହେଉଛି ସେ ଦଳକୁ ସେ କେବେ ଭୋଟ ଦେବେ ନାହିଁ ।

ପ୍ରଶ୍ନ: ରାଜନେତାମାନେ କ’ଣ ସବୁ ଫେଲ ମାରୁଛନ୍ତି ବୋଲି ଆପଣ ଭାବୁଛନ୍ତି?
ଉତର: ମୁଁ ଭାବୁଛି ରାଜନୀତି କରୁଛୁ ଯଉ ଆମେମାନେ ଯେଉଁମାନେ ନେତୃତ୍ୱ ନେଉଛନ୍ତି ସେମାନେ ତାଙ୍କର କର୍ତବ୍ୟ ବୋଧହୁଏ କରିପାରୁ ନାହାଁନ୍ତି । ସେମାନେ ଲୋକଙ୍କ ପାଖରେ ପହଁଚିଂ ଲୋକଙ୍କୁ ବୁଝାଇ ପାରି ନାହାଁନ୍ତି । ଯାହା ଦ୍ୱାରା ଆଜି ଏବସ୍ଥା ଦେଖାଦେଇଛି ।
ପ୍ରଶ୍ନ: ଟିକଟ ପାଇ ମଧ୍ୟ ଟିକଟ ଫେରେଇବା ଉପରେ ଆପଣଙ୍କ ମତ କ’ଣ ରହିଛି?
ଉତର: ଯେଉଁମାନେ ଟିକଟ ପାଇଲେ ଆଉ ଟିକଟ ଫେରେଇଲେ ସୋମାନେ ଟିକଟ ମାଗୁଥିଲେ କାହିଁକି? ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ସେଥିପ୍ରତି ଅନୁଧ୍ୟାନ କରିବାର ଥିଲା । ମୁଁ ଯଦି ଟିକଟ ପାଇଲି ସେ ଟିକଟ ମୁଁ ଫେରେଇ ଦେଲି କହିଲେ ଡେରିରେ ନିଷ୍ପତି କାହିଁକି ନେଲ । ଅତୀତରେ ଆମର ମଧ୍ୟ ଅଭିଜ୍ଞତା ଅଛି ନୋମିନେଶନ ଦୁଇଦିନ ଥିବ ଆମକୁ ଟିକଟ ମିଳିଛି ସେତେବେଳେ ତ ଫେରାଉ ନଥିଲେ । ଯଉ ନେତାମାନେ ଟିକଟ ଫେରାଇଲେ ତାଙ୍କ ନିଜ ଉପରେ ଭରସା ନଥିଲା । ଲୋକଙ୍କ ଉପରେ ତାଙ୍କର ବିଶ୍ୱାସ ନଥିଲା । ନିଜ ଉପରେ ଜଣଙ୍କର ଯଦି ଜଣଙ୍କର ବିଶ୍ୱାସ ନାହିଁ ତାହାହେଲେ ସେ କି ରାଜନୀତି କରିବ ଏବଂ ସେ ଯଉ ଫେରେଇଦେଲା ଟିକଟ ବୋଧହୁଏ ସେ ଦଳପାଇଁ ଭଲ ହେଲା । ଏବଂ ଆଉକିଛି ଲୋକ ଖାଲି ଟିକଟ ଫେରାଇ ନାହାଁନ୍ତି ତତକ୍ଷଣାତ ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ସେହିଦଳ ସାଙ୍ଗରେ ତାଙ୍କର ବହୁପୂର୍ବରୁ କଥାବର୍ତା ଚାଲିଥିଲା ଯୋଗାଯୋଗ ଥିଲା ସେଇଥିପାଇ ସେ ସେଇ ଦଳକୁ ସୁବିଧା ଦେବା ପାଇଁ ନିଜ ଦଳ ଛାଡ଼ିଲେ ନିଜ ଦଳର ଟିକଟ ଫେରେଇଲେ ଏଇ ଚରିତ୍ରର ଲୋକ ଯେତେବେଳେ ରାଜନୀତିକୁ ପ୍ରବେଶ କରୁଛନ୍ତି ରାଜନୀତି କଳୁଷିତ ହେଉଛି ।

ପ୍ରଶ୍ନ: ବାମପନ୍ଥୀ ଚିନ୍ତାଧାରାର ଲୋକ କଂଗ୍ରେସ ଛାଡ଼ି ବିଜେପିରେ ଯାଇ ଯୋଗ ଦେବା ଉପରେ ଆପଣଙ୍କ ମତ କ’ଣ?
ଉତର: ଯେଉଁଲୋକ ବାବପନ୍ଥୀ ଚିନ୍ତାଧାରା ରାଜନୀତି କରେ ସେ କେବେ ବିଜେପି ଦଳକୁ ଯାଇପାରିବ ନାହିଁ । ଯଦି ବିଜେପି ଦଳକୁ ଗଲା ଯଉ ଦିନ ବିଜେପି ଦଳକୁ ଗଲା ସେଇଦିନ ତା’ରି ଅସଲି ଚେହେରା ପଦାକୁ ଆସିଲା । ସେ ଦେଖାଇ ହେଉଥିଲା ଯେ ସେ ଜାଣେ ବାମପନ୍ଥୀ ଚିନ୍ତାଧାରା ଲୋକ ଓ ମୁଁ ବାମପନ୍ଥୀ ଚିନ୍ତାଧାରକୁ ବିଶ୍ୱାସ କରେ, ସମାଜବାଦ ଉପରେ ବିଶ୍ୱାସ କରେ ତତକ୍ଷଣାତ ସେ ପୁଞ୍ଜିବାଦୀ ରାଜନୀତି ଗ୍ରହଣ କରିପାରିବ ନାହିଁ ।

ପ୍ରଶ୍ନ: ଓଡ଼ିଶା ରାଜନୀତି ଭବିଷ୍ୟତ ବିଷୟରେ ଆପଣ କ’ଣ ଭାବୁଛନ୍ତି?
ଉତର: ସାଧାରଣତଃ କହିବା କଥା ଯେ ଓଡ଼ିଶା ରାଜନୀତି ଭବିଷ୍ୟତ ଅନ୍ଧାର । ଅନ୍ଧକାର ଭିତରେ ଆମେ ଗତି କରୁଛୁ । ଲୋକଙ୍କୁ ଯଦି ଆମେ ସଚେତନ କରିବାର ଆଶ୍ୟକତା ରହିଛି । ପିଲା ଯେମିତି ଛୋଟବେଳେ ଚାଲିବା ଶିଖେ ଝୁଟିଂପଡ଼େ ପୁଣି ଚାଲେ ପୁଣି ଝୁଟିଂପଡ଼େ ଠିକ ସେମିତି ରାଜନୀତିରେ ବର୍ତମାନ ଆମେ ଭୁଲ ରାସ୍ତାରେ ଯାଇ ଝୁଟିଂ ପଡ଼ୁଛୁ । ବୋଧହୁଏ ଆମକୁ ଶିକ୍ଷାଦେବ ଅଗାମୀ ଦିନ ପାଇଁ ଠିକ ରାସ୍ତାରେ ଚଲାଇବା ପାଇଁ ଠିକ ଭାବରେ ଚାଲିବା ପାଇଁ ନିଜର ନୀତି ଆଦର୍ଶକୁ ଆହୁରି ଶାଣିତ କରିବା ପାଇଁ ଆହୁରି ସଂସୋଧନ କରିବା ପାଇଁ । ଯାହା ଦ୍ୱାରା ଓଡ଼ିଶାର ବିକାଶ ହୋଇ ପାରିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ସମୟ ଆସିବ ଯେତେବେଳେ ଏ ଅବସ୍ଥାର ପରିବର୍ତନ ହେବ । ଓଡ଼ିଶାରେ ସୁଶାସନ ହେବ ଲୋକେ ଠିକ କ’ଣ ଭୁଲ କ’ଣ ଜାଣି ପାରିବେ ଏବଂ ତାଙ୍କର ମତଦାନ ସାବସ୍ଥ୍ୟ କରିବେ ।

ପ୍ରଶ୍ନ: ରାଜନୀତିକ ପରିବର୍ତନ କ’ଣ ହେବ ବୋଲି ଆପଣ ଭାବୁଛନ୍ତି
ଉତର: ରାଜନୀତିକ ପରିବର୍ତନ କ’ଣ ହେବ ସେ ତ ମେ ୨୩ ତାରିଖରେ ଜଣାପଡ଼ିବ । ଯଉଦଳ ବର୍ତମାନ ଶାସନରେ ଅଛି ସେ ଲୋକଙ୍କୁ ମିଛ କହିଥିଲା । ଯଦି ସେ ପୁଣି ଶାସନରେ ଆସେ ତେବେ ଅତୀତରେ ଯାହା କରିଥିଲା ତାହା ହିଁ କରିବ ।

ପ୍ରଶ୍ନ: କଂଗ୍ରେସ ଇସ୍ତାହାରରେ ଏକ ନଂ ରହିଛି , କଂଗ୍ରେସ ଆସିଲେ ସେ ସବୁ ପୁରଣ କରିହେବ ଏନେଇ ଆପଣଙ୍କ ମତ କ’ଣ?
ଉତର: ତା ଉପରେ ବହୁତ ଆଲୋଚନା ହୋଇଛି ତର୍ଜମା ହୋଇଛି । ମୁଁ ଉଦାହରଣ ଦେବି ଛତିଶଗଡ଼ ଉପରେ କଂଗ୍ରେସ ଯାହା ନିର୍ବାଚନ ପ୍ରତିଶୃତି ଦେଇଥିଲା ଚାଷୀଙ୍କର ଋଣ ଛାଡ଼ କରିବା । ପ୍ରଥମ ଦିନ ସରକାର ଯଉଦିନ ଗଠନ କରାଗଲା ଚାଷୀ ଋଣ ଛାଡ଼ ପାଇ ଆଦେଶ ଦିଆଯାଇଥିଲା । ଚାଷୀଙ୍କୁ ପ୍ରତିଶୃତି ଦେଇଥିଲା ଧାନ କ୍ୱିଟାଂଲ ୨୫୦୦ଟଙ୍କା ରେ କିଣି ନେବ ବୋଲି । ବର୍ତମାନ ସେ ନେତୃତ୍ୱ ନେଉଛନ୍ତି କେନ୍ଦ୍ରରେ ତାଙ୍କରି ନିର୍ଦ୍ଦେଶରେ କଂଗ୍ରେସ ସରକାର ଯଉଠି ଗଠନ କରାଯାଉଛି ତାହାର ପ୍ରତିଶୃତି ପାଳନ କରୁଛି । ଓଡ଼ିଶାରେ ଯଉ ପ୍ରତିଶୃତି ଦିଆଯାଇଛି ଯଦି ସରକାର ଗଢ଼ିବ ତେବେ ପ୍ରତିଶୃତି ପୁରଣ କରିବ ନ ହେଲେ ଅନ୍ୟ ଦଳର ଅବସ୍ଥା ଯାହାହବ ଆମର ମଧ୍ୟ ହେବ ।