ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକ ବସି ବିଧାନସଭା ଭଙ୍ଗ ପାଇଁ ନିଷ୍ପତି ନିଆଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷକତାରେ ଅପରାହ୍ନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ପଞ୍ଚଦଶ ବିଧାନସଭା ଭଙ୍ଗ ନେଇ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା | ଚଳିତ ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଛି | ଇତିମଧ୍ୟରେ ନୂତନ ବିଧାନସଭା ପାଇଁ ନିର୍ବାଚନ ସରିଯାଇଛି | ନିୟମ ଅନୁସାରେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ନବୀନ କାମଚଳା ମୁଖ୍ୟମନ୍ତ୍ରୀ ରହିବେ | ହେଲେ ସେ କୌଣସି ନୂଆ ଯୋଜନା କରିପାରିବେ ନାହିଁ କି କିଛି ନୂତନ ନିଷ୍ପତି ନେଇ ପାରିବେ ନାହିଁ |

ମୁଖ୍ୟମନ୍ତ୍ରୀ ଦାବି କଲେ ୧୭ ହଜାର କୋଟି, ମୋଦି ମଧ୍ୟବର୍ତ୍ତୀ ସହାୟତା ଘୋଷଣା କଲେ ୧୦୦୦ କୋଟି