ଘରୁ ଉଠାଇ ଶିକ୍ଷକଙ୍କୁ ହତ୍ୟା କରି ଫିଙ୍ଗିଲେ ଦୃର୍ବୁତ୍ତ

ମୁନିଗୁଡ଼ା : ଶିକ୍ଷକଙ୍କ ଅତି ନିର୍ମ ଭାବେ ହତ୍ୟା କରି ଫିଙ୍ଗିଲେ ଦୃର୍ବୁତ୍ତ | ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ବଂଶଧାରା ନଦୀ ପୋଲ ନିକଟରେ ହୋଇଥିବାର ଦେଖିବାକୁ ମିଳୁଛି | ମୃତ ଶିକ୍ଷକ ଜଣଙ୍କ ହେଲେ ସମଦଳା ସ୍କୁଲ୍‌ର ରାମଚନ୍ଦ୍ର ମହନନ୍ଦିଆ ।
ସୂଚନାନୁଯାୟୀ, ରବିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ପୋଲ ତଳକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହ ଉପରେ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

ବାହାଘରର ୫ ଦିନରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଫେରାର ହେଲେ ଦୃର୍ବୁତ୍ତ