ଚୋର ସନ୍ଦେହରେ ନାବାଳକକୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ, ମୃତ୍ୟୁ ସହ ସଂଘର୍ଷ କରୁଛି….

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଉତ୍ତରଶ୍ୱରରେ ଜଣେ ନାବାଳକକୁ ନୁର୍ଧୁମ ଖରାରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ନାବାଳକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତ କିଛି ଦିନ ତଳେ ସିଙ୍ଗାଖୁଣ୍ଟା ଗାଁରେ ଟଙ୍କା ଓ ସାଇକେଲ ଚୋରି ହୋଇଥିଲା । ଭଦ୍ରକରୁ ଜଣେ ନାବାଳକ ଆସି ଚୋରି କରୁଥିବା ଲୋକମାନେ ସନ୍ଦେହ କରିଥିଲେ । ଆଜି ଉତ୍ତରେଶ୍ୱର ବଜାର ଜଣେ ନାବାଳକ ବୁଲୁଥିବା ଦେଖି ଲୋକମାନେ ତାକୁ ଏକ ଖଣ୍ଟରେ ବାନ୍ଧି ପକାଇଥିଲେ । ଏହା ପରେ ଏକ ନାବାଳକକୁ ପ୍ରବଳ ମାଡ଼ ମାରିଛନ୍ତି । ଏ ନେଇ ପୋଲିସ ଖବର ପାଇବା ପରେ ସଂପୃକ୍ତ ନାବାଳକକୁ ଉଦ୍ଧାର କରିଛି । ତେବେ ସତରେ ନାବାଳକଟି ଚୋର କି କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ |

ଘରୁ ଉଠାଇ ଶିକ୍ଷକଙ୍କୁ ହତ୍ୟା କରି ଫିଙ୍ଗିଲେ ଦୃର୍ବୁତ୍ତ