ଗଣମାଧ୍ୟମ ସର୍ଭେ : କିଏ କେଉଁଠୁ ଜିତିବ

ଭୁବନେଶ୍ୱର (ଓଏନଏ): ଓଡ଼ିଶାର ୧୪୭ ବିଧାନସଭା ଆସନରୁ ନିର୍ବାଚନ ହୋଇଥିବା ୧୪୬ଟି ଆସନରୁ କେଉଁଦଳ କେତେ ଆସନ ପାଇବେ ସେ ନେଇ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସର୍ଭେର ପୂର୍ବାନୁମାନ ପ୍ରକାଶ ପାଇଛି । ଏ ପୂର୍ବାନୁମାନରେ କେଉଁ କେଉଁ ବିଧାନସଭା ଆସନରୁ କିଏ କିଏ ଜିତୁଛନ୍ତି ତାହା ପ୍ରକାଶ କରାଯାଇଛି ।
ଦୁଇଟି ଗଣମାଧ୍ୟମର ପୂର୍ବାନୁମାନ ଆସିଛି । ଏଥିରେ ଅନେକ ତଫାତ ପରିଲକ୍ଷିତ ହୋଇଛି । ଗୋଟିଏ ଗଣମାଧ୍ୟମର ପୂର୍ବାନୁମାନ ଅନୁସାରେ ବହୁ ହେବିୱେଟ ନେତା ଏଥର ବାଦ ପଡ଼ିବେ । ଆଉ ଗୋଟିଏର ଆକଳନ ଅନୁସାରେ କିଛି ନୂଆ ନେତା ପଦାକୁ ଆସିବେ । ବିଶେଷ କରି ଗୋଟିଏ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଉଭୟ ଘସିପୁରା ଏବଂ ଭଣ୍ଡାରୀପୋଖରି ଦୁଇଟି ଯାଞ୍ଚ ନୁର୍ବାଚନମଣ୍ଡଳୀରେ ଚିତପଟାଙ୍ଗ ମାରିବେ । ସେହିପରି ଗୋଟିଏ ଗଣମାଧ୍ୟମ ଲେଖୁଛି ବିରୋଧୀଦଳ ନେତା ନରଂସିଂହ ମିଶ୍ର ଜିତିବେ । ଆଉ ଗୋଟିଏ ଗଣମାଧ୍ୟମର ପୂର୍ବାନୁମାନ ହେଉଛି ସେ ଫେଲ ମାରିବେ । ମନ୍ତ୍ରୀମାନଙ୍କ ମଧ୍ୟରେ ବିଜେଡି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ତାଙ୍କ ଜୟଦେବ ବିଧାନସଭା ଆସନ ନ ଦେଇ କେନ୍ଦ୍ରାପଡ଼ା ପଠାଇଥିବାରୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିବ । ଦୁଇଟି ଯାଞ୍ଚ ରିପୋର୍ଟରେ ଏହି ବିଷୟ ଉଲ୍ଲେଖ ରହିଛି । ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଫୋଲ ମାରିବେ ବୋଲି ଦର୍ଶାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଯାକ ବିଧାନସଭା ଆସନ ବିଜେପୁର ଓ ହିଞ୍ଜିଳିକାଟୁରୁ ଜିତିବେ । ଗୋଟିଏ ସର୍ଭେରେ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ହାରୁଥିଲା ବେଳେ ଆଉ ଗୋଟିଏ ସର୍ଭେରେ ସେ ଜିତୁଥିବା ଦର୍ଶାଯାଇଛି । ଏହିପରି ବିଭିନ୍ନ ସର୍ଭେରେ ଭିନ୍ନଭିନ୍ନମତ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଦର୍ଶାଯାଇଛି । ହେଲେ ଅନେକ ଏହି ସର୍ଭେକୁ ଗ୍ରହଣ କରୁନାହାଁନ୍ତି । ସେମାନେ ୨୩ ତାରିଖ ଫଳାଫଳକୁ ଅପେକ୍ଷା କରିଛନ୍ତି ।

ବିଧାନସଭା
ବିଜେଡି
ବିଜେପୁର, ବରଗଡ, ଅତାବିରା, ଭଟଲି, ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା, ରଘୁନାଥପାଲି, ରାଜଗାଙ୍ଗପୁର, ବଣାଇ, ସମ୍ବଲପୁର, ରେଢାଖୋଲ, ଛେଣ୍ଡିପଦା, ଆଠମଲ୍ଲିକ, ସୋନପୁର, ପାଟଣାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ନୂଆପଡା, ଧର୍ମଗଡ, ନର୍ଲା, ଝରିଗାଁ, କୋଟପାଡ, ଗୁଣପୁର, ବିଷମ କଟକ, କୋରାପୁଟ, ଲକ୍ଷ୍ମୀପୁର, ପୋଲସରା, କବିସୂର୍ଯ୍ୟନଗର, ଆସ୍କା, ହିଞ୍ଜିଳି, ବ୍ରହ୍ମପୁର, ଦିଗପହଣ୍ଡି, ଦଶପଲ୍ଲା, ଭଞ୍ଜନଗର, ବିଞ୍ଛାରପୁର, ଧର୍ମଶାଳା, ଯାଜପୁର, ସୁକିନ୍ଦା ଆଠଗଡ, ଚୌଦ୍ୱାରା, କଟକ, କଟକ ସଦର, ଖଣ୍ଡପଡା, ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା, ନିଆଳି, ପାରଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, କାକଟପୁର, ପୁରୀ, ସତ୍ୟବାଦୀ,ପିପିଲି, ରଣପୁର, ନୟାଗଡ, ଜୟଦେବ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ତେଲକୋଇ, ଆନନ୍ଦପୁର, ପାଟଣା, କେନ୍ଦୁଢର, କରଞ୍ଜିଆ, ଯଶୀପୁର, ରାଇରଙ୍ଗପୁର, ବାଙ୍ଗରିପୋଷୀ, ଉଦଳା, ବାରିପଦା, ଜଳେଶ୍ୱର, ଭୋଗରାଇ, ନୀଳଗିରି, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଲଚେର
ବିଜେପି
ତଲସରୀ, ବୀରମିତ୍ରପୁର, ଦେବଗଡ, ଲୋଇସିଂହା, ଖରିଆର, ଉମରକୋଟ, ନବରଙ୍ଗପୁର, ମାଲକାନଗିରି, ପଟାଙ୍ଗି, ଖଲ୍ଲିକୋଟ, ସୋରଡା, ଚିକିଟି, ଜି.ଉଦୟଗିରି, ବୈାଦ୍ଧ, ବରୀ, ବଡଚଣା, ବଡମ୍ବା, ବ୍ରହ୍ମଗିରି, ଚିଲିକା, ସାରସକଣା, ମୋରଡା, ବଡସାହି, ବାଲେଶ୍ୱର, ରେମୁଣା, ସିମୁଳିଆ
କଂଗ୍ରେସ
ଡାବୁଗାଁ, ଚିତ୍ରକୋଣ୍ଡା, ମୋହନା, ଫୁଲବାଣୀକୋରେଇ, ବାରବାଟୀ କଟକ, କେନ୍ଦ୍ରପଡା, ଜଗତସିଂହପୁର, ଜଟଣୀ, ଘସିପୁରା, ବସ୍ତା, ସୋର
ବିଧାନସଭା
ବିଜେଡି
ପଦ୍ମପୁର, ବିଜେପୁର ,ବରଗଡ଼, ଅତାବିରା, ଭଟଲି, ଝାରସୁଗୁଡ଼ା,ସୁନ୍ଦରଗଡ଼, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର, ରେଙ୍ଗାଲି, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, ଯଶିପୁର, ସାରସକଣା, ବାଙ୍ଗିରୀପୋଷି, ଉଦଳା, ବଡ଼ସାହି,ବାରିପଦା, ଜଳେଶ୍ୱର , ଭୋଗରାଇ, ରେମୁଣା, ସୋର, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ବିଞ୍ଝାରପୁର, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା. ଢେଙ୍କାନାଳ, କାମାକ୍ଷାନଗର, ପର୍ଜଙ୍ଗ, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଲମଲ୍ଲିକ, ବୀରମହାରାଜପୁର, ସୋନପୁର, ଟିଟିଲାଗଡ଼, ନୂଆପଡ଼ା, ଝରିଗାଁ, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣା, ନର୍ଲା, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ଚୌଦ୍ୱାର-କଟକ, ନିଆଳି, ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତୋଲ, ବାଲିକୁଦା-ଏରସମା, କାକଟପୁର, ନିମାପଡ଼ା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ୱର ମଧ୍ୟମ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ବେଗୁନିଆ, ଚିଲିକା, ଖଣ୍ଡପଡ଼ା, ଦଶପଲ୍ଲା, ନୟାଗଡ଼, ଭଞ୍ଜନଗର, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଛତ୍ରପୁର, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ମାଲକାନଗିରି, ଚିତ୍ରକୋଣ୍ଡା
ବିଜେପି
ବ୍ରଜରାଜନଗର, ତଳସରା, କୁଚିଣ୍ଡା, ସମ୍ବଲପୁର, ଦେଓଗଡ଼, ତେଲକୋଇ, ରାଇରଙ୍ଗପୁର, କରଞ୍ଜିଆ, ମୋରଡ଼ା, ବସ୍ତା, ବାଲେଶ୍ୱର, ନୀଳଗିରି, ସିମୁଳିଆ, ଧାମନଗର, ବରୀ, ହିନ୍ଦୋଳ, ପାଲଲହଡ଼ା, ଳୋଇସିଂହା, ପାଟଣାଗଡ଼, ଉମରକୋଟ, ବୌଦ୍ଧ, କଟକସଦର, ଖୋର୍ଦ୍ଧା, ରଣପୁର, ପୋଲସରା, ପାରଳାଖେମୁଣ୍ଡି
କଂଗ୍ରେସ
ବୀରମିତ୍ରପୁର, ବଣାଇ (ସିପିଏମ), ରେଢ଼ାଖୋଲ, ଅନୁଗୁଳ, ବଲାଙ୍ଗୀର, କଣ୍ଟାବାଞ୍ଜି, ଖରିଆର, ନବରଙ୍ଗପୁର, ବାରବାଟୀ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଜଟଣୀ, ଗୁଣପୁର, କୋଟପାଡ଼, ଜୟପୁର, ପଟାଙ୍ଗୀ