ବଢିବ ତାତି, ଭାଜି ହେବେ ଲୋକେ…

ଭୁବନେଶ୍ୱର: ଫନି ପରେ କାଳବୈଶାଖୀ ହେବାର ସମ୍ଭାବନା ଥିବାର ଖବର ଆସିବା ପରେ ଲୋକଙ୍କୁ ଟିକେ ଆସ୍ୱସ୍ଥି ମିଳିଥିଲା | ମାତ୍ର ବର୍ଷା ହେବାର ନା ନଥିବା ବେଳେ ପୁଣି ତାତି ଜୋରରେ ବୃଦ୍ଧି ପାଇ ବୋଲି ସୂଚନା ମିଳିଛି | ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଗରମ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ପୁଣି ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଗରମ ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଜିଲ୍ଳାଗୁଡ଼ିକରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ରହିବ । ଉପକୂଳ ଅଂଚଳ ଗୁଡ଼ିକରେ ତାପମାତ୍ରା ୪୦ଡିଗ୍ରୀ ଭିତରେ ରହିବା ସହ ପ୍ରବଳ ମାତ୍ରାରେ ଗୁଳୁଗୁଳି ଅନୁଭୂତ ହେବ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ରହିବ । ପୂର୍ବାନୁମାନ କରି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ସାରା ରାଜ୍ୟ ଜଳୁଛି , ୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା