ବିବାହ ଭୋଜି ଖାଇ ୩୦ ଅସୁସ୍ଥ

ବାଲେଶ୍ୱର: ବିବାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ । ବାଲେଶ୍ବର ଭୋଗରାଇ ବ୍ଲକ ରାଣୀବସନ ଗାଁର ଘଟିଛି ଘଟଣା । ସମସ୍ତଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିଷାକ୍ତ ଖାଦ୍ୟ ଯୋଗୁଁ ଏପରି ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଗତ ୧୫ ତାରିଖରେ ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ଦୀପକ ଜେନାଙ୍କର ବିବାହ ହୋଇଥିଲା । ଗତକାଲି ରାତିରେ ଭୋଜିର ଆୟୋଜନ କରାଯାଇଥିଲା । ଭୋଜି ଖାଇବା ପରେ ଗାଁର ପ୍ରାୟ ୩୦ ଜଣ ଲୋକ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏପରିକି ସେହି ଭୋଜି ଖାଇ ନବବିବାହିତ ଦମ୍ପତ୍ତି ବର କନ୍ୟା ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ସମସ୍ତଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ଏକ ଡାକ୍ତରୀ ଟିମ୍‌ ମଧ୍ୟ ଘଟଣା ସ୍ଥଳକୁ ଗସ୍ତ କରିଛନ୍ତି । ବିଷାକ୍ତ ଖାଦ୍ୟ ଯୋଗୁଁ ଏପରି ହୋଇଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଥିବାବେଳେ ଅଧିକ ତଦନ୍ତ ଜାରି ରହିଛି ।