ଆଇଏସ ପାସ୍, ଆଇପିଏସ୍ ଫେଲ

ଭୁବନେଶ୍ୱର: ଏଥର ସାଧାରଣ ନିର୍ବାଚନ ଅନେକ କିଛି ନୂଆ ନୂଆ ମୁହଁ ଓଡିଶା ରାଜନୀତିରେ ଦେଖିବାକୁ ମିଳିଥିଲା । ଏଥିରେ ପୂର୍ବତନ ପ୍ରଶାସକମାନେ ଲଢିବା ପାଇଁ ବିଭିନ୍ନ ଦଳରୁ ଆଗେଇ ଆସିଥିଲେ । ଏଥିରେ ଆଇଏସ, ଆଇପିଏସ ଓ ଇଞ୍ଜିନିୟର କ୍ୟାଡରର ଅଧିକାରୀ ମୁଖ୍ୟତଃ ଚର୍ଚ୍ଚାର କେନ୍ଦ୍ରୀଭୂତ ଥିଲେ । ଏବେ ଫଳାଫଳ ଜଣାପଡିଲାଣି । ଏଥିରେ ଦେଖିଲେ ଆଇଏସ ଅଧିକାରୀ ରାଜନୀତି ଅଙ୍କରେ ପାସ କରିଥିଲା ବେଳେ ଆଇପିଏସ ଓ ଇଞ୍ଜିନିୟର ଅଧିକାରୀ ରାଜନୀତି ଗଣିତ କଷିବାରେ ଫେଲ ହୋଇଛନ୍ତି ।
ନିର୍ବାଚନ ମଇଦାନରେ ୧୧ ବର୍ଷର ଆଇଏସ ଚାକିରି ଛାଡି ବିଜେପିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡଙ୍ଗୀ ପ୍ରତିନ୍ଦନ୍ଦ୍ୱନ୍ଦିତା କରୁଥିବା ବେଳେ ଆଇପିଏସ ଚାକିରିରୁ ଅବସର ନେବା ପରେ ବିଜେପିରେ ଯୋଗ ଦେଇ କଟକ ଲୋକସଭା ଆସନରୁ ପ୍ରକାଶ ମିଶ୍ର ଲଢୁଥିଲେ ।
ସେହିପରି ବିଜେଡି ଆଇପିଏସ ଚାକିରିରୁ ଅବସର ନେବା ପରେ ଦଳରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିଲେ ବମ୍ବେର ଜଣାଶୁଣା ପୂର୍ବତନ କମିଶନର ଅରୁପ ମୋହନ ପଟ୍ଟନାୟକ ଏବଂ ଇଞ୍ଜିନିୟରିଂ କ୍ୟାଡରର ଅଧିକାରୀ ନଳିନୀ ପ୍ରଧାନ ସଚିବ ପଦ ଛାଡି ଦଳରେ ଯୋଗ ଦେଇ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।
ଅପରାଜିତାଙ୍କ ସହ ବିଜେଡି ଅରୁପ ପଟ୍ଟନାୟକ ଲଢୁଥିଲେ । ଉଭୟ ଲୋକସଭା ଆସନରୁ ପ୍ରତିନ୍ଦ୍ୱନ୍ଦିତା କରୁଥିଲେ । ହେଲେ ଅରୁପଙ୍କୁ ହରାଇ ଅପରାଜିତା ଜିତିଲେ । ଏହି ଲୋକସଭା ଆସନରୁ କେବଳ ଜଣେ କଂଗ୍ରେସ ପ୍ରାର୍ଥୀ ଜିତିଥିଲା ବେଳେ ଆଉ ସବୁ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀମାନେ ଜିତିଛନ୍ତି । ଏହା ସର୍ତ୍ତ୍ବେ ଅରୁପଙ୍କୁ ସଫଳତା ମିଳିଲା ନାହିଁ । ଭୁବନେଶ୍ୱର ଲୋକସଭା ଆସନର ଭୋଟର ମାନେ ବିଧାନସଭା ପାଇଁ ଗୋଟେ ଓ ଲୋକସଭା ପାଇଁ ଆଉ ଗୋଟେ ମତ ରଖିଛନ୍ତି ।
ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ବରିଷ୍ଠ ନେତା ସାଂସଦ ଭର୍ତ୍ତର୍୍ୃହରି ମହାତାବଙ୍କ ଠାରୁ ହାରି ଯାଇଛନ୍ତି । ଅବଶ୍ୟା ଏହି ଲୋକସଭା ଆସନର ସମସ୍ତ ବିଧାନସଭା ଆସନ ବିଜେଡି ହାତକୁ ଯାଇଛି ।
ସେହିପରି ନଳିନୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ନିତିଶ ଗଙ୍ଗଦେବଙ୍କ ଠାରୁ ହାରି ଯାଇଛନ୍ତି । ସମ୍ବଲପୁର ଲୋକସଭା ଆସନରୁ କେବଳ ସମ୍ବଲପୁର ବିଧାନ ସଭା ଆସନରେ ବିଜେପି ପ୍ରାର୍ଥୀ ଜିତି ଥିଲା ବେଳେ ଅନ୍ୟ ୬ଟି ବିଧାନସଭା ଆସନରେ ବିଜେଡି ଜିତିଛି । ହେଲେ ଲୋକସଭାରେ ଭୋଟରମାନେ ବିଜେଡିର ନଳିନୀ ପ୍ରଧାନଙ୍କୁ ଗ୍ରହଣ ନ କରି ବିଜେଡିର ନୀତିଶଙ୍କୁ ଗ୍ରହଣ କରିଛନ୍ତି । ଏଠାରେ ମଧ୍ୟ ଭୋଟରମାନେ ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ମତ ରଖିଛନ୍ତି ।

ଲୋକସଭା: ବିଜେଡି ୧୨, ବିଜେପି ୮ ଓ କଂଗ୍ରେସ ୧