ଷ୍ଟେସନରୁ ଉଠାଇ ନେଇ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ, ଗିରଫ ହେଲା ଅଭିଯୁକ୍ତ

rape
rape

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବୃଦ୍ଧି ପାଉଛି । ରାଜ୍ୟରେ ଆଉ ନାରୀ ସୁରକ୍ଷିତ ନଥିବା ଦେଖିବାକୁ ମିଳୁଛି | କାରଣ ଆଜି ସେହିପରି ଏକ ଲୋକଲଜ୍ଜ୍ୟ ଘଟଣା ସାମନାକୁ ଆସିଛି | ଜଣେ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି | ସୂଚନା ମୁତାବକ, ଦିନଦ୍ୱିପ୍ରହରେ ଜଣେ ବିବାହିତ ମହିଳା ଆଜି ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଛି । ସିଟି ରେଲୱେ ଷ୍ଟେସନ ଅଂଚଳରେ ଜଣେ ମହିଳା ଟ୍ରେନ ଅପେକ୍ଷାରେ ଥିଲେ । ବାହାର ରାଜ୍ୟକୁ ଯିବାକୁ ସେ ଟ୍ରେନ ପାଇଁ ଷ୍ଟେସନରେ ଅପେକ୍ଷା କରିଥିବା ସମୟରେ ଜଣେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ମହିଳାଜଣକ ଧନୁପାଲି ଥାନାରେ ଏତଲା ଦେବା ପରେ ସେହି ଅଭିଯୋଗ ଭିତ୍ତିରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଦଳିତ ଯୁବତୀଙ୍କୁ ଗଣବଳାତ୍କାର