ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ମୋହନ ଭାଗବତ

ନାଗପୁର:ଆରଏସଏସ ମୁଖ୍ୟ ମୋହନ ଭାଗବତ ଏକ ଆଜି ଗୋଟେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି | ଘଟଣା ଘଟିଛି ଚନ୍ଦରପୁରର ବରୋରା-ଭଦ୍ରାବତୀ ରୋଡରେ । ସୂଚନା ମୁତାବକ, ମୋହନ ଭାଗବତଙ୍କ କାରକେଡ୍ ଚନ୍ଦରପୁର ଅଂଚଳଦେଇ ଯାଉଥିଲା । ସେହି ସମୟରେ ରାସ୍ତାରେ ଛିଡା ହୋଇଥିବା ଏକ ଗାଇକୁ ରକ୍ଷା କରିବାକୁ ଯାଇ କାରକେଡର ଗୋଟିଏ ଗାଡି ଓଲଟି ପଡିଥିଲା । ଫଳରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ପୋଲିସର କହିବାନୁସାରେ, ଭାଗବତ ଚନ୍ଦରପୁରରୁ ନାଗପୁର ଫେରୁଥିଲେ । ସେହି ସମୟରେ ମୋହନ ଭାଗବତଙ୍କ ଗାଡି ଆଘରେ ଯାଉଥିବା ଆଉ ଏକ ଏସୟୁଭି ଚାଳକ ରାସ୍ତାରେ ଏକ ଗାଇ ଦେଖିଥିଲେ । ଗାଇକୁ ରକ୍ଷା କରିବାକୁ ଯାଇ ଗାଡିର ଡ୍ରାଇଭର ଯୋରେ ବ୍ରେକ ଲଗାଇଥିଲେ । ଫଳରେ ଗାଡିର ଚକା ବାହାରି ଆସି ଓଲଟିପଡିଥିଲା ।