ନିଜ କ୍ୟାରିୟର ଫ୍ଲପ ହେବାକୁ ନେଇ କ୍ୟାଟ୍ରିନାଙ୍କୁ ଦାୟୀ କଲେ ଜରିନ

ମୁମ୍ବାଇ : ବଲିଉଡ୍‌ ଏପରି ଏକ ସ୍ଥାନ ଯେଉଁଠି ନାଁ ଯେତିକି ଉପରକୁ ଉଠିଥାଏ ସେତିକି ନାଁ ମଧ୍ୟ ଖରାପ ହୋଇଥାଏ | ତେବେ ବଲିଉଡକୁ ଅନେକ ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଆସିଥାନ୍ତି | ମାତ୍ର ସବୁ କଳାକାରଙ୍କର ଭାଗ୍ୟ ଏଠାରେ ସାଥ ଦେଇନଥାଏ | ତେବେ ଏହି ପରିପେକ୍ଷରେ ବଲିଉଡ୍‌ରେ ସେଭଳି ଜଣେ ଅସଫଳ ଅଭିନେତ୍ରୀ ଅଛନ୍ତି ଯିଏ ବହୁ ଉଦ୍ୟମ କରି ବି ନିଜର ସ୍ଥାନ ବଲିଉଡରେ ତିଆରି କରି ପାରିନାହାନ୍ତି । ସମ୍ପୃକ୍ତ ଅଭିନେତ୍ରୀ ଜଣଙ୍କ ହେଲେ ଜରିନ୍‌ ଖାନ୍‌ । ଜରିନ୍‌ଙ୍କୁ ପ୍ରଥମେ ଦବଙ୍ଗ ଖାନ ଅର୍ଥାତ ସଲମାନ ଖାନ ବୀର ଫିଲ୍ମରେ ସୁଯୋଗ ଦେଇଥିଲେ | କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇ ଯାଇଥିଲା । ଯାହା ପରେ ତାଙ୍କୁ କୌଣସି କାମ ମିଳି ନଥିଲା । କାମ ନ ମିଳିବାକୁ ନେଇ ଜରିନ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ଦାୟୀ କରିଛନ୍ତି ।
ତାଙ୍କ କହିବା ଅନୁଯାୟୀ, ବଲିଉଡ୍‌ରେ ପାଦ ଦେବା ପରେ କ୍ୟାଟ୍‌ଙ୍କ ସହ ମୋର ତୁଳନା ହୋଇଥିଲା । ଯାହା ପାଇଁ ଲୋକେ ମୋର ଅଭିନୟ କଳାକୁ ଦେଖି ନଥିଲେ । ମୋର ପ୍ରତିଭାକୁ ନେଇ ଆଲୋଚନା ମଧ୍ୟ କରି ନଥିଲେ ବୋଲି କହିଛନ୍ତି ଜରିନ୍‌ । ତେବେ ତାଙ୍କର ଏପରି ମନ୍ତବ୍ୟକୁ ନେଇ କ୍ୟାଟ୍ରିନା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

ସଲମାନଙ୍କୁ ନେଇ ଆସିଲା ନୂଆ ତଥ୍ୟ, ଦେଖନ୍ତୁ ଏହି ଖବରରୁ…