ଖାଲି ପେଟରେ ଖାଆନ୍ତୁ ନାହିଁ ତରଭୁଜ, ନହେଲେ ଭୋଗିବେ ଏହି ରୋଗ…

ଭୁବନେଶ୍ୱର: ଏବେ ସାରା ଦେଶରେ ଗ୍ରୀଷ୍ମ ଋତୁ । ଘରେ ଘରେ ଗ୍ରୀଷ୍ମ କାଳୀନ ଫଳର ସମ୍ଭାର । ତେବେ ଗରମ ଯୋଗୁ ଲୋକେ ଯେଉଁ ଫଳ ଅଧିକ ଖାଉଛନ୍ତିି ତାହା ହେଉଛି ତରଭୁଜ । ଗ୍ରୀଷ୍ମର ଅମୃତ କୁହାଯାଉଥିବା ଏହି ଫଳ ଅନେକ ଗୁଣକାରୀ ଜିନିଷ ଭରି ରହିଛି । ତେବେ ତରଭୁଜ ଖାଇବା ବିଧି ନ ଜାଣିଲେ ଅନେକ ସମସ୍ୟାର ସମ୍ମୁଖିନ ହେବେ । ଏହି ତରଭୁଜର ଉପକାରିତା ଓ ଅପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।
ତରଭୁଜ ଏଭଳି ଏକ ଫଳ ଯାହା ସବୁ ଆୟୁ ବର୍ଗର ଲୋକେ ଖାଇ ପାରିବେ । ଯେଉଁମାନେ ଜକୃତ ଜନିତ ସମସ୍ୟାରେ ପୀଡ଼ିତ ସେମାନଙ୍କ ପାଇଁ ତରଭୁଜ ଏକ ମହାର୍ଘ୍ୟ ଫଳ । ତରଭୁଜକୁ ଜୁସ କରି ପିଇଲେ ଏହା ଓøଷଧ ଭଳି କାମ କରିଥାଏ । ସେହିଭଳିି କିଡିନ ଷ୍ଟୋନ ଭଳି ସମସ୍ୟା ଭୋଗୁଥିବା ଲୋକେ ବି ଏହି ଜୁସ ପିଇଲେ ବିଶେଷ ଲାଭବାନ ହୁଅନ୍ତି । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ତରଭୁଜ ଲାଭଦାୟକ । ଯେଉଁମାନଙ୍କ ଆଣ୍ଠୁଗଣ୍ଠିରେ କଷ୍ଟ ହେଉଛି ସେମାନେ ତରଭୁଜ ଅବଶ୍ୟ ଖାଇବା ଦରକାର । ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପ ଭୋଗୁଛନ୍ତି ସେମାନେ ନିୟମିତ ତରଭୁଜ ଖାଇଲେ ସୁସ୍ଥ ଅନୁଭବ କରିବେ ।
ତେବେ ଖାଲି ପେଟରେ କେବେବି ତରଭୁଜ ଖାଇବା ଉଚିତ ନୁହେଁ । ଭୋକିଲା ପେଟରେ ତରଭୁଜ ଖାଇଲେ ପେଟ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ଥାଏ । ଏପରିକି କେବେ ଡାୟରିୟା ମଧ୍ୟ ହୋଇପାରେ । ସେହିପରି ଯେଉଁମାନଙ୍କର ଆଜମା ସମସ୍ୟା ରହିଛି ସେମାନେ ତରଭୁଜ ଖାଇବା ଉଚିତ ନୁହେଁ । ଏହା ଛଡ଼ା ରାତି ସମୟରେ ତରଭୁଜ ନ ଖାଇବା ଭଲ । ତରଭୁଜ ଖାଇବା ପରେ ପାଣି ପିଇବା କଥା ନୁହେଁ । ଏହା ଦ୍ୱାରା ବାନ୍ତି ହେବାର ସମ୍ଭାବନା ସୃଷ୍ଟି ହୁଏ । ସେହିପରି ଭାତ ଖାଇବା ପରେ ତରଭୁଜ ଖାଆନ୍ତୁ ନାହିଁ ।