ମା ଝିଅ କଳି

ଭୁବନେଶ୍ୱର: ରବିବାର ଦୌଡରାଣୀ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବାର ଗୋଟିଏ ଦିନ ପୂରି ନଥିବା ବେଳେ ଏହି ପ୍ରସଙ୍ଗରେକୁ ନେଇ ଏବେ ଏକ ନୂଆ ମୋଡ ଆସିଛି । ଗଣମାଧ୍ୟମ ନିକଟରେ ତାଙ୍କ ମା କରିଥିବା ଅଭିଯୋଗକୁ ଦୂତି ପୂରାପୂରି ଖଣ୍ଡନ କରିଛନ୍ତି । ଦୂତି କହିଛନ୍ତି କେହି ପ୍ରଲୋଭନ ଦେଖାଇ ତାଙ୍କ ମାଙ୍କୁ ଏଭଳି କହିବାକୁ ବାଧ୍ୟ କରିଥିବା ସେ କହିଛନ୍ତି ।
ଗୋଟିଏ ଦିନ ପୂର୍ବରୁ ଦୌଡରାଣୀ ଦୂତିଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ଜଣେ ସମଲିଙ୍ଗୀ ଏବଂ ତାଙ୍କର ବାଳିକା ବନ୍ଧୁଙ୍କୁ ବିବାହ କରିବେ ବୋଲି କହିବା ପରେ ଏନେଇ ତାଙ୍କ ମା ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଥିଲେ । ଦୂତିଙ୍କ ମା କହିଥିଲେ କି, ତାଙ୍କ ଝିଅ ପରିବାରର କୌଣସୀ ଦାୟିତ୍ୱ ନେଉ ନାହାଁନ୍ତି ଏବଂ ଘରକୁ କୌଣସି ପଇସାପତ୍ର ଦେଉ ନାହାଁନ୍ତି । ଏଭଳି କି ତାଙ୍କ ମା ଫୋନ କରିଥିବା ସମୟରେ ଦୂତି ତାଙ୍କୁ ଚିହ୍ନି ନାହାଁନ୍ତି ବୋଲି ମଧ୍ୟ କହିଥିଲେ ।
ଏବେ ତାଙ୍କ ମାଙ୍କ ପ୍ରତିକ୍ରିୟା ପରେ ଦୂତି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି, ଏହା ସମ୍ପୁର୍ଣ୍ଣ ଭାବରେ ମିଥ୍ୟା । ତାଙ୍କ ମାଙ୍କୁ କେହି ପ୍ରଲୋଭନ ଦେଖାଇ ଏଭଳି କରିବାକୁ ଚେଷ୍ଟା କରୁଛି । ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ତେଣୁ ଏଥିରେ କେହି ମୁଣ୍ଡ ନଖେଳାନ୍ତୁ । ମୋ ଜୀବନ ଉପରେ ମୋର ପୁରା ଅଧୀକାର ଅଛି । ମୋ ନିଜର ନିଷ୍ପତି ପାଇଁ ମୋର ଅନୁଷ୍ଠାନ କିମ୍ବା ପରିଜନଙ୍କୁ ବିବାଦ ଘେରକୁ ଟାଣନ୍ତୁ ନାହିଁ । ମୁଁ ମୋ ନିଷ୍ପତି ନିଜେ ତୁଲେଇ ପାରିବି । ମୁଁ ମୋ ଦାୟିତ୍ୱ ବିଷୟରେ ଅବଗତ । ମୋ ଦେଶ ଏବଂ ଖେଳ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ । ତେଣୁ ଏଥିରେ କେହି ନ ମୁଣ୍ଡ ପୂରାନ୍ତୁ ବୋଲି ଦୂତି ଆଡି ଗଣମାଧ୍ଯମକୁୁ କହିଛନ୍ତି |

ଦୂତୀଙ୍କ ସମଲିଙ୍ଗୀ ବିବାହକୁ ନେଇ ଖୁଲାସା ପରେ ପରିବାରରେ ଉଠିଛି ଝଡ, କିଟ ବିରୋଧରେ ଦୂତୀ ମାଆଙ୍କ ସଂଘୀନ ଅଭିଯୋଗ