ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଉଁଶଖଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସୁବର୍ଣ୍ଣରେଖା ନଦୀରେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରମେଶ ବଢ଼େଇ ।
ଘଟଣାରୁ ପ୍ରକାଶ, ରମେଶ ବଢ଼େଇ ସୁବର୍ଣ୍ଣରେଖା ନଦୀକୁ ସାଙ୍ଗମାନଙ୍କ ସହିତ ଗାଧୋଇବାକୁ ଯାଇଥିଲା । ହେଲେ ନଦୀରେ ଗାଧୋଇଥିବା ବେଳେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦମକଳବାହିନୀ ଘଟଣାସ୍ଥଳରେ ପହଁଚିଂ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳୁଛି ।

ପୋଖରୀରେ ବୁଡିଲେ ଦୁଇ ଭଉଣୀ