ଦୂତିଙ୍କୁ ସମଲିଙ୍ଗୀ ସମ୍ପର୍କକୁ ନେଇ ସାଥ ଦେଲେ ସହ ଖେଳାଳୀ

ଭୁବନେଶ୍ୱର: ରବିବାର ଦୌଡରାଣୀ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବାର ଗୋଟିଏ ଦିନ ପୂରି ନଥିବା ବେଳେ ଏହି ପ୍ରସଙ୍ଗରେକୁ ନେଇ ଏବେ ଏକ ନୂଆ ମୋଡ ଆସିଛି । ତେବେ ଦୂତିଙ୍କ ଏଭଳି ନିଷ୍ପତ୍ତିରେ ପୂରା ପରିବାର ତାଙ୍କ ବିରୋଧ କରୁଥିବା ବେଳେ କିନ୍ତୁ ତାଙ୍କ ସାଥୀ ଖେଳାଳୀମାନେ କିନ୍ତୁ ତାଙ୍କ ସାଥ ଦେଇଛନ୍ତି | ନିଜ ସମଲିଙ୍ଗୀ ସଂପର୍କକୁ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ୱୀକାର କରିବା ପ୍ରସଙ୍ଗରେ ଦୂତିଙ୍କୁ ଅନ୍ତର୍ଜାତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା ସମର୍ଥନ ଜଣାଇଛନ୍ତି । ଭାଲିନା ଭାଲେଣ୍ଟିନା କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତୀ ଦେଇଛନ୍ତି । ଏହା ଦୂତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ତାଙ୍କ ଜୀବନ ନିଜ ପସନ୍ଦରେ ବଞ୍ଚିବେ । ଏଥିରେ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ସେ ଆହୁରି କହିଛନ୍ତି ଯେ,ଏହା ତାଙ୍କ ଖେଳ କ୍ୟାରିଅର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦୂତିଙ୍କ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିବା ଉଚିତ ବୋଲି ଭାଲିନା କହିଛନ୍ତି ।

ଦୂତିଙ୍କ ପ୍ରସଙ୍ଗରେ ଅନ୍ତର୍ଜାତୀୟ ଆଥଲେଟ୍ ପାର୍ବତୀ ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯଦିଓ ଏହା ଭଲ ନୁହେଁ ତଥାପି ଏନେଇ ସୁପ୍ରିମକୋର୍ଟରେ ଆଇନ ମଧ୍ୟ ରହିଛି । ଦୂତି ଜଣେ ବ୍ରାଣ୍ଡ୍ ଆଥଲେଟ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତିଅ ବୋଲି ସେ କହିଛନ୍ତି ।

 

ମା ଝିଅ କଳି