ବନ୍ଦ ହେଲା ମୁମ୍ବାଇର ୭୦ ବର୍ଷ ପୁରୁଣା ସିନେମା ହଲ, କାରଣ କଣ ହୋଇପାରେ ଜାଣନ୍ତୁ

ମୁମ୍ବାଇ : କପୁର ଖାନଦାନଙ୍କ ଐତିହ୍ୟ ଆରକେ ଷ୍ଟୁଡିଓ ବିକ୍ରି ହେବା ପରେ ମୁମ୍ବାଇରେ ବନ୍ଦ ହେଲା ଆଉ ଏକ ସିନେମା ହଲ। ପ୍ରାୟ ୭୦ ବର୍ଷ ପୂର୍ବେ ଲୋକଙ୍କ ମନୋରଞ୍ଜନ ପାଇଁ ଏହି ସିଙ୍ଗଲ ସ୍କ୍ରିନ ଥିଏଟର ଖୋଲିଥିଲା। ତେବେ ଲଗାତାର କ୍ଷତିରେ ଚାଲିବା ପରେ ସିନେମା ହଲର ତୃତୀୟ ପୀଢି ମାଲିକ ତାଲାଝୁଲାଇ ଦେଇଛନ୍ତି। ଏହି ସିନେମା ହଲଟି ହେଉଛି ମୁମ୍ବାଇର ପୂର୍ବଦାଦରସ୍ଥିତ ଚିତ୍ରା ପ୍ରେକ୍ଷାଳୟ। ନିକଟରେ ଏହି ସିନେମା ହଲରେ ଷ୍ଟୁଡେଣ୍ଟସ ଅଫ ଦି ଇୟର-୨ର ପ୍ରଦର୍ଶିତ ହୋଇଥିଲା।
ଗତ ମେ ୧୬ ତାରିଖରେ ପ୍ରେକ୍ଷାଳୟରେ ଶେଷ ପ୍ରଦର୍ଶନ ହୋଇଥିଲା। ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମ ଯୋଗୁ ହଲକୁ ଲୋକ ଆସୁନଥିଲେ । ଏଣୁ ବନ୍ଦ କରିଦେବା ଉଚିତ ବୋଲି କହିଛନ୍ତି ଚିତ୍ରା ସିନେମାର ତୃତୀୟ ପୀଢି ମାଲିକ ଦାରା ମେହେଟା। ଗତ ୧୯୮୨ ମସିହାରୁ ସେ ସିନେମା ହଲର ବୁଝାସୁଝା କରିଆସୁଥିଲେ। ଏହି ପ୍ରେକ୍ଷାଳୟରେ ଅନେକ ଫିଲ୍ମ ସୁପରଡୁପର ହିଟ୍ ହୋଇଥିଲା। ଯେଉଁଥିରେ ୧୯୮୩ ମସିହାରେ ଜ୍ୟାକି ସର୍ଫଙ୍କ ଫିଲ୍ମ ‘ହିରୋ’ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ତେବେ ସମି କପୁରହ୍କ ଫିଲ୍ମ ‘ଜଙ୍ଗଲୀ’ ଏଠାରେ ରେକର୍ଡ କରିଥିଲା। ଲଗାତାର ୨୫ ସପ୍ତାହ ଧରି ଏଠାରେ ଜଙ୍ଗଲୀ ପୂର୍ଣ୍ଣ ପ୍ରେକ୍ଷାଳୟରେ ଚାଲିଥିଲା। ଏହି ସିଙ୍ଗଲ ଥିଏଠରରେ ୫୫୦ ସିଟ୍ ଥିଲା। ଏହି ଥିଏଟର ବନ୍ଦ ହେବା ଆଗରୁ କପୁର ପରିବାରର ଆରକେ ଷ୍ଟୁଡିଓ ବିକ୍ରି ହେବା ସିନେମା ପ୍ରେମୀଙ୍କୁ ଭାବୁକ କରିଥିଲା। ତେବେ ଚିତ୍ରା ବନ୍ଦ ହେବା ପରେ ସୋସାଲ ମିଡିଆରେ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ହିନ୍ଦୀ ସିନେମାର ଦିଗ୍ଗଜ ଅଭିନେତା ରାଜ କପୁର ମୁମ୍ବାଇର ଚେମ୍ବୁରରେ ୧୯୪୮ ମସିହାରେ ଷ୍ଟୁଡିଓ ସ୍ଥାପନା କରିଥିଲେ। ଏହି ଷ୍ଟୁଡିଓ କପୁର ପରିବାର ଦ୍ବାରା ନିର୍ମିତ ଅନେକ ଫିଲ୍ମର ମୁକସାକ୍ଷୀ ଥିଲା। ଗତ ୨୦୧୭ ମସିହାରେ ସୁର ଡାନ୍ସର ପ୍ରଦର୍ଶନୀ ବେଳେ ପ୍ରେକ୍ଷାଳୟରେ ଅଗ୍ନିକାଣ୍ଡ ହୋଇଥିଲା। ତେବେ ଏଥିରେ କେହି ହତାହତ ହୋଇନଥିଲେ। ନୂଆ ବୈଷୟିକ ଜ୍ଞାନ କୌଶଳରେ ଋଷି କପୁର ପ୍ରେକ୍ଷାଳୟର ନବିକରଣ କରିବାକୁ ଚାହିଁଥିଲେ। ତେବେ ତାଙ୍କ ବଡଭାଇ ରଣଧିର କପୁରଏହା ଉଚିତ ହେବନି ବୋଲି କହିଥିଲେ। ତେବେ ଷ୍ଟୁଡିଓ ବିକ୍ରି ହେବା ପଛରେ ଅନ୍ୟ ଏକ କାରଣ ମଧ୍ୟ ରହିଛି । ନୂଆ ଚଳଚିତ୍ର ନିର୍ମାଣ ପାଇଁ ନିର୍ମାତାମାନେ ଇଷ୍ଟର୍ଣ୍ଣ ମୁମ୍ବାଇକୁ ଆଉ ପସନ୍ଦ କରୁ ନାହାନ୍ତି। ସେମାନେ ଅନ୍ଧେରୀ ଓ ଗୋରେଗାଓଁକୁ ସୁଟିଂ ପାଇଁ ବ୍ୟବହାର କରୁଛନ୍ତି। ଏଣୁ କପୁର ପରିବାର ତାକୁ ବିକିଦେବାକୁ ନିଷ୍ପତି ନେଇଥିଲେ।