ଦୂତୀଙ୍କ ସମଲିଙ୍ଗୀ ବିବାହକୁ ନେଇ ଖୁଲାସା ପରେ ପରିବାରରେ ଉଠିଛି ଝଡ, କିଟ ବିରୋଧରେ ଦୂତୀ ମାଆଙ୍କ ସଂଘୀନ ଅଭିଯୋଗ

ଭୁବନେଶ୍ୱର: ଆଜି ଦୌଡରାଣୀ ଦୂୂତୀ ଚାନ୍ଦଙ୍କୁ ବ୍ୟକ୍ତଗତ କଥା ଖୁଲାସା ହେବା ପରେ ଏବେ ଦୂତିଙ୍କ ଘରେ ପାରିବାରିକ ଝଡ ଆରମ୍ଭ ହୋଇଯାଇଛି । ଦୂତୀଙ୍କ ସମଲିିଙ୍ଗୀ ସମ୍ପର୍କ କଥା ପଦାକୁ ଆସିବା ପରେ ଆଜି ଗଣମାଧ୍ୟମକୁ ଦୂତିଙ୍କ ମାଆ ଓ ଭଉଣୀ ଦୃଢ ଭାବେ ନିନ୍ଦା କରିବା ସହ ଏହାକୁ ବିରୋଧ କରୁଛନ୍ତି । ଦୂତିଙ୍କ ମାଆ ଅଭିଯୋଗ କରି କହିଛନ୍ତି ଯେ, ଦୂତି ଯାହାକୁ ବିବାହ କରିବାକୁ ଚାହୁଁଛି ସେ ମୋ ନାତୁଣୀ । ଦୂତି ତାଙ୍କୁ ବାହା ହେଲେ ଆମେ ତାକୁ ଗ୍ରହଣ କରିବୁନି । ତେବେ ଦୂତିର ଏହି ସମ୍ପର୍କକୁ ମୁଁ ବିରୋଧ କରିବାରୁ ସେ ଆମ ସହ କେବେ ଠାରୁ ସମ୍ପର୍କ କାଟି ଦେଇଛି । ଆମକୁ ଭିକାରି ବୋଲି ସମ୍ବୋର୍ଦ୍ଧନା କରୁଛି ।
ଏଥିସହ ତାଙ୍କ ମାଆ ଆହୁରୁ କହିଛନ୍ତି ଯେ, ଦୂତିଙ୍କ ଜୀବନକୁ ବିପଦ ଅଛି ଓ ତାଙ୍କୁ ମିଳିଥିବା ଅର୍ଥରାଶିକୁ ହଡପ କରିବାକୁ ଚାଲ ଚାଲିଛି । ଦୂତୀଙ୍କ ମାଆ ଏନେଇ ସମ୍ପର୍କ ପାଇଁ ସେ ପଢୁଥିବା କିଟକୁ ମଧ୍ୟ ଦାୟୀ କରିଛନ୍ତି ।

କିଟର ଶିକ୍ଷକମାନେ ଏନେଇ ଷଡଯନ୍ତ୍ର ତିଆରି କରିଛନ୍ତି । ଦୂତି ତ ଝିଅଟେ, ସେଜଣେ ପୁଅକୁ ବାହା ହେବ, ଝିଅ ହୋଇ ଝିଅକୁ ବାହା ହେବ କେମିତି ବୋଲି ପ୍ରଶ୍ନ ରଖିଛନ୍ତି । ତା ପଇସାତ୍ରକୁ ହଡପ କରିବାକୁ ଚକ୍ରାନ୍ତ ଚାଲିଛି । ସେ ପାଇଥିବା ଟଙ୍କାର ହିସାବ ସେ ଆମକୁ କେବେ କହିନି । ସେ ପାଇଥିବା ୩ କୋଟି ଟଙ୍କା ବିଷୟରେ ଆମେ କିଛି ବି ଜାଣିନୁ । ଏବେ ସେ ବାହାହେବାକୁ କହିବାରୁ ମୁଁ ତାକୁ ବିରୋଧ କଲି । ମୁଁ ମନା କରିବାରୁ ଆମ ବାପା ମା ଦୁଇଟାକୁ ଭିକ ମଗାଇବ କହୁଛି । ମୁଁ ଏସବୁ ଶୁଣିଲା ପରେ ଭାବୁଛି ତା ପ୍ରତି ବଡ ଚକ୍ରାନ୍ତ ହୋଇଛି । ବାପା ମାଙ୍କୁ ଭିକ ମାଗିବାକୁ କହୁଥିବା ଝିଅ କିଟ ସାହାସରେ କହୁଛି । କିଟ ସାହସ ନ ଦେଇଥିଲେ ସେ ମୋତେ ଏତେବଡ କଥା କହିଥାନ୍ତା କିପରି ? ସେ ଏବେ କିଟରେ ରହୁଛ, କିଟରେ ପଢୁଛିି । ବୋଧହୁଏ କିଟ ଚାହୁଁଛି ତାକୁ ସଫା କରିଦେବ ଓ ସବୁ ଟଙ୍କା ହଡପ କରିନେବ । ସେଥିଲାଗି କିଟ ବଡ ଚକ୍ରାନ୍ତ କରୁଛି । ତେବେ ଦୂତି ମାଙ୍କ ଅଭିଯୋଗ ନେଇ କିଟ ପ କ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ସେପଟେ ଦୂତିଙ୍କ ସମଲିଙ୍ଗୀ ସମ୍ପର୍କ ନେଇ ଭଉଣୀ ସରସ୍ୱତୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଦୂତୀଙ୍କ ଟଙ୍କା ହଡପ ପାଇଁ ବିରାଟ ବଡ ଷଡଯନ୍ତ୍ର ହୋଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଦୂତିଙ୍କୁ କିଛି କୁଚକ୍ରୀ, ସ୍ୱାର୍ଥଲୋଭୀ ବ୍ଲାକମେଲିଂ କରୁଛନ୍ତି । ଅର୍ଥ ହଡପ ପାଇଁ ଷଡଯନ୍ତ୍ର କରିଛନ୍ତି । ଏଥିସହ ଦୂତିଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ମଧ୍ୟ ତାଙ୍କ ଭଉଣୀ କହିଛନ୍ତି । ଝିଅ ହୋଇ ସେ ଝିଅକୁ ବାହା ହେବ କି ପୁଅକୁ, ତା ବ୍ୟକ୍ତିଗତ କଥା । ସେ ପାଇଥିବା ଅର୍ଥକୁ ହଡପ ପାଇଁ କୁଚକ୍ରୀ ଗୋଷ୍ଠୀଙ୍କ ଷଡଯନ୍ତ୍ର । ଏହା ମନ ପ୍ରେମ ନୁହେଁ, ମନି ପ୍ରେମ, ମନିପ୍ରେମରେ ଏସବୁ ହୋଇଛି । ଦୂତିର ଧନ ଜୀବନକୁ ସୁର କ୍ଷା ଦେବା ସରକାରଙ୍କ ଦାୟିତ୍ୱ । ସରକାରଙ୍କୁ ଅନୁରୋଧ, ତଦନ୍ତ କରନ୍ତୁ, ଦୂତିଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ଦୂତୀଙ୍କ ଭଉଣୀ କହିଛନ୍ତି ।

ବ୍ୟକ୍ତିଗତ ଜୀବନକୁ ନେଇ କଲେ ବଡ ଖୁଲାସା, ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ଦୂତୀ