ବାହାଘର ଦିନ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ନୂଆପଡ଼ା: ଲଜ୍ଜ୍ୟାର ସୀମା ଟପିଲେ ଦୃର୍ବୁତ୍ତ । ଜଣେ ଯୁବତୀଙ୍କର ବାହାଘର ଦିନ ଶ୍ଳୀଳ ଭିଡିଓକୁ ଭାଇରାଲ କରିଥିବାର ଅଭିଯୋଗ ହୋଇଛି । ଏପରି ଲଜ୍ଜ୍ୟାଜନକ କାଣ୍ଡ ନୂଆପଡ଼ା ଜୋଙ୍କ ଥାନା ଅଚଂଳରେ ଘଟିଥିବାର ଅଭିଯୋଗ ହୋଇଛି । ଏଥିଯୋଗୁ ଯୁବତୀଙ୍କ ବାହାଘର ଭାଙ୍ଗିଯିବା ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଚର୍ଚ୍ଚା ଚାଲିଛି ।
ସୂଚନାନୁଯାୟୀ, ଜୋଙ୍କ ଥାନା ଅଚଂଳର ଯୁବତୀଙ୍କ ଭାଲେଶ୍ୱର ଫଟାମୁଣ୍ଡା ଗାଁରେ ବିବାହ ଠିକ ହୋଇଥିଲା । ୧୨ ତାରିଖ ବରଯାତ୍ରୀ ଆସିବାକୁ ଥିଲା । କିନ୍ତୁ ସେହି ଜୋଙ୍କ ଥାନା ବିରୋମାଲ ଗାଁର କିଶୋର ସାହୁ(୨୬) ନାମକ ଜଣେ ଯୁବକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ହ୍ୱାଟସଆପରେ ଭାଇରାଲ କରିଥିଲେ । ଉକ୍ତ ଭିଡିଓ ଏବଂ ଫଟୋ ବରପକ୍ଷ ଲୋକଙ୍କ ପାଖରେ ପହଁଚିଂ ଯାଇଥିଲା । ରାତିରେ ବରପକ୍ଷ ଲୋକେ ଭାଇରାଲ ଭିଡିଓ ଏବଂ ଫଟୋକୁ ଧରି କନ୍ୟା ଘରକୁ ଆସି ଦେଖାଇ ବିବାହ ଭାଙ୍ଗି ଦେଇଥିଲେ । ଯୁବତୀ ଜଣଙ୍କ କିଶୋର ବିରୋଧରେ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଥିବାବେଳେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ମାମଲାକୁ ନିଜ ହାତକୁ ନେଇଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ପ୍ରଶାସନ ନିକଟରେ ଯୁବତୀ ନିବେଦନ କରିଛନ୍ତି ।
ଯୁବତୀଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତ କିଶୋର ତାଙ୍କୁ ଜବରଦସ୍ତି ନିଶା ଓøଷଧ ଖୁଆଇ ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏହି ସମୟରେ କିଶୋର ଉକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଉତ୍ତୋଳନ କରିଥିଲେ । ଘଟଣା ସମ୍ପର୍କରେ କହାରିକୁ କହିଲେ ଜୀବନରେ ମାରି ଦେବାକୁ ମଧ୍ୟ କିଶୋର ଯୁବତୀଙ୍କୁ ଧମକ ଦେଇଥିଲେ । ଯୁବତୀ ଜଣଙ୍କ ଲୋକ ଲଜ୍ଜ୍ୟା ଭୟରେ କାହାକୁ କିଛି କହି ନଥିଲେ । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଜଣାଇ ନଥିଲେ ବୋଲି ଯୁବତୀ ଜଣଙ୍କ ଥାନାରେ ଦର୍ଶାଇଛନ୍ତି ।

ଟ୍ରେନ ଆଗକୁ ଡେଇଁଲେ ଯୁବତୀ