ମେଡିକାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

କେନ୍ଦୁଝର :ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଗତକାଲି ଜଣେ ଯୁବକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ଆଜି ସକାଳେ ସେ ମେଡିକାଲର ଛାତ ଉପରକୁ ଯାଇ ତଳକୁ ଡେଇଁ ପଡିଥିଲେ । ଏପରିକି ଆତ୍ସହତ୍ୟା କରିବା ପୂର୍ବରୁ ସେ ନିଜ ହାତକୁ ବ୍ଲେଡରେ କାଟି ପକାଇଥିଲେ । ଯୁବକଜଣଙ୍କ ସ୍ଥାନୀୟ ମହୁଲଖୋଳି ଗ୍ରାମର ଟୁନା ବେହେରା ବୋଲି ଜଣାପଡିଛି । ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଛି ।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ