ମିନିଟ୍ରକ ଧକ୍କାରେ ଆଖିବୁଜିଲେ ନବବିବାହିତ ଯୁବକ

ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ଜୋରସୋରରେ ବୃଦ୍ଧି ପାଉଛି | ତେବେ ଡ୍ରାଇଭରମାନଙ୍କର ବେପରୁଆ ଡ୍ରାଇଭିଂ ଲାଗି ଏହି ଦୁର୍ଘଟଣାର ସଂଖ୍ୟା ବୃଦ୍ଧିପାଉଥିବା ବେଳେ କିନ୍ତୁ ଡ୍ରାଇଭରଙ୍କର କିନ୍ତୁ ଗାଡି ଚଳାଇବାରେ କୌଣସି ପ୍ରତିକ୍ରିୟ ଆସୁନାହିଁ | ଏହି ପରିପେକ୍ଷରେ ଆଜି ଏକ ଅତି ଦୁଃଖଦ ଘଟଣା ସାମନାକୁ ଆସିଛି | ଜଣେ ଯୁବକ ମାତ୍ର ଦଶ ଦିନ ହେଲା ବାହା ହୋଇଥିବା ବେଳେ ଆଜି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି | ଏପରି ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲା ମଧୁପୁର ଛକରେ ହୋିଥିବା ସୂଚନା ମିଳିଛି | ଏକ ବାଇକ୍‌କୁ ମିନିଟ୍ରକ୍ ଧକ୍କା ଦେବାରୁ ସମ୍ପୃକ୍ତ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
ମୃତ ଯୁବକ ଜଣଙ୍କ ହେଉଛନ୍ତି ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କୁମ୍ଭିଆ ଗାଁର ଜିତେନ୍ଦ୍ର ଦେହୁରୀ । ସେହିପରି ଗୁରୁତର ଭାବେ ଆହତ ଯୁବକ ଜଣଙ୍କ ହେଉଛନ୍ତି କୁମ୍ଭିଆ ଗ୍ରାମର ଆକାଶ ବାଘ । ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |

ବୋଲେରୋ ଧକ୍କାରେ ଏଏସ୍‌ଆଇ ମୃତ