ରାଜ୍ୟ ଗଣମାଧ୍ୟମ ସର୍ଭେ କହୁଛି ପୁଣି ନବୀନ, ଜାତୀୟ ଗଣମାଧ୍ୟମ ରିପୋର୍ଟ ମିଶ୍ରିତ

ଭୁବନେଶ୍ୱର (ଓଏନଏ) : ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଆସିଥିବା ପୂର୍ବାନୁମାନ ରିପୋର୍ଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଜାତୀୟ ଓ ରାଜ୍ୟସ୍ତରରେ ଗଣମାଧ୍ୟମ ପକ୍ଷରୁ ଓଡ଼ିଶା ନିର୍ବାଚନ ନେଇ ପୂର୍ବାନୁମାନ କରାଯାଇଛି । ଓଡ଼ିଶା ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ପୂର୍ବାନୁମାନ ଓ ରାଜ୍ୟ ଗଣମାଧ୍ୟମ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଭିତରେ ତଫାତ ରହୁଛି । ଜାତୀୟସ୍ତରରେ ଯେଉଁ ଆକଳନ କରାଯାଇଛି ସେଥିରେ ରାଜ୍ୟରେ ଝୁଲା ବିଧାନସଭା ହବା ନେଇ ଆଶଙ୍କା ଦେଖାଦେଇଛି । କିନ୍ତୁ ରାଜ୍ୟ ଗଣମାଧ୍ୟମଙ୍କ ସର୍ଭେ ରିପୋର୍ଟରେ ବିଜେଡିର ଆସନ ସଂଖ୍ୟା ହ୍ରାସ ପାଉଛି । ହେଲେ ପୁଣି ନବୀନ ପଟ୍ଟନାୟକ ମୁକୁଟ ମଣ୍ଡିତ ହେବାକୁ ଯାଉଛନ୍ତି । ଏହି ପୂର୍ବାନୁମାନ ରିପୋର୍ଟକୁ ନେଇ ରାଜ୍ୟରେ ରାଜନୈତିକ ବାଦାନୁବାଦ ଦେଖାଦେଇଛି । ଯେଉଁ ଦଳକୁ ଯାହା ସୁହାଉନି ସେ ପୂର୍ବାନୁମାନକୁ ଅସ୍ୱୀକାର କରୁଛି । ଏପରି କି ଆସନ ସଂଖ୍ୟା କମ ବେଶୀକୁ ଦେଖି ମଧ୍ୟ ରାଜନୈତିକ ଦଳଗୁଡ଼ିକ ସହମତ ହେଉନାହାଁନ୍ତି । ଏହି ପୂର୍ବାନୁମାନ ରିପୋର୍ଟକୁ ସେମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ।
ଜାତୀୟସ୍ତରରେ ଏକାଧିକ ଗଣମାଧ୍ୟମ ପକ୍ଷରୁ ଓଡ଼ିଶା ନିର୍ବାଚନ ସମ୍ପର୍କରେ କରାଯାଇଛି । ଅବଶ୍ୟ ଜାତୀୟ ରିପୋର୍ଟଗୁଡ଼ିକ ଓଡ଼ିଶାର ୨୧ଟି ଲୋକସଭା ଆସନକୁ ନେଇ ଆକଳନ କରାଯାଇଛି । ଏହି ଆକଳନକୁ ଯଦି ଦେଖାଯାଏ ରିପବ୍ଳିକର ସର୍ଭେ ଅନୁସାରେ ବିଜେଡି ୧୧ଟିି ଓ ବିଜେପି ୧୯ଟି ଲୋକସଭା ଆସନ ପାଇବ । ଏହି ଅନୁସାରେ ଦେଖିଲେ ଓଡ଼ିଶାରେ ଝୁଲାବିଧାନସଭା ହେବାକୁ ଯାଉଛି । ଜନକିବାତ ଓ ଟାଇମ୍ସ ନାଓର ରିପୋର୍ଟ ସମାନ ରହିଛି । ଉଭୟଙ୍କ ଆଳକନ ହେଉଛି ବିଜେଡି ୮ଟି, ବିଜେପି-୧୨ଟି ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ପାଇବ । ଏହି ରିପୋର୍ଟକୁ ଦେଖିଲେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଏନଡିଟିଭିର ରିପୋର୍ଟ ଅନୁସାରେ ବିଜେଡି ୧୦, ବିଜେପି-୧୦ ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ପାଉଛି । ଏହିଆକଳନ ଝୁଲା ବିଧାନସଭାକୁ ଦର୍ଶାଉଛି । ଇଣ୍ଡିଆ ଟିଭିର ଆକଳନ ଅନୁସାରେ ବିଜେଡି୧୫, ବିଜେପି ୬ ଲୋକସଭା ଆସନ ପାଇବ ।
ନ୍ୟୁଜ ୧୮ର ଅଳକନ ଅନୁସାର ବିଜେଡି ୧୨ରୁ ୧୪, ବିଜେପି ୬ରୁ ୮ ଓ କଂଗ୍ରେସ ୧ରୁ ୨ଟି ଆସନ ପାଇବେ । ଏଣୁ ଇଣ୍ଡିଆ ଟିଭି ଓ ନ୍ୟୁଜ୍ ୧୮ର ଆକଳନ ଅନୁସାରେ ବିଜେଡି କ୍ଷମତାକୁ ଆସିବ । ଏବିପିର ରିପୋର୍ଟ ହେଉଛି ବିଜେଡି ୧୨, ବିଜେପି ୯ ଆସନ ପାଇବ । ଏହି ଆକଳନ ଅନୁସାରେ ବିଜେଡି ସରକାର ଗଢ଼ିବ । ଚାଣକ୍ୟର ସର୍ଭେ ହେଉଛି ବିଜେହି ୧୦ରୁ ୭, ବିଜେପି ୧୧ରୁ ୧୪ ଆସନ ଅକ୍ତିଆର କରିବ । ଚାଣକ୍ୟ ଅନୁସାରେ ବିଜେଡି ସରକାରକୁ ଆସିବ । ଗୋଟିଏ ଲୋକସଭା ଆସନ ଅଧୀନରେ ୭ଟି ବିଧାନସଭା ଆସନ ଆସୁଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ହିସାବ କଲେ ଜାତୀୟ ଗଣମାଧ୍ୟମଗୁଡ଼ିକ ଯେତେସବୁ ଲୋକସଭା ଆସନ ଦଳମାନଙ୍କୁ ଦେଇଛନ୍ତି ତାହାକୁ ହିସାବକୁ ନେଲେ କେଉଁଠି ବିଜେଡିି ସରକାର ଆସୁଛି ତ କେଉଁଠି ବିଜେପି ସରକାର ଆସୁଛି ତ ଆଉ କାହାର ଝୁଲା ସରକାର ଆସୁଛି ।
କିନ୍ତୁ ରାଜ୍ୟସ୍ତରରେ ୩ଟି ଗଣମାଧ୍ୟମର ରିପୋର୍ଟ ପଦାକୁ ଆସିଛି । ଓଡ଼ିଶାର ୧୪୭ ବିଧାନସଭା ଆସନରୁ ୧୪୬ଟିରେ ଭୋଟି ହୋଇଛି । ଏହାକୁ ନେଇ ରାଜ୍ୟର ୩ଟି ଗଣମାଧ୍ୟମ ନିଜନିଜର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । କନକନ୍ୟୁଜର ସର୍ଭେ ଅନୁସାରେ ବିଜେଡି ୮୫ରୁ୯୫ ଆସନ ପାଇବ । ବିଜେପି ୨୫ରୁ ୩୪ ଓ କଂଗ୍ରେସ ୧୨ରୁ ୧୫ ଆସନ ପାଇବ । ଏହାଛଡ଼ା ଅନୁମାନେ ୧ରୁ ୩ । ଏମବିସି ଟିଭିର ଆକଳନ ଅନୁସାରେ ବିଜେଡି ୧୦୦ରୁ ୧୧୦, ବିଜେପିି ୨୫ରୁ ୩୦, କଂଗ୍ରେସ ୧୦ରୁ ୧୫ ଓ ଅନ୍ୟାନ୍ୟମାନେ ୨ରୁ ୭ ପାଇପରାନ୍ତି । କିନ୍ତୁ ପ୍ରଗତିବାଦିର ସର୍ଭେ ରିପୋର୍ଟ କହୁଛି ବିଜେଡି ୧୦୪, ବିଜେପି ୨୬, କଂଗ୍ରେସ ୧୫, ସିପିଏମ ଗୋଟିଏ ଆସନ ପାଇବ । ରାଜ୍ୟର ଏହି ୩ଟି ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଜେଡି ୨୦୧୪ ନିର୍ବାଚନ ତୁଳନାରେ କମ ଆସନ ପାଇବ । କିନ୍ତୁ ବିଜେଡି ହିଁ ସରକାର ଗଠନ କରିବ । ବିଜେପି ଦ୍ୱିତୀୟ ସ୍ଥାନରେ ରହିବ ।
କିନ୍ତୁ ବିଜେପି ରାଜ୍ୟ ଗଣମାଧ୍ୟମର ସର୍ଭେକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ସେମାନେ କ୍ଷମତାକୁ ଆସିବାନେଇ ବଦ୍ଧ ପରିକର ।