ଟୋକିଓରେ ଜଣେ ଦୃର୍ବୁତ୍ତର ଆକ୍ରମଣରେ ୩ ମୃତ ଓ ୨୨ ଆହତ

ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓ ସହରରେ ଘଟିଛି ଅଭାବନୀୟ ଓ ଅତ୍ୟନ୍ତ ଅମାନୁଷିକ ଘଟଣା | ଜଣେ ଦୃବୁତର ଆକ୍ରମଣରେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ୧୩ ଶିଶୁଙ୍କ ସମେତ ୨୨ ଜଣ ଆହତ ହୋଇଛନ୍ତି | କାବାସାକି ନାମକ ଏକ ସହରରେ


ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିବା ସହ ସମସ୍ତଙ୍କ ମନରେ ଡର ଏବଂ ଛନକା ଭରି ଯାଇଛି । କାବାସାକି ନାମକ ଏକ ସହରରେ ଜଣେ ସଂନ୍ଦିଗ୍ଧ ଆଜି ସକାଳେ ଏକ ବସ୍ ଷ୍ଟପ୍ ରେ ବେଶ ଭିଡ ହୋଇଥିବା ବେଳେ ବସକୁ ଅପେକ୍ଷା କରିଥିବା କିଛି ଲୋକଙ୍କ ଉପରକୁ ଅଚାନକ ଆକ୍ରମଣ କରିଥିଲା । ଏଥିରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଶିଶୁ ଏବଂ ୯ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନଏଚକେ ରାଷ୍ଟ୍ରୀୟ ଟେଲିଭିଜନର ଜଣେ ଅଧିକାରୀ ଏନେଇ କହିଛନ୍ତି ଯେ କାବାସାକି ନାମକ ଏକ ସହରର ବସ୍ ଷ୍ଟପରେ ଜନଗହଳି ଭିତରେ କେହି କିଛି ଭାବିବା ପୂର୍ବରୁ ଜଣେ ସନ୍ଦିଗ୍ଧ ହଠାତ ଚାକୁରେ ଆକ୍ରମଣ କରି ମରଣାତ୍ମକ ଆକ୍ରମଣ କରିଥିଲେ ।

ମିଳିଥିବା ଖବର ଅନୁସାରେ ଗୁରୁତର ଆହତଙ୍କୁ ପାଖ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି । ହେଲେ ଆକ୍ରମଣରେ ଜଣେ ଶିଶୁ ଏବଂ ଦୁଇଜଣ ବୟସ୍କ ଲୋକଙ୍କ ମୃତ୍ୟୁ ହେବା କଥା ପୋଲିସ୍ ରିପୋର୍ଟରୁ ଜଣାପଡିଛି । କାବାସାକିରେ ପୋଲିସ୍ ଆକ୍ରମଣକାରୀକୁ ଗିରଫ କରିଥିବା କଥା କହିଥିବା ବେଳେ ଘଟଣାସ୍ଥଳରୁ ଦୁଇଟି ଚାକୁ ମଧ୍ୟ ଜବତ କରାଯାଇଛି ।

୩୨ ଆହତ ମୃତ ଓ