ସଲମାନ ଓ ଶାହାରୁଖଙ୍କୁ ପଛରେ ପକାଇଲେ ଦୀପିକା, ଚଳିତ ବର୍ଷ ହେଲେ ଏକ ନମ୍ବର ବ୍ରାଣ୍ଡ ସେଲିବ୍ରେଟି

ମୁମ୍ବାଇ: ଭାରତରେ ସବୁଠାରୁ ବଡ଼ ସେଲିବ୍ରିଟି କଥା ପଚାରିଲେ ସମସ୍ତଙ୍କ ମନରେ ଶାହାରୁଖ, ସଲମାନ ଖାନ ,ଅମିର ଖାନ ଆସୁଥିବେ । କିନ୍ତୁ ଏମାନଙ୍କ ବ୍ରାଣ୍ଡ ସେଲିବ୍ରିଟି ମଧ୍ୟରେ ଏଥର ବାଜି ମାରିଛନ୍ତି ଦୀପିକା ପାଦୁକନ । ଦୀପିକାଙ୍କ ବ୍ରାଣ୍ଡ ସେଲିବ୍ରିଟି ଭାବେ ସମକକ୍ଷ ଯଦି କେହି ରହିଛନ୍ତି ତେବେ ସେ ହେଉଛନ୍ତି କ୍ରିକେଟର ବିରାଟ କୋହଲି ।
ସେଲିବ୍ରିଟି ବ୍ରାଣ୍ଡ ଓ ବ୍ରାଣ୍ଡ ଭ୍ୟାଲୁ ନଜର ରଖୁଥିବା କମ୍ପାନୀ ଡଫ ଓ କେପ୍ଲସ ଅନୁସାରେ ଦୀପିକାଙ୍କ ବ୍ରାଣ୍ଡଭ୍ୟାଲୁ ୧୦କୋଟି ଡଲାର ଅର୍ଥାତ ୭୦୦କୋଟି ଟଙ୍କା । ପୂର୍ବ ବର୍ଷ ସମସ୍ତ ତାରକାଙ୍କ ଆୟ ତାଲିକାରେ ମଧ୍ୟ ଦୀପିକା ୧୧୩ କୋଟି ଆୟରେ ରହିଥିଲେ । ଫଳରେ ସେ କ୍ରିକେଟର ଏମଏସ ଧୋନୀ, ଅମିର ଖାନ ଓ ନିଜ ପତି ରଣବୀର ସିଂହଙ୍କ ମଧ୍ୟ ପଛରେ ପକାଇ ଦେଇଛନ୍ତି । ତେବେ ତାଙ୍କର ଏହି ସଫଳତା ପରେ ସେ ଖୁବ ଖୁସୀ ଥିବା ଜଣାପଡିଛି |

ଶାହାରୁଖଙ୍କୁ ଟକ୍କର ଦେଲେ ରଣବୀର ସିଂହ, ‘ଡନ ୩’ରେ ସାଜିବେ ଡନ୍