ମାତିଲେ ଲୁଟେରା, ବିଚ ରାସ୍ତାରେ ଯୁବକଙ୍କୁ ହାଣି ଲୁଟିଲେ ଲକ୍ଷାଧିକ ଟଙ୍କା

ଖୋର୍ଦ୍ଧା: ଦିନକୁ ଦିନ ଲୁଟେରା ମାତୁଥିବାର ଦେଖିବାକୁ ମିଳୁଛନ୍ତି | ଏହି କ୍ରମରେ ଆଜି ଦିନ ଦି’ପହରରେ ରାସ୍ତାରେ ଜଣେ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟଙ୍କୁ ଆକ୍ରମଣ କରି ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ୪ ମୁଖାପିନ୍ଧା ଲୁଟେରା । ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅଞ୍ଚଳରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ପୁଲିସ ଦୁର୍ବୃତ୍ତଙ୍କ ପତ୍ତା ପାଇ ପାରି ନଥିବା ଜଣା ପଡିଛି |ସୂଚନାନୁଯାୟୀ, ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ଦିବ୍ୟ ପ୍ରସାଦ ସାହୁ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀଙ୍କଠାରୁ ଟଙ୍କା ଆଦାୟ କରି ଅଫିସ୍‌ ଫେରୁଥିଲେ । ଏହି ସମୟରେ ତାଙ୍କୁ ୪ ଜଣ ମୁଖାପିନ୍ଧା ଯୁବକ ଦୁଇଟି ବାଇକ୍‌ରେ ପିଛା କରୁଥିଲେ । ଏହା ଜାଣିପାରି ଶ୍ରୀ ସାହୁ ଦ୍ରୁତଗତିରେ ବାଇକ୍‌ରେ ଚାଲି ଯିବାକୁ ଚେଷ୍ଟା କରୁଥିଲେ । ମାତ୍ର ଦୁର୍ବୃତ୍ତମାନେ ଶ୍ରୀରାମପୁର-ଠଣାପାଲିରେ ଶ୍ରୀ ସାହୁଙ୍କ ଗାଡ଼ି ଆଗରେ ବାଇକ୍‌ ଛିଡା କରି ଆକ୍ରମଣ କରିଥିଲେ । ପରେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ ବୋଲି ଜଣାପଡିଛି ।

୧୬ଲକ୍ଷ ଟଙ୍କା ଲୁଟ୍ କରିବା ମାରିଲା ଫେଲ, ଅଳ୍ପକେ ବର୍ତ୍ତିଲେ ଲୁଟେରା